Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
୭୯ ଅଛି । ତାହାର ପ୍ରତିକ୍ରମଣ ଦରକାର ନାହିଁ । ପ୍ରତିକ୍ରମଣ ତ ଯଦି ଆମ ତୀର କାହାକୁ ବାଜିଯାଏ ସେତେବେଳେ କରିବାକୁ ପଡ଼େ । । ତୁମେ ଏଠି ସଙ୍ଗକୁ ଆସିଲ ଏବଂ ଏଠି କିଛି ଲୋକ ଛିଡ଼ା ହୋଇଥିବେ, ସେତେବେଳେ ଯଦି ମନରେ ହୁଏ ଯେ ଏମାନେ ସବୁ କାହିଁକି ଛିଡ଼ା ହୋଇଛନ୍ତି ? ଏହିପରି ମନରେ ଭାବ ବିଗିଡ଼ି ଯାଏ, ସେହି ଭୁଲ ପାଇଁ ତାହାର ତୁରନ୍ତ ପ୍ରତିକ୍ରମଣ କରିବାକୁ ପଡ଼ିବ ।
ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କର୍ମଫଳର କରାଯାଏ ନା ସୂକ୍ଷ୍ମର ? ଦାଦାଶ୍ରୀ : ସୂକ୍ଷ୍ମର । ପ୍ରଶ୍ନକର୍ତ୍ତା : ବିଚାରର ନା ଭାବର ?
ଦାଦାଶ୍ରୀ : ଭାବର । ବିଚାର ପଛରେ ଭାବ ଥାଏ । ଅତିକ୍ରମଣ ହେଲା ତେବେ ତାହାର ପ୍ରତିକ୍ରମଣ ନିଶ୍ଚିତ କରିବା ଉଚିତ । ଅତିକ୍ରମଣ ତ ମନରେ ଯଦି ଖରାପ ବିଚାର ଆସେ, ଏ ଭଉଣୀ ପାଇଁ ଖରାପ ବିଚାର ଆସିଲା, ସେତେବେଳେ ‘ବିଚାର ଭଲ ହେବା ଉଚିତ’, ଏପରି କହି ତାହା ବଦଳାଇ ଦେବା । ମନରେ ଯଦି ଏପରି ଲାଗେ ଯେ ଇଏ ଅଯୋଗ୍ୟ ଅଟେ, ତେବେ ଏ ବିଚାର କାହିକି ଆସିଲା ? ଆମକୁ ତା’ର ଯୋଗ୍ୟତା-ଅଯୋଗ୍ୟତା ଦେଖୁବାର ରାଇଟ୍( ଅଧୁକାର) ନାହିଁ । ଆଉ ଅସ୍ପଷ୍ଟ ରୂପରେ କହିବାକୁ ଥିବ ତେବେ କହିବ ଯେ ‘ସବୁ ଭଲ ଅଟନ୍ତି’, ଭଲ ଅଟନ୍ତି କହିବ ତେବେ କର୍ମଦୋଷ ଲାଗିବ ନାହିଁ, କିନ୍ତୁ ଯଦି ଅଯୋଗ୍ୟ କହିବ ତେବେ ତାହା ଅତିକ୍ରମଣ କୁହାଯିବ, ସେଥିପାଇଁ ତାହାର ପ୍ରତିକ୍ରମଣ ଅବଶ୍ୟ କରିବାକୁ ହେବ । । ନାପସନ୍ଦ ଜିନିଷ ସଫା ମନରେ ସହନ ହୋଇପାରିବ, ତେବେଯାଇ ବୀତରୋଗ ହେବା ।
ପ୍ରଶ୍ନକର୍ତ୍ତା : ସଫା ମନ ଅର୍ଥାତ କ’ଣ ?
ଦାଦାଶ୍ରୀ : ସଫା ମନ ଅର୍ଥାତ ସାମ୍ବାବାଲା ପାଇଁ ଖରାପ ବିଚାର ନ ଆସେ, ତାହା । ମାନେ କ’ଣ ଯେ ନିମିତ୍ତକୁ କାମୁଡ଼େ ନାହିଁ । ଯଦିବି ସାମ୍ବାବାଲା ପ୍ରତି ଖରାପ ବିଚାର ଆସେ ତେବେ ତୁରନ୍ତ ପ୍ରତିକ୍ରମଣ କରେ ଏବଂ ତାହାକୁ ଧୋଇଦିଏ ।
| ପ୍ରଶ୍ନକର୍ତ୍ତା : ମନ ସଫା ହୋଇଯାଏ ତାହା ତ ଅନ୍ତିମ ଷ୍ଟେର କଥା ଅଟେ । ନା ? ଆଉ ଯେପର୍ଯ୍ୟନ୍ତ ସଫା ନ ହୋଇଛି, ସେପର୍ଯ୍ୟନ୍ତ ପ୍ରତିକ୍ରମଣ କରିବାକୁ ପଡ଼ିବ ନା ?

Page Navigation
1 ... 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112