Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ ଯେପର୍ଯ୍ୟନ୍ତ ମୁଁ ସାହଜିକତାରେ ଥାଏ ସେପର୍ଯ୍ୟନ୍ତ ମୋର ପ୍ରତିକ୍ରମଣ ନଥାଏ । ସାହଜିକତାରେ ତୁମକୁ ବି ପ୍ରତିକ୍ରମଣ କରିବାକୁ ପଡ଼ିବ ନାହିଁ । ସାହଜିକତାରେ ଫରକ ଆସିଲା ମାନେ ପ୍ରତିକ୍ରମଣ କରିବାକୁ ପଡ଼ିବ । ତୁମେ ମୋତେ ଯେତେବେଳେ ବି ଦେଖୁବ ସେତେବେଳେ ସାହଜିକତାରେ ହିଁ ଦେଖ୍ବ । ଯେତେବେଳେ ଦେଖ ସେତେବେଳେ ମୁଁ ସେହି ସ୍ୱଭାବରେ ହିଁ ଦେଖାଯାଏ । ମୋ ସାହଜିକତାରେ ଫରକ ହୁଏ ନାହିଁ ।
। ମୁଁ ତୁମକୁ ପାଞ୍ଚ ଆଜ୍ଞା ଦିଏ । କାହିଁକିନା ଜ୍ଞାନ ତ ଦେଲି, କିନ୍ତୁ ତୁମେ ତା’କୁ ହାତଛଡ଼ା କରିଦେବ । ଅତଃ ଯଦି ଏହି ପାଞ୍ଚ ଆଜ୍ଞାରେ ରହିବ ତେବେ ମୋକ୍ଷରେ ଯିବ । ଆଉ ଛଅ ନମ୍ବର କ’ଣ କହିଲି ? ଯେ ଯେଉଁଠି ଅତିକ୍ରମଣ ହୋଇଯାଏ ସେଠି ପ୍ରତିକ୍ରମଣ କର । ଆଜ୍ଞାର ପାଳନ କରିବା ଯଦି ଭୁଲିଯାଅ ତେବେ ପ୍ରତିକ୍ରମଣ କରିବ । ଭୁଲି ତ ଯାଏ, ମଣିଷ ଅଟେ । କିନ୍ତୁ ଭୁଲି ଗଲ ତାହାର ପ୍ରତିକ୍ରମଣ କରିବ ଯେ ‘ହେ ଦାଦା ଭଗବାନ ! ଏହି ଦୁଇ ଘଣ୍ଟା ଭୁଲିଗଲି, ଆପଣଙ୍କ ଆଜ୍ଞା ଭୁଲି ଗଲି । କିନ୍ତୁ ମୋତେ ତ ଆଜ୍ଞା ପାଳନ କରିବାର ଅଛି । ମୋତେ କ୍ଷମା କରନ୍ତୁ ।’ ତେବେ ପୂର୍ବର ସବୁକିଛି ପାସ୍, ଶହେରୁ ଶହେ ମାର୍କ ପୁରା ।
ଏହା ‘ଅକ୍ରମ ବିଜ୍ଞାନ” ଅଟେ । ବିଜ୍ଞାନ ଅର୍ଥାତ ଯାହା ତୁରନ୍ତ ଫଳ ଦିଏ । କର୍ତ୍ତାପଣ ନଥାଏ ତାହାର ନାମ ‘ବିଜ୍ଞାନ’ ଏବଂ କର୍ତ୍ତାପଣ ଥାଏ ତାହାର ନାମ ‘ଜ୍ଞାନ’ !
। ଯିଏ ବିଚାରଶୀଳ ବ୍ୟକ୍ତି ଅଟେ ତା’କୁ ଏପରି ତ ଲାଗିବ ନିଶ୍ଚିତ ଯେ ମୁଁ କିଛି ବି କରିନାହିଁ, ତଥାପି ଏହା କ’ଣ ? ! ଏହା ଅକ୍ରମ ବିଜ୍ଞାନର ବଲିହାରୀ ଅଟେ । “ ଅକ୍ରମ’ ! କ୍ରମ-ବ୍ରମ ନୁହେଁ ।
ଜୟ ସଚ୍ଚିଦାନନ୍ଦ

Page Navigation
1 ... 106 107 108 109 110 111 112