Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ । କରିବା ଉଚିତ । ଏବଂ ପୁଣି ଯଦି ଏପରି ଦୋଷ ହୋଇଯାଏ ତେବେ ପୁଣି ପଶ୍ଚାତାପ କରିବା ଉଚିତ । ଏପରି କରୁ-କରୁ ଦୋଷ କମ୍ ହୋଇଯିବ । ତୁମକୁ କରିବାକୁ ନଥିବା ତଥାପି ଅନ୍ୟାୟ ହୋଇଯିବ । ଯାହା ହୋଇଯାଉଛି, ତାହା ଏବେ ପ୍ରକୃତିଦୋଷ ଅଟେ । ଏହି ପ୍ରକୃତିଦୋଷ ତାହା ତୁମର ପୂର୍ବଜନ୍ମର ଦୋଷ ଅଟେ, ତାହା ଆଜିର ଦୋଷ ନୁହେଁ । ଆଜି ତୁମକୁ ସୁଧୁରିବାର ଅଛି, କିନ୍ତୁ ଏ ଯାହା ହୋଇଯାଉଛି ତାହା ତୁମର ପୂର୍ବର ଦୋଷ । ତାହା ତୁମକୁ ହଇରାଣ ନକରି ରହିବ ନାହିଁ । ସେଥପାଇଁ ଆଲୋଚନା ପ୍ରତିକ୍ରମଣ-ପ୍ରତ୍ୟାଖ୍ୟାନ ବାରମ୍ବାର କରିବାକୁ ପଡ଼ିବ ।
| ପ୍ରଶ୍ନକର୍ତ୍ତା : ଆମକୁ ସହନ କରିବାକୁ ପଡୁଛି, ତେବେ ତାହାର ରାସ୍ତା । କ’ଣ ? |
। ଦାଦାଶ୍ରୀ : ଆମକୁ ତ ସହନ କରିନେବା ହିଁ ଉଚିତ, ବ୍ୟର୍ଥ ହୋ-ହାଲ୍ଲା କରିବା ଉଚିତ ନୁହେଁ । ସହନ କରିବା ଏବଂ ତାହା ପୁଣି ସମତାପୂର୍ବକ କରିବା ଉଚିତ । ସାମ୍ବାବାଲାକୁ ମନରେ ଗାଳିଦେଇ ନୁହେଁ, କିନ୍ତୁ ସମତାପୂର୍ବକ ଯେ ଭାଇ, ତୁ ମୋତେ କର୍ମରୁ ମୁକ୍ତ କଲୁ । ମୋର ଯେଉଁ କର୍ମ ଥିଲା, ତାହା ମୋତେ ଭୋଗାଇଲୁ ଏବଂ ମୋତେ ମୁକ୍ତ କଲୁ । ଏଣୁ ତା’ର ଉପକାର ମାନିବା ଉଚିତ । ମାଗଣାରେ କିଛି ସହିବାକୁ ପଡ଼େ ନାହିଁ, ତାହା ନିଜର ହିଁ ଦୋଷର ପରିଣାମ ଅଟେ ।
। ପ୍ରଶ୍ନକର୍ତ୍ତା : ଏବଂ ପ୍ରତିକ୍ରମଣ ତ, ଅନ୍ୟର ଦୋଷ ଦେଖାଗଲା, ତାହାର ପ୍ରତିକ୍ରମଣ କରିବାର ଅଛି ?
ଦାଦାଶ୍ରୀ : କେବଳ ଅନ୍ୟମାନଙ୍କର ଦୋଷ ହିଁ ନୁହେଁ, ପ୍ରତ୍ୟେକ କଥାରେ, ମିଛ କହି ଦେଇଥିବ, କିଛି ଓଲଟା ହୋଇଥିବ, ଯାହା କିଛି ହିଂସା ହୋଇଥିବ, ପାଞ୍ଚ ମହାବ୍ରତରୁ କୌଣସି ବି ମହାବ୍ରତ ଭାଙ୍ଗେ ତେବେ ସେ ସବୁର ପ୍ରତିକ୍ରମଣ କରିବାର ଅଛି ।
୨. ପ୍ରତ୍ୟେକ ଧର୍ମ ପ୍ରରୂପିତ କଲେ ପ୍ରତିକ୍ରମଣ
ଭଗବାନ କହିଛନ୍ତି ଯେ ଆଲୋଚନା ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନକୁ ଛାଡ଼ି ଅନ୍ୟ କୌଣସି ବ୍ୟବହାର ଧର୍ମ ହିଁ ନାହିଁ । କିନ୍ତୁ ଯଦି ତାହା କ୍ୟାଶ୍ ହେବ ତେବେ, ଉଧାର ଚଳିବ ନାହିଁ । କେଉଁ ବ୍ୟକ୍ତିକୁ ଗାଳି ଦେଲେ, ଯାହା ଏବେ ହେଲା ତାହା ଲକ୍ଷ୍ୟରେ ରଖ, କାହା ସହିତ କ’ଣ ହେଲା ସେସବୁ, ଏବଂ ପୁଣି ଆଲୋଚନା କରି, କ୍ୟା( ନଗଦ) ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ କର । ତାହାକୁ ଭଗବାନ ବ୍ୟବହାର

Page Navigation
1 ... 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112