Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 20
________________ ପ୍ରତିକ୍ରମଣ ସମ୍ବୋତ କରି କରିବ, ‘ହେ ଭଗବାନ ! ପଶ୍ଚାତାପ କରୁଛି, କ୍ଷମା ମାଗୁଛି ଏବଂ ଏବେ ଆଉ ଏପରି କରିବି ନାହିଁ । ବାସ୍ ଏହା ହେଉଛି ପ୍ରତିକ୍ରମଣ ! । ପ୍ରଶ୍ନକର୍ତ୍ତା : ଏହାଦ୍ୱାରା କ’ଣ ଧୋଇଯିବ ? । ଦାଦାଶ୍ରୀ : ହଁ, ହଁ, ବିଲକୁଲ ! ! ପ୍ରତିକ୍ରମଣ କଲ ଏଣୁ ପୁଣି ରହିବ ନାହିଁ ନା ? ! ବହୁତ ଭାରୀ କର୍ମ ହୋଇଥିବ ତେବେ ଜଳି ଯାଇଥିବା ରସି ପରି ଦୃଶ୍ୟମାନ ହେବ କିନ୍ତୁ ହାତ ଲଗାଉ-ଲଗାଉ ଝଡ଼ିଯିବ । ପ୍ରଶ୍ନକର୍ତ୍ତା : ସେ ପଶ୍ଚାତାପ କିପରି କରିବି ? ସମସ୍ତଙ୍କୁ ଦେଖାଯିବା ପରି କରିବି ନା ମନରେ କରିବି ? ଦାଦାଶ୍ରୀ : ମନରେ । ମନରେ ଦାଦାଜୀଙ୍କୁ ସ୍ମରଣ କରି କହିବ ଯେ “ ଏହା ମୋର ଭୁଲ ହୋଇଛି, ଏବେ ଆଉ କରିବି ନାହିଁ ।” ଏପରି ମନରେ ସ୍ମରଣ କରି କରିବ, ପରେ ଏପରି କରୁ କରୁ ସେ ସବୁ ଦୁଃଖ ବିସ୍ମୃତ ହୋଇଯିବ । ସେ ଭୁଲ ନିଃଶେଷ ହୋଇଯିବ । କିନ୍ତୁ ଏପରି ନ କରିବା ତେବେ ପୁଣି ଭୁଲ ସବୁ ବଢ଼ି ଚାଲିବ । । କେବଳ ଏହି ମାର୍ଗ ଏପରି ଅଟେ ଯେ ନିଜର ଦୋଷ ଦିଶିଚାଲେ ଏବଂ ଶୁଟ୍ ହୋଇଚାଲେ, ଏପରି କରୁ କରୁ ଦୋଷ ନିଃଶେଷ ହୋଇଯାଏ । । ପ୍ରଶ୍ନକର୍ତ୍ତା : ଗୋଟିଏ ପଟେ ପାପ କରିଚାଲେ ଏବଂ ଅନ୍ୟପଟେ ପଶ୍ଚାତାପ କରିଚାଲେ, ଏପରି ହେଲେ ତ ଚାଲୁ ହିଁ ରହିବ । । ଦାଦାଶ୍ରୀ : ଯେଉଁ ମଣିଷ ପାପ କରେ, ସେ ଯଦି ପଶ୍ଚାତାପ କରେ ତେବେ ସେ ନକଲି ପଶ୍ଚାତାପ କରିପାରିବ ହିଁ ନାହିଁ । ତା’ର ପଶ୍ଚାତାପ ପ୍ରକୃତ ହିଁ ହୋଇଥାଏ ଏବଂ ପଶ୍ଚାତାପ ପ୍ରକୃତ ହୋଇଥାଏ, ସେଥିପାଇଁ ପିଆଜର ପରସ୍ତ ଭଳି ଗୋଟିଏ ପରସ୍ତ ହଟେ । ତାହା ପରେ ମଧ୍ୟ ପିଆଜ ତ ତଥାପି ପୂର୍ଣ୍ଣ ହିଁ ଦିଶିବ । ପୁଣି ପରେ ଦ୍ବିତୀୟ ପରସ୍ତ ହଟିବ । ପଶ୍ଚାତାପ କେବେ ବି ବ୍ୟର୍ଥ ଯାଏନାହିଁ । । ପ୍ରଶ୍ନକର୍ତ୍ତା : କିନ୍ତୁ ଭଲ ମନରେ କ୍ଷମା ମାଗିବାର ଅଛି ନା ? ଦାଦାଶ୍ରୀ : କ୍ଷମା ମାଗିବା ବାଲା ଭଲ ମନରେ ହିଁ କ୍ଷମା ମାଗେ ଆଉ ଖରାପ ମନରେ ମାଗିବ ତେବେ ମଧ୍ୟ ଚଳେଇ ନିଆଯିବ । ତେବେ ମଧ୍ୟ କ୍ଷମା ମାଗ। ପ୍ରଶ୍ନକର୍ତ୍ତା : ତେବେ ତ ପୁଣି ତା’କୁ ଅଭ୍ୟାସ ପଡ଼ିଯିବ ? ଦାଦାଶ୍ରୀ : ଅଭ୍ୟାସ ପଡ଼ିଯିବ ତେବେ ପଛେ ପଡ଼ିଯାଉ । କିନ୍ତୁ କ୍ଷମା ମାଗ । କ୍ଷମା ନ ମାଗିଲେ ତ ଆସିଲା ଜାଣ ! ! ! କ୍ଷମାର ଅର୍ଥ କ’ଣ ? ତାହା ପ୍ରତିକ୍ରମଣ

Loading...

Page Navigation
1 ... 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112