Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ ଆଉ ଏପରି ଦୋଷ କରିବି ନାହିଁ ।” ଅର୍ଥାତ ତୁମେ ଏହିପରି କର । ପୁଣି ତୁମେ ସାମ୍ବାବାଲାର ଚେହେରାରେ ପରିବର୍ତ୍ତନ ଦେଖିନେବ । ତା’ ଚେହେରାରେ ପରିବର୍ଭନ ଲାଗିବ । ତୁମେ ପ୍ରତିକ୍ରମଣ ଏଠି କରିବ ଏବଂ ସେଠି ପରିବର୍ତ୍ତନ ହେବ ।
ମୁଁ କେତେ ଧୋଇଲି, ତାହାପରେ ଯାଇ ଖାତାର ହିସାବ ପୁରା ହେଲା । କେଉଁ କାଳରୁ ମୁଁ ଧୋଇ ଆସୁଥିଲି, ତେବେଯାଇ ଖାତାର ହିସାବ ପୁରାହେଲା । ତୁମକୁ ତ ମୁଁ ରାସ୍ତା ଦେଖାଇ ଦେଲି, ସେଥିପାଇଁ ଜଲଦୀ ଛୁଟିଯିବ । ମୁଁ ତ କେଉଁ କାଳରୁ ନିଜେ ନିଜେ ଧୋଇ ଆସିଥିଲି ।
| ଆମକୁ ତ ପ୍ରତିକ୍ରମଣ କରିନେବାର ଅଛି । ଅର୍ଥାତ ଆମେ ଉତ୍ତରଦାୟିତ୍ବରୁ ମୁକ୍ତ । ମୋତେ ପ୍ରଥମେ-ପ୍ରଥମେ ସବୁ ଲୋକ ଆଟାକ୍ କରୁଥିଲେ ନା ! କିନ୍ତୁ ପରେ ସବୁ ଥକିଗଲେ । ଯଦି ନିଜ ତରଫରୁ ପ୍ରତିକାର ହେବ ତେବେ ସାମ୍ବାବାଲା ଥକିବା ନାହିଁ । ଏହି ଜଗତ କାହାକୁ ବି ମୋକ୍ଷରେ ଯିବାକୁ ଦେବ ଏପରି ନୁହେଁ । ଏତେ ଅଧିକ ବୁଦ୍ଧିବାଲା ଜଗତ ଅଟେ । ଏଥିରେ ଯଦି ସାବଧାନ ହୋଇ ଚାଲେ, ସମ୍ଭାଳି କରି ଚାଲେ ତେବେ ମୋକ୍ଷରେ ଯାଇପାରିବ ।
। ଏହି ପ୍ରତିକ୍ରମଣ ଆରମ୍ଭ କରି ତ ଦେଖ, ପୁଣି ତୁମ ଘରେ ସବୁ ଲୋକଙ୍କ ମଧ୍ୟରେ ଚେଞ୍ଜ ଆସିଯିବ । ଜାଦୁଗରୀ ଚେଞ୍ଜ ଆସିଯିବ, ଜାଦୁଗରୀ ପ୍ରଭାବ ! ! !
। ଏପରି ଅଟେ, ଯେପର୍ଯ୍ୟନ୍ତ ସାମ୍ବାବାଲାର ଦୋଷ ନିଜ ମନରେ ଅଛି ସେପର୍ଯ୍ୟନ୍ତ ଶାନ୍ତିରେ ରହିବାକୁ ଦିଏ ନାହିଁ । ପ୍ରତିକ୍ରମଣ କରିବ ତେବେ ତାହା ଲିଭିଯିବ । ରାଗଦୈଷବାଲା ପ୍ରତ୍ୟେକ ଚିକଣି ଫାଇଲ୍ (ଗାଢ଼ ରଣାନୁବନ୍ଧୁ ବାଲା ବ୍ୟକ୍ତି ଅଥବା ସଂଯୋଗ) କୁ ଉପଯୋଗ ରଖ୍ ପ୍ରତିକ୍ରମଣ କରି ଶୁଦ୍ଧ କରିବାର ଅଛି । ରାଗ ର ଫାଇଲ୍ ହୋଇଥିବ, ତାହାର ତ ଖାସ୍ ପ୍ରତିକ୍ରମଣ କରିବା ଉଚିତ ।
। ତୁମେ ଗଦି ଉପରେ ଶୋଇ ଯାଇଥିବ ତେବେ ଯେଉଁଠି-ଯେଉଁଠି ବାଲିଗରଡ଼ା ଖେଞ୍ଚ ହୁଏ, ସେଠୁ ତୁମେ କାଢିଦେବ ନା ନାହିଁ ? ଏହି ପ୍ରତିକ୍ରମଣ ତ ଯେଉଁଠିଯେଉଁଠି ଖେଞ୍ଚ ହେଉଥିବ ସେହିଠାରେ କରିବାର ଅଛି । ତୁମକୁ ଯେଉଁଠି ଖେଞ୍ଚ ହେଉଛି ସେଠୁ ତୁମେ କାଢ଼ି ଦିଅ, ତା’କୁ ଯେଉଁଠି ଖେଞ୍ଚ ହେଉଛି ସେଠୁ ସେ କାଢ଼ିଦେବ । ପ୍ରତିକ୍ରମଣ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଲଗା-ଅଲଗା ଅଟେ ।
। କାହା ପ୍ରତି ବି ଅତିକ୍ରମଣ ହୋଇଯାଇଥିବ ତେବେ, ଦିନସାରା ତା’ ନାମ ନେଇ ପ୍ରତିକ୍ରମଣ କରିବାକୁ ହେବ, ତେବେଯାଇ ନିଜେ ମୁକ୍ତ ହୋଇପାରିବ । ଯଦି

Page Navigation
1 ... 96 97 98 99 100 101 102 103 104 105 106 107 108 109 110 111 112