Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 107
________________ ୯୫ ପ୍ରତିକ୍ରମଣ ଆଉ ଏହି ଜାଗୃତ, ତାହା ଅସହଜ ଅବସ୍ଥା ଅଟେ । । କ୍ରମିକ ମାର୍ଗରେ ଆପ୍ରାପ୍ତି ପରେ ପ୍ରତିକ୍ରମଣ କରାଯାଏ ନାହିଁ । ପ୍ରତିକ୍ରମଣ ପଏଜନ ଗଣାଯାଏ । ଆମର ଏଠି ବି ପ୍ରତିକ୍ରମଣ ନାହିଁ । ପ୍ରତିକ୍ରମଣ ଆମେ ‘ଚନ୍ଦୁଭାଇ’ଠାରୁ କରାନ୍ତି । କାହିଁକିନା ଏହା ତ ଅକ୍ରମ ଅଟେ, ଏଠି ତ ସବୁ ମାଲ ଭରିହୋଇ ଅଛି । । ମୁଁ ତ ସାମ୍ବାବାଲାର କେଉଁ ଆମ୍ବାର କଥା କହୁଛି, କାହା ପାଖରେ ପ୍ରତିକ୍ରମଣ କରୁଛେ, ତାହା ଜାଣିଛ ? ପ୍ରତିଷ୍ଠିତ ଆମ୍ବା ପାଖରେ କରୁନେ, ଆମେ ତା’ର ମୂଳ ଶୁଦ୍ଧିମ୍ବା ପାଖରେ କରୁଛେ । ଶୁଦ୍ଧାମ୍ବାଙ୍କ ଉପସ୍ଥିତିରେ ତା ସହିତ ହେଲା, ସେଥିପାଇଁ ଆମେ ପ୍ରତିକ୍ରମଣ କରନ୍ତି । ସେ ଶୁଦ୍ଧାମ୍ବାଙ୍କୁ ଆମେ କ୍ଷମା ମାଗନ୍ତି । ପୁଣି ତା’ର ପ୍ରତିଷ୍ଠିତ ଆମ୍ବା ସହ ଆମକୁ ନେବାଦେବା ନାହିଁ । ପ୍ରତିକ୍ରମଣ ବି ଅହଂକାରକୁ ହିଁ କରିବାର ଅଛି । କିନ୍ତୁ ଚେତାବନୀ କାହାର ? ପ୍ରଜ୍ଞାର । ପ୍ରଜ୍ଞା କୁହେ, ‘ ଅତିକ୍ରମଣ କାହିଁକି କଲ ?” ପ୍ରଜ୍ଞା କ’ଣ ଚେତାଏ ? ‘ଅତିକ୍ରମଣ କାହିଁକି କଲ ? ତେବେ ପ୍ରତିକ୍ରମଣ କର ।” । ସୂକ୍ଷରୁ ସୂକ୍ଷ୍ମ ଦୋଷ ବି ମୋ ଦୃଷ୍ଟିରୁ ବାଦ୍ ପଡ଼େ ନାହିଁ । ସୂକ୍ଷ୍ମରୁ ସୂକ୍ଷ୍ମ, ଅତିଅତି ସୂକ୍ଷ୍ମ ଦୋଷ ମୋତେ ତୁରନ୍ତ ଖବର ପଡ଼ିଯାଏ ! ତୁମ ମଧ୍ୟରେ କାହାକୁ ବି ଜଣା ପଡ଼ିବ ନାହିଁ ଯେ ମୋଦ୍ବାରା ଦୋଷ ହୋଇଛି । କାରଣ ଦୋଷ ସୁଳ ନୁହେଁ । ପ୍ରଶ୍ନକର୍ତ୍ତା : ଆପଣଙ୍କୁ ଆମର ବି ଦୋଷ ଦେଖାଯାଏ ? | ଦାଦାଶ୍ରୀ : ସବୁ ଦୋଷ ଦେଖାଯାଏ କିନ୍ତୁ ମୋ ଦୃଷ୍ଟି ଦୋଷ ଆଡ଼କୁ ନଥାଏ । ମୋତେ ତୁରନ୍ତ ତାହାର ଖବର ପଡ଼ିଯାଏ । କିନ୍ତୁ ମୋ ଦୃଷ୍ଟି ତ ତୁମ ଶୁଦ୍ଧିମ୍ବା ଆଡ଼କୁ ହିଁ ରହେ । ମୋ ଦୃଷ୍ଟି ତୁମ ଉଦୟ କର୍ମ ଉପରେ ରହେ ନାହିଁ । ମୋତେ ଖବର ପଡ଼ି ହିଁ ଯାଏ, ସମସ୍ତଙ୍କ ଦୋଷ ମୋତେ ଖବର ପଡ଼ିଯାଏ । ଦୋଷ ଦେଖାଯାଏ, ତଥାପି ଭିତରେ ମୋତେ ତାହାଦ୍ୱାରା ପ୍ରଭାବ ହୁଏ ନାହିଁ । । ମୋ ପାଖରେ ତ ଯେତେ ଲୋକ ଦଣ୍ଡର ଯୋଗ୍ୟ ଅଟନ୍ତି, ସେମାନଙ୍କ ପାଇଁ ବି କ୍ଷମା ଥାଏ ! ଏବଂ କ୍ଷମା ବି ସହଜ ଥାଏ । ସାମ୍ବାବାଲାକୁ କ୍ଷମା ମାଗିବାକୁ ପଡ଼େ ନାହିଁ । ଯେଉଁଠି ସହଜ କ୍ଷମା ଦିଆଯାଏ, ସେହିଠାରେ ଲୋକେ ସ୍ୱଚ୍ଛ ହୋଇଯାନ୍ତି । ଆଉ ଯେଉଁଠି କୁହାଯାଏ ଯେ, ‘ସାହେବ, କ୍ଷମା କରିବ ।” ସେହିଠାରେ ମଇଳା ହୋଇଛି । ଯେଉଁଠି ସହଜ କ୍ଷମା ମିଳିଯାଏ, ସେଠି ତ ବହୁତ ସ୍ୱଚ୍ଛ ହୋଇଯାନ୍ତି ।

Loading...

Page Navigation
1 ... 105 106 107 108 109 110 111 112