Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 106
________________ ୯୪ ପ୍ରତିକ୍ରମଣ ୨୫. ପ୍ରତିକ୍ରମଣର ସିଦ୍ଧାନ୍ତିକ ସମଝ ପ୍ରଶ୍ନକର୍ତ୍ତା : ତନ୍ମାୟାକାର ହୋଇ ଯାଉଛି ସେଥ‌ିପାଇଁ ଜାଗୃତି ପୂର୍ବକ ପୁରା ପୁରି ନିକାଲ ହେଉନାହିଁ । ତନ୍ମାୟାକାର ହୋଇଯିବା ପରେ ଜଣା ପଡ଼ୁଛି, ତେବେ ପୁଣି ତାହାର ପ୍ରତିକ୍ରମଣ କରି ନିକାଲ କରିବାର କିଛି ରାସ୍ତା ଅଛି କି ? ଦାଦାଶ୍ରୀ : ପ୍ରତିକ୍ରମଣ କରିବାଦ୍ଵାରା ହାଲୁକା ହୋଇଯାଏ । ଆସନ୍ତା ଥର ହାଲୁକା ହୋଇ ଆସେ ଆଉ ଯଦି ପ୍ରତିକ୍ରମଣ ନକରିବା ତେବେ ସେହିକୁ ସେହି ବୋଝ ପୁଣି ଥରେ ଆସିବ । ପରେ ପୁଣି ଛିଟିକି ଯିବ ଚାର୍ଜ ହେବା ବିନା । ଏଣୁ ପ୍ରତିକ୍ରମଣ ଦ୍ଵାରା ତାହା ହାଲୁକା ହୋଇ ହୋଇ ନିକାଲ ହୋଇଚାଲିବ । ପ୍ରଶ୍ନକର୍ତ୍ତା : ଆପଣ କହନ୍ତି ଯେ ଅତିକ୍ରମଣ ନ୍ୟୁଟ୍ରଲ ହିଁ ଅଟେ, ତେବେ ପୁଣି ପ୍ରତିକ୍ରମଣ କରିବାର ରହିଲା ହିଁ କେଉଁଠି ? ଦାଦାଶ୍ରୀ : ଅତିକ୍ରମଣ ନ୍ୟୁଟ୍ରଲ ହିଁ ଅଟେ । କିନ୍ତୁ ସେଥ‌ିରେ ତନ୍ମୟାକାର ହୋଇଯାଏ, ସେଥ‌ିପାଇଁ ବୀଜ ପଡ଼ିଯାଏ । କିନ୍ତୁ ଯଦି ଅତିକ୍ରମଣରେ ତନ୍ମାୟାକାର ନ ହେବ ତେବେ ବୀଜ ପଡ଼ିବ ନାହିଁ । ଅତିକ୍ରମଣ କିଛି କରିପାରିବ ନାହିଁ । ଆଉ ପ୍ରତିକ୍ରମଣ ତ ଆମେ ତନ୍ମାୟାକାର ନ ହେବା, ତେବେ ମଧ୍ୟ କରିବ। ଚନ୍ଦୁଭାଇ ତନ୍ମାୟାକାର ହୋଇଗଲେ ତାହା ବି ତୁମେ ଜାଣ ଏବଂ ହେଲେ ନାହିଁ ତାହା ବି ତୁମେ ଜାଣ । ତୁମେ ତନ୍ମୟାକାର ହୁଅ ହିଁ ନାହିଁ । ତନ୍ମୟାକାର ମନ-ବୁଦ୍ଧି-ଚିତ୍ତ ଏବଂ ଅହଂକାର ହୁଅନ୍ତି, ତୁମେ ସେମାନଙ୍କୁ ଜାଣ । ପ୍ରଶ୍ନକର୍ତ୍ତା : ଚନ୍ଦୁଭାଇ ଯଦି ତନ୍ମାୟାକାର ହୋଇଯାଏ, ତେବେ ଚନ୍ଦୁଭାଇକୁ ପ୍ରତିକ୍ରମଣ କରିବା ପାଇଁ କହିବାକୁ ପଡ଼ିବ ନା ? ଦାଦାଶ୍ରୀ : ହଁ, ଚନ୍ଦୁଭାଇକୁ କହିବାର ଅଛି । ପ୍ରଶ୍ନକର୍ତ୍ତା : ସ୍ଵପ୍ନରେ ପ୍ରତିକ୍ରମଣ ହୋଇପାରିବ ? ଦାଦାଶ୍ରୀ : ହଁ, ବହୁତ ଭଲ ଭାବରେ ହୋଇ ପାରିବ । ସ୍ଵପ୍ନରେ ଯେଉଁ ପ୍ରତିକ୍ରମଣ ହୁଏ, ତାହା ତ ଏବେ ଯେଉଁ ହେଉଛି, ତାହାଠୁ ଭଲ ହୁଏ । ଏବେ ତ ଆମେ ଜଲଦୀରେ କରି ନେଉଛେ, ସ୍ଵପ୍ନରେ ଯେଉଁ କାମ ହୁଏ, ତାହା ସବୁ ପଦ୍ଧତିପୂର୍ବକ ହୁଏ । ସ୍ଵପ୍ନରେ ଯେଉଁ ‘ଦାଦା’ ଦେଖାଯାନ୍ତି, ସେଭଳି ‘ଦାଦା’ ତ ଆମେ କେବେ ଦେଖୁ ହିଁ ନଥବା, ଏଭଳି ‘ଦାଦା’ ଦେଖାଯାନ୍ତି । ଜାଗୃତିରେ ସେଭଳି ଦାଦା ଦେଖାଯାନ୍ତି ନାହିଁ, ସ୍ଵପ୍ନରେ ବହୁତ ଭଲ ଦେଖାଯାନ୍ତି । କାରଣ ସ୍ଵପ୍ନ, ତାହା ସହଜ ଅବସ୍ଥା ଅଟେ

Loading...

Page Navigation
1 ... 104 105 106 107 108 109 110 111 112