Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 105
________________ ପ୍ରତିକ୍ରମଣ ୯୩ । ଢାଙ୍କିବ ତେବେ କ’ଣ ହେବ ? ! ! ଦୋଷ ଢାଙ୍କିଲେ ତାହା ଡବଲ ହୋଇଯାଏ । । ସ୍ତ୍ରୀ ସହିତ ଯେତିକି ଚିହ୍ନ-ପରିଚ ଅଛି, ସେତିକି ଚିହ୍ନ-ପରିଚ ପ୍ରତିକ୍ରମଣ ସହିତ ହେବା ଉଚିତ । ଯେମିତି ସ୍ତ୍ରୀକୁ ଭୁଲିହୁଏ ନାହିଁ, ସେହିପରି ପ୍ରତିକ୍ରମଣ ବି ନ ଭୁଲିବା ଉଚିତ । ଦିନସାରା କ୍ଷମା ମାଗୁଥିବା ଉଚିତ । କ୍ଷମା ମାଗିବାର ଅଭ୍ୟାସ ହିଁ ପଡ଼ିଯିବା ଉଚିତ । ଏହା ତ, ଅନ୍ୟର ଦୋଷ ଦେଖୁବାର ଦୃଷ୍ଟି ହୋଇଯାଇଛି ! । ଯାହା ସହିତ ବିଶେଷ ରୂପରେ ଅତିକ୍ରମଣ ହୋଇଯାଇଥିବ, ତା’ ସହିତ ପ୍ରତିକ୍ରମଣର ଯଜ୍ଞ ଆରମ୍ଭ କରିଦେବ । ଅତିକ୍ରମଣ ବହୁତ କରିଛି । ପ୍ରତିକ୍ରମଣ କରିନେ, ସେହି କାରଣରୁ ଏସବୁ ଅଛି । ଏହି ପ୍ରତିକ୍ରମଣ ତ ମୋର ସୂକ୍ଷ୍ମତିସୂକ୍ଷ୍ମ ଅନୁସନ୍ଧାନ ଅଟେ । କେହି ଯଦି ଏହି ଅନୁସନ୍ଧାନକୁ ବୁଝିନିଏ ତେବେ କାହା ସହିତ କୌଣସି ଝଗଡ଼ା ହିଁ ରହିବ ନାହିଁ ।। ପ୍ରଶ୍ନକର୍ତ୍ତା : ଦୋଷର ଲିଷ୍ଟ ତ ବହୁତ ଲମ୍ବ ଅଛି । ଦାଦାଶ୍ରୀ : ତାହା ଲମ୍ବା ଥିବ ତେବେ, ଏପରି ଧରିନିଅ ଯେ ଜଣେ ବ୍ୟକ୍ତି ସହିତ ଶହେ ପ୍ରକାରର ଦୋଷ ହୋଇଯାଇଥିବ ତେବେ ସେ ସବୁର ଏକ ସଙ୍ଗରେ ପ୍ରତିକ୍ରମଣ କରିଦେବ ଯେ ଏହିସବୁ ଦୋଷ ପାଇଁ ମୁଁ ଆପଣଙ୍କଠାରେ କ୍ଷମା ମାଗୁଛି ! | ପ୍ରଶ୍ନକର୍ତ୍ତା : ଏବେ ଏହି ଜୀବନର ଡ୍ରାମା ଜଲଦୀ ପୁରା ହୋଇଯିବ ତେବେ ଭଲ ! ଦାଦାଶ୍ରୀ : ଏପରି କାହିଁକି କହିଲ ? ପ୍ରଶ୍ନକର୍ତ୍ତା : ଆପଣ କୋଡ଼ିଏ ଦିନ ଏଠି ଥିଲେ, କିନ୍ତୁ ଗୋଟିଏ ବି ଜାଗା । ଆସିପାରିଲି ନାହିଁ । । ଦାଦାଶ୍ରୀ : ଏଥପାଇଁ କ’ଣ ଦେହ ଖତମ କରିଦେବା ଉଚିତ ? ଏହି ଦେହରେ ‘ଦାଦା ଭଗବାନ’ଙ୍କୁ ଚିହ୍ନିଲ । ଏହି ଦେହର ତ ଏତେ ଉପକାର ଯେ ଯେଭଳି ବି ଚିକିତ୍ସା କରିବାକୁ ପଡୁ ତେବେ କରିବ । ଏହି ଦେହରେ ତ ‘ଦାଦା ଭଗବାନ’ଙ୍କୁ ଚିହ୍ନିଲ । ଅନନ୍ତ ଦେହ ନଷ୍ଟ କରିଦେଲ ପୁରାପୁରି, ବ୍ୟର୍ଥ ଗଲା । ଏହି ଦେହରେ ଚିହ୍ନିଲ, ଏଣୁ ଏହି ଦେହ ମିତ୍ର ସମାନ ହୋଇଗଲା । ଆଉ ଇଏ ସେକେଣ୍ଡ ମିତ୍ର, ବୁଝିଗଲ ନା ? ଏବେ ଏହି ଦେହର ଯତ୍ନ କରିବ । ଆଜି ପ୍ରତିକ୍ରମଣ କରିବ, ‘ଦେହ ଜଲଦୀ ଖତମ ହେଇଯାଉ ଏପରି କହିଲି, ସେଥପାଇଁ କ୍ଷମା ମାଗୁଛି ।”

Loading...

Page Navigation
1 ... 103 104 105 106 107 108 109 110 111 112