Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 100
________________ ୮୮ ପ୍ରତିକ୍ରମଣ ଅମୃତ ବିନ୍ଦୁ ବର୍ଷା ହେବାକୁ ଲାଗେ ଗୋଟେ ପଟେ, ଏବଂ ହାଲୁକା ହେଲି, ଏପରି ଅନୁଭବ ହୁଏ । ଭାଇ, ତୋ ଦ୍ଵାରା ପ୍ରତିକ୍ରମଣ ହେଉଛି କି ? ସେତେବେଳେ ହାଲୁକା ହେବାପରି ଲାଗେ ? କ’ଣ ତୁମର ପ୍ରତିକ୍ରମଣ କରିବା ଆରମ୍ଭ ହୋଇଗଲାଣି ? ପୁରା ଜୋରରେ ଚାଲିଛି ? ସବୁ ଦୋଷକୁ ଖୋଜିଖୋଜି ପ୍ରତିକ୍ରମଣ କରିନେବାର ଅଛି । ଖୋଜିବାକୁ ଲାଗିବ ତେବେ ସବୁ ମନେ ପଡ଼ିଚାଲିବ । ଆଠ ବର୍ଷ ପୂର୍ବେ କାହାକୁ ଗୋଇଠା ମାରିଥିବ, ତାହା ମଧ୍ୟ ଦିଶିବ । ରାସ୍ତା ଦିଶିବ, ଗୋଇଠା ବି ଦିଶିବ । ଏସବୁ କେମିତି ମନେ ପଡ଼ିଲା ? ଖାଲି ଏମିତି ମନେ ପକାଇବାକୁ ଯିବା ତେବେ କିଛି ମନେ ପଡ଼େ ନାହିଁ ଏବଂ ପ୍ରତିକ୍ରମଣ କରିବାକୁ ଲାଗିଲେ ତେବେ ତୁରନ୍ତ ଲିଙ୍କରେ (କ୍ରମାନୁସାରେ) ମନେ ପଡ଼ିଯାଏ । ଥରେ-ଅଧେ କେବେ ପୁରା ଜୀବନର କରିଥିଲା ତୁମେ ? ପ୍ରଶ୍ନକର୍ତ୍ତା : କରିଥିଲି । । ଦାଦାଶ୍ରୀ : ଏବେ ତ ଯେବେ ମୂଳ ଭୁଲ ବୁଝା ପଡ଼ିବ, ସେତେବେଳେ ବହୁତ ଆନନ୍ଦ ହେବ । ପ୍ରତିକ୍ରମଣରୁ ଯଦି ଆନନ୍ଦ ନ ହୁଏ ତେବେ ଏହାର ଅର୍ଥ ପ୍ରତିକ୍ରମଣ କରିବା ଆସିଲା ନାହିଁ । ଅତିକ୍ରମଣରୁ ଯଦି ଦୁଃଖ ନହୁଏ ତେବେ ସେ ମଣିଷ, ମଣିଷ ନୁହେଁ । ପ୍ରଶ୍ନକର୍ତ୍ତା : କେଉଁ ମୂଳ ଭୁଲ ଦାଦା ? ଦାଦାଶ୍ରୀ : ଆଗରୁ ତ ଭୁଲ ହିଁ ଦେଖାଯାଉ ନଥିଲା ନା ? ଏବେ ଦେଖାଯାଉଛି, ତାହା ସୁଳ ଦେଖା ଯାଉଛି । ଏବେ ତ ଆଗର ଦେଖାଯିବ । ପ୍ରଶ୍ନକର୍ତ୍ତା : ସୂକ୍ଷ୍ମ, ସୂକ୍ଷ୍ମତର... ଦାଦାଶ୍ରୀ : ଭୁଲ ଦିଶିବାକୁ ଲାଗିବ । ଯେତେବେଳେ ତୁମେ ସାରା ଜୀବନର ପ୍ରତିକ୍ରମଣ କର, ସେତେବେଳେ ତୁମେ ନା ତ ମୋକ୍ଷରେ ଥାଅ ଆଉ ନା ହିଁ ସଂସାରରେ । ଏମିତିରେ ତ ତୁମେ ପ୍ରତିକ୍ରମଣ ସମୟରେ ବିଗତ ଦୋଷର ପୁରା ବିବରଣ କରୁଛି । ମନ-ବୁଦ୍ଧି-ଚିତ୍ତ ଏବଂ ଅହଂକାର ସମସ୍ତଙ୍କ ଫୋନ-ବୋନ ବନ୍ଦ ଥାଏ । ଅନ୍ତୀକରଣ ବନ୍ଦ ଥାଏ । ସେହି ସମୟରେ କେବଳ ପ୍ରଜ୍ଞା ହିଁ କାମ କରେ । ଆମ୍ବା ବି ଏଥିରେ କିଛି କରେ ନାହିଁ । ଦୋଷ ହେଲା ତେବେ ଢାଙ୍କି ହୋଇଯାଏ । ପୁଣି ଦ୍ବିତୀୟ ଲେୟର( ପରସ୍ତ) ଆସେ । ଏହିପରି ଲେୟର ଉପରେ ଲେୟର ଆସି ଚାଲିଥାଏ, ପରେ ମୃତ୍ୟୁ ସମୟରେ ଶେଷ

Loading...

Page Navigation
1 ... 98 99 100 101 102 103 104 105 106 107 108 109 110 111 112