Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 99
________________ ପ୍ରତିକ୍ରମଣ ୮୭ ଦୁହେଁ ସାମ୍ନାସାମ୍ନୀ ପ୍ରତିକ୍ରମଣ କରିବେ ତେବେ ଜଲଦୀ ମୁକ୍ତ ହୋଇଯିବେ । ପାଞ୍ଚହଜାର ଥର ତୁମେ ପ୍ରତିକ୍ରମଣ କର ଏବଂ ପାଞ୍ଚହଜାର ଥର ସାମ୍ନାବାଲା ପ୍ରତିକ୍ରମଣ କରେ ତେବେ ଜଲଦୀ ଛୁଟକାରା ହେବ । କିନ୍ତୁ ଯଦି ସାମ୍ନାବାଲା ନ କରେ ଆଉ ତୁମକୁ ମୁକୁଳିବାର ହିଁ ଅଛି, ତେବେ ଦଶହଜାର ଥର ପ୍ରତିକ୍ରମଣ କରିବାକୁ ହେବ । ପ୍ରଶ୍ନକର୍ତ୍ତା : ଯେବେ ଏପରି କିଛି ରହିଯାଏ ସେତେବେଳେ ମନରେ ବହୁତ ହୁଏ ଯେ ଏହା ରହିଗଲା । ଦାଦାଶ୍ରୀ : ଏପରି କେଶ ରଖୁବ ନାହିଁ ପରେ । ପରେ ଦିନେ ବସି ସବୁର ଏକା ସାଥୀରେ ପ୍ରତିକ୍ରମଣ କରିଦେବ । ଯାହାର-ଯାହାର ଥବ, ଚିହ୍ନା–ଜଣା ଲୋକଙ୍କର, ଯେଉଁମାନଙ୍କ ସହିତ ବେଶୀ ଅତିକ୍ରମଣ ହେଉଥବ, ସେମାନଙ୍କ ନାମ ନେଇ ଏକ ଘଣ୍ଟା ପ୍ରତିକ୍ରମଣ କରିନେବ ତେବେ ଉଡ଼ିଯିବ ପୁଣି । କିନ୍ତୁ ଆମକୁ ଏପରି ବୋଝା ରଖିବାର ନାହିଁ। ଏହା ଅପୂର୍ବ କଥା ଅଟେ, ପୂର୍ବରୁ କେବେ ନ ଶୁଣିଥିବା, ନ ପଢ଼ିଥିବା, ନ ଜାଣିଥୁବା, ସେହିପରି କଥା ଜାଣିବା ପାଇଁ ଏହି ପରିଶ୍ରମ । ଆମର ଏଠି ପ୍ରତିକ୍ରମଣ କରାଇବା ପାଇଁ ବସାଏ, ତାହା ପରେ କ’ଣ ହୁଏ ? ଭିତରେ ଦୁଇଘଣ୍ଟା ପ୍ରତିକ୍ରମଣ କରାଏ ନା, ଯେ ପିଲାଦିନରୁ ନେଇ ଆଜି ପର୍ଯ୍ୟନ୍ତ ଯେଉଁ ଯେଉଁ ଦୋଷ ହୋଇଥିବ ସେସବୁକୁ ମନେ ପକାଇ ପ୍ରତିକ୍ରମଣ କରିଦିଅ, ସାମ୍ନାବ୍ୟକ୍ତିର ଶୁଦ୍ଧାମାକୁ ଦେଖ୍ ଏପରି କୁହେ । ଏବେ କମ ବୟସରୁ, ଯେବେଠୁ ସମଝଶକ୍ତି ଆରମ୍ଭ ହୁଏ, ସେହିଦିନରୁ ନେଇ ଆଜି ପର୍ଯ୍ୟନ୍ତ ସବୁର ପ୍ରତିକ୍ରମଣ କରିବାରେ ଲାଗନ୍ତି । ଯେବେ ଏପରି ପ୍ରତିକ୍ରମଣ କରନ୍ତି, ସେତେବେଳେ ତା’ର ସବୁ ଦୋଷର ବଡ଼ ବଡ଼ ଭାଗ ଆସିଯାଏ । ପରେ ପୁଣି ଯେବେ ପ୍ରତିକ୍ରମଣ କରେ, ସେତେବେଳେ ପୁଣି ଛୋଟ–ଛୋଟ ଦୋଷ ବି ଆସିଯାଏ । ପରେ ଯେବେ ପୁଣି ଥରେ ପ୍ରତିକ୍ରମଣ କରେ, ତେବେ ତାହାଠାରୁ ବି ଛୋଟ ଦୋଷ ଆସିଯାଏ, ଏହିପରି ସେହି ଦୋଷର ସମସ୍ତ ଭାଗ ପୁରାପୁରି ଖଲାସ କରିଦିଅନ୍ତି । ଦୁଇଘଣ୍ଟାର ପ୍ରତିକ୍ରମଣରେ ପୁରା ଜୀବନର ପଛରେ ଲାଗିରହିଥିବା ଦୋଷକୁ ଧୋଇଦେବା, ଏବଂ ଆଉ କେବେବି ଏପରି ଦୋଷ କରିବି ନାହିଁ ଏପରି ସ୍ଥିର କରିବା । ଅର୍ଥାତ ପ୍ରତ୍ୟାଖ୍ୟାନ ହୋଇଗଲା । ଯେତେବେଳେ ତୁମେ ପ୍ରତିକ୍ରମଣ କରିବା ପାଇଁ ବସୁଛ, ସେତେବେଳେ

Loading...

Page Navigation
1 ... 97 98 99 100 101 102 103 104 105 106 107 108 109 110 111 112