Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 15
________________ ପ୍ରତିକ୍ରମଣ ପୁଣି କଥା ଆଗକୁ ବଢ଼ିଲା । ଅତିକ୍ରମଣ କଲ, ତାହାର ପ୍ରତିକ୍ରମଣ କରିବାକୁ ପଡ଼ିବ । ଆଉ ଅତିକ୍ରମଣ ହେବା ବିନା ରହେ ନାହିଁ, ଏଣୁ ପ୍ରତିକ୍ରମଣ କର । ବାକି ସବୁ କ୍ରମଣ ତ ଅଛି । ସହଜ ରୂପେ କଥା ହେଲା, ତାହା କ୍ରମଣ ଅଟେ । ସେଥିରେ ଅସୁବିଧା ନାହିଁ, କିନ୍ତୁ ଅତିକ୍ରମଣ ନ ହୋଇ ରହେ ନାହିଁ । ଏଣୁ ତାହାର ପ୍ରତିକ୍ରମଣ କର । ପ୍ରଶ୍ନକର୍ତ୍ତା : ଏ ଅତିକ୍ରମଣ ହେଲା, ତାହା ନିଜକୁ କିପରି ଜଣାପଡ଼ିବ ? ଦାଦାଶ୍ରୀ : ତାହା ନିଜକୁ ବି ଜଣାପଡ଼େ ଏବଂ ସାମ୍ବାବାଲାକୁ ବି ଜଣା ପଡ଼େ । ତୁମକୁ ବି ଜଣାପଡ଼ିବ ଯେ ତା’ ଚେହେରାରେ ପ୍ରଭାବ ପଡ଼ିଲା ( ଶୁଖୁଗଲା) ଏବଂ ତୁମ ଉପରେ ବି ପ୍ରଭାବ ପଡ଼େ । ଉଭୟଙ୍କ ଉପରେ ପ୍ରଭାବ ପଡ଼େ । ଏଣୁ ତାହାର ପ୍ରତିକ୍ରମଣ କରିବାର ହିଁ ଅଛି । । ଅତିକ୍ରମଣ ତ, କ୍ରୋଧ-ମାନ-ମାୟା-ଲୋଭ, ଏ ସବୁକୁ ଅତିକ୍ରମଣ କୁହାଯାଏ । ଏମାନଙ୍କର ପ୍ରତିକ୍ରମଣ କଲ ମାନେ କ୍ରୋଧ-ମାନ-ମାୟା-ଲୋଭ ଗଲେ । ଅତିକ୍ରମଣ ହେଲା ଏବଂ ପ୍ରତିକ୍ରମଣ କଲ, ତେବେ କ୍ରୋଧ-ମାନ-ମାୟା-ଲୋଭ ଗଲେ । ଏହି ସଂସାର ଅତିକ୍ରମଣରୁ ସୃଷ୍ଟି ହୋଇଛି ଏବଂ ପ୍ରତିକ୍ରମଣ ଦ୍ଵାରା ନାଶ ହେବ । । ପ୍ରଶ୍ନକର୍ତ୍ତା : ତେବେ ପ୍ରତିକ୍ରମଣ ମାନେ କ’ଣ ? । ଦାଦାଶ୍ରୀ : ପ୍ରତିକ୍ରମଣ ଅର୍ଥାତ ସାମ୍ବାବାଲା ଆମର ଯେଉଁ ଅପମାନ କରେ ତେବେ ଆମକୁ ବୁଝିଯିବା ଉଚିତ ଯେ ଏହି ଅପମାନର ଦୋଷୀ କିଏ ? ସେ କରିବାବାଲା ଦୋଷୀ ନା ଭୋଗିବାବାଲା ଦୋଷୀ, ପ୍ରଥମେ ଆମକୁ ଏହି ଡିସିସନ ନିଷତି) ନେବା ଉଚିତ । ସେ ଅପମାନ କରିବାବାଲା ବିଲକୁଲ ବି ଦୋଷୀ ହୋଇନଥାଏ । ଏକ ପରସେଣ୍ଟ ବି ଦୋଷୀ ହୋଇନଥାଏ । ସେ ନିମିତ୍ତ ଅଟେ ଏବଂ ନିଜର ହିଁ କର୍ମର ଉଦୟ କାରଣରୁ ସେ ନିମିତ୍ତ ମିଳେ । ଅର୍ଥାତ ଏହା ନିଜର ହିଁ ଦୋଷ । ଏବେ ପ୍ରତିକ୍ରମଣ ଏଥିପାଇଁ କରିବାର ଅଛି ଯେ ସାମ୍ବାବାଲା ଉପରେ ଯଦି ଖରାପ ଭାବ ହୋଇଥିବ ତେବେ ପ୍ରତିକ୍ରମଣ କରିବା ଉଚିତ । ତା’ ପାଇଁ ଯଦି ମନରେ ଏପରି ବିଚାର ଆସିଯାଇଥିବ ଯେ ଅଯୋଗ୍ୟ ଅଟେ, ବଦମାଶ ଅଟେ, ତେବେ ପ୍ରତିକ୍ରମଣ କରିବା ଉଚିତ । ଆଉ ଏପରି ବିଚାର ଆସିନଥିବ ଏବଂ ଆମେ ତା’ର ଉପକାର ମାନିଥୁବା ତେବେ ପ୍ରତିକ୍ରମଣ କରିବାର ଆବଶ୍ୟକତା ନାହିଁ । ନହେଲେ କେହିବି ଗାଳି ଦିଏ ତେବେ ତାହା ନିଜର ହିଁ ହିସାବ, ସେ ବ୍ୟକ୍ତି ତ ନିମିତ୍ତ ଅଟେ । ପକେଟମାର ହୁଏ ତେବେ ମାରିବାବାଲା ନିମିତ୍ତ ଅଟେ ଏବଂ ହିସାବ ନିଜର ହିଁ ଅଟେ । ଏମାନେ ତ ନିମିତ୍ତକୁ ହିଁ କାମୁଡ଼ନ୍ତି ଏବଂ ସେଥିପାଇଁ ଏସବୁ ଝଗଡ଼ା ସୃଷ୍ଟି ହୋଇଛି ।

Loading...

Page Navigation
1 ... 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112