Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 101
________________ ୮ ୯ ପ୍ରତିକ୍ରମଣ ଏକଘଣ୍ଟାରେ ଏସବୁର ଫାଇନାଲ ଚିଠା ଆସେ । । ଅତୀତର ସମସ୍ତ ଦୋଷ ବର୍ଭମାନରେ ଦେଖାଯିବା, ତାହା ‘ଜ୍ଞାନପ୍ରକାଶ’ ଅଟେ । ତାହା ମେମୋରି ( ସୃତି) ନୁହେଁ । | ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ ଦ୍ଵାରା ଆମ୍ବା ଉପରେ ଇଫେକ୍ଟ ହୁଏ କି ? ଦାଦାଶ୍ରୀ : ଆତ୍ମାକୁ ତ କୌଣସି ବି ଇଫେକ୍ଟ ସ୍ପର୍ଶ କରେ ହିଁ ନାହିଁ । ଯଦି ଇଫେକ୍ଟ ହୁଏ ତେବେ ସକୀ କୁହାଯିବ । ଆତ୍ସା ଅଛି, ଏହା ହଡ଼ ପରସେଣ୍ଟ ଡିସାଇଡେଡ଼ ଅଟେ । ଯେଉଁଠି ମେମୋରୀ ପହଞ୍ଚି ନାହିଁ, ସେଠି ଆମ୍ବାର ପ୍ରଭାବରୁ ହୁଏ । ଆମ୍ବା ଅନନ୍ତ ଶକ୍ତିବାଲା ଅଟେ, ତା’ର ପ୍ରଜ୍ଞାଶକ୍ତି ପାତାଳ ଚିରି ଦେଖାଏ । ଏହି ପ୍ରତିକ୍ରମଣ ଦ୍ଵାରା ତ ନିଜକୁ ଜଣାପଡ଼େ ଯେ ଏବେ ହାଲୁକା ହୋଇଗଲା ଏବଂ ବୈର ଚାଲିଯାଏ, ନିୟମରୁ ହିଁ ଚାଲିଯାଏ । ଆଉ ପ୍ରତିକ୍ରମଣ କରିବା ପାଇଁ ସେ ବ୍ୟକ୍ତି ଯଦି ସାମ୍ନାରେ ନ ମିଳେ ତେବେ ମଧ୍ୟ ଅସୁବିଧା ନାହିଁ । ଏଥିରେ ସାମ୍ନାସାମୀ ଦସ୍ତଖତର ଆବଶ୍ୟକତା ନାହିଁ । ଯେପରି ଏହି କୋର୍ଟରେ ସାମ୍ନାସାମୀ ଦସ୍ତଖତ ଦରକାର, ସେପରି ଦରକାର ନାହିଁ କାହିଁକିନା ଏ ଦୋଷ ସାମ୍ନାସାମୀ ହୋଇନାହିଁ । ଏହି ଦୋଷ ତ ଲୋକଙ୍କ ଅନୁପସ୍ଥିତିରେ ହୋଇଛି । ଏମିତିରେ ଦେବାକୁ ଗଲେ ଲୋକଙ୍କ ସାମ୍ନାରେ ହୋଇଛି, କିନ୍ତୁ ଦସ୍ତଖତ ସାମ୍ନାସାମୀ କରି ନାହାନ୍ତି । ଦସ୍ତଖତ ଭିତରର ଅଟେ, ରାଗଦ୍ବେଷର ଦସ୍ତଖତ ଅଟେ । । କେବେ ଏକୁଟିଆ ବସିଥିବ ଏବଂ ପ୍ରତିକ୍ରମଣ ଅଥବା ଏପରି କିଛି କରୁ, କରୁ, କରୁ ଭିତରେ ଆମ୍ବାର ଅଳ୍ପ ଅନୁଭବ ହୋଇଯାଏ । ତାହାର ସ୍ଵାଦ ଆସିଯାଏ । ତାହା ଅନୁଭବ କୁହାଯାଏ । । ଯେବେ ଘରଲୋକ ନିର୍ଭେଷ ଦେଖାଯିବେ ତେବେ ବୁଝିବ ଯେ ତୁମ ପ୍ରତିକ୍ରମଣ ପ୍ରକୃତ ଅଟେ । ବାସ୍ତବରେ ନିଘୋଷ ହିଁ ଅଟନ୍ତି, ପୁରା ଜଗତ ନିଦୌଷ ହିଁ ଅଟେ । ତୁମେ ତୁମ ଦୋଷରୁ ହିଁ ବନ୍ଧା ହୋଇଛି, ସେମାନଙ୍କ ଦୋଷରୁ ନୁହେଁ । ତୁମ ନିଜ ଦୋଷରୁ ହିଁ ବନ୍ଧା ହୋଇଛି । ଏବେ ଏପରି ଯେତେବେଳେ ବୁଝା ପଡ଼ିବ ସେତେବେଳେ କିଛି ସମାଧାନ ଆସିବ ! ପ୍ରଶ୍ନକର୍ତ୍ତା : ନିଶ୍ଚୟରେ ତ ବିଶ୍ବାସ ଅଛି ଯେ ପୁରା ଜଗତ ନିର୍ବୋଷ ଅଟେ । ଦାଦାଶ୍ରୀ : ତାହା ତ ପ୍ରତୀତିରେ ଆସିଲା କୁହାଯିବ । ଅନୁଭବରେ କେତେ ଆସିଲା ? ଏ ଜିନିଷ ଏତେ ସହଜ ନୁହେଁ । ତାହା ତ ଯେତେବେଳେ ଓଡ଼ିଶ ଘେରିନେବେ,

Loading...

Page Navigation
1 ... 99 100 101 102 103 104 105 106 107 108 109 110 111 112