Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୯ ୧
ପ୍ରତିକ୍ରମଣ ଲେଖ୍ ଆଣନ୍ତି । ପୁଣି କ୍ଲିୟର ହୋଇଯାଏ । ଅଭେଦ ଭାବ ଉତ୍ପନ୍ନ ହେଲା ନା, ଗୋଟିଏ ମିନିଟ୍ ପାଇଁ ବି ଯଦି ମୋତେ ସମର୍ପି ଦେଲା ଯେ ‘ମୁଁ ଏହିପରି ଅଟେ ସାହେବ, ତାହା ଅଭେଦଭାବ ହୋଇଗଲା । ଏବଂ ତା’ର ଶକ୍ତି ବଢ଼ିଗଲା ।
। ଏବଂ ପୁଣି ମୁଁ ତୋ ଦୋଷ ଜାଣିନିଏ ଏବଂ ଦୋଷ ଉପରେ ବି ରଖୁଚାଲେ । ଏହା କଳିଯୁଗ ଅଟେ, କଳିଯୁଗରେ କି ଦୋଷ ନ ହୁଏ ? କାହାର ଦୋଷ କାଢ଼ିବା ତାହା ହିଁ ଭୁଲ । କଳିଯୁଗରେ ଅନ୍ୟର ଦୋଷ କାଢ଼ିବା ତାହା ହିଁ ନିଜର ଭୁଲ । କାହାର ଦୋଷ କାଢ଼ିବାର ନାହିଁ । କି ଗୁଣ ଅଛି, ତାହା ଦେଖୁବାର ଆବଶ୍ୟକତା ଅଛି । କ’ଣ ବଞ୍ଚୁଛି ତା’ ପାଖରେ ? ପୁଞ୍ଜି କ’ଣ ବଞ୍ଚିଛି ତାହା ଦେଖୁବାର ଆବଶ୍ୟକତା ଅଛି । ଏହି କାଳରେ ପୁଞ୍ଜି ହିଁ ବଞ୍ଚେ ନାହିଁ ନା ! ଯାହା ପାଖରେ ପୁଞ୍ଜି ବଞ୍ଚୁଛି, ସେହି ମହାମ୍ବା ଆଗରେ ଅଛନ୍ତି ନା !
ଯିଏ ଆମ ସାଥୀରେ ଥିବେ, ପୂର୍ବରୁ ବି ଥିଲେ ଏବଂ ଆଜି ବି ଅଛନ୍ତି, ସେମାନେ ଆମର ଧର୍ମବନ୍ଧୁ କୁହାଯାନ୍ତି ଏବଂ ନିଜ ଧର୍ମବନ୍ଧୁଙ୍କ ସାଥରେ ହି ଜମ୍ବୋଜନ୍ମର ବୈର ବନ୍ଧା ହୋଇଥାଏ । ତାଙ୍କ ସହିତ ଯଦି କିଛି ବୈର ବାନ୍ଧି ହୋଇଯାଇଥିବ, ସେଥିପାଇଁ ପ୍ରତ୍ୟକ୍ଷ ପ୍ରତିକ୍ରମଣ କରିନେବ ତେବେ ହିସାବ ସଫା ହୋଇଯିବ । ଜଣେ ବି ବ୍ୟକ୍ତିର ପ୍ରତ୍ୟକ୍ଷ ପ୍ରତିକ୍ରମଣ କରିବା ଭୁଲିବ ନାହିଁ । ଅଧୁତର ସହାଧାୟୀଙ୍କ ସହ ହିଁ ବୈର ବାନ୍ଧି ହୋଇଥାଏ ଏବଂ ତାଙ୍କର ପ୍ରତ୍ୟକ୍ଷ ପ୍ରତିକ୍ରମଣ କରିବା ଦ୍ଵାରା
ଧୋଇହୋଇଯିବ । ଔରଙ୍ଗାବାଦରେ ଯେଉଁ ପ୍ରତିକ୍ରମଣ କରାଏ, ଏଭଳି ପ୍ରତିକ୍ରମଣ ତ ଓରେ କେଉଁଠି ବି ହେଉନଥିବ ।
ପ୍ରଶ୍ନକର୍ତ୍ତା : ସେଠି ସମସ୍ତେ କାନ୍ଦୁଥିଲେ ନା ! ବଡ଼ ବଡ଼ ସେଠି ବି କାନ୍ଦୁଥିଲେ ।
ଦାଦାଶ୍ରୀ : ହଁ, ଔରଙ୍ଗାବାଦର ଦେଖ ନା, ସବୁ କେତେ କାନ୍ଦୁଥିଲେ ! ଏବେ ଏପରି ପ୍ରତିକ୍ରମଣ ପୁରା ଜୀବନରେ ଥରେ କରିଥିବ ତେବେ ବହୁତ ହୋଇଗଲା ।
। ପ୍ରଶ୍ନକର୍ତ୍ତା : ବଡ଼ ଲୋକଙ୍କୁ କାନ୍ଦିବାର ଜାଗା ହିଁ କାହିଁ ? ଏପରି ଜାଗା ବହୁତ କମ ଥାଏ ।
। ଦାଦାଶ୍ରୀ : ହଁ, ସତକଥା । ଏଠି ତ ବହୁତ କାନ୍ଦିଲେ ସମସ୍ତେ ।
ପ୍ରଶ୍ନକର୍ତ୍ତା : ମୁଁ ତ ପ୍ରଥମ ଥର ଏପରି ଦେଖୁଲି ଯେ ସମାଜରେ ଏପରି ସବୁ ପ୍ରତିଷ୍ଠିତ କୁହାଯାଉଥିବା ଲୋକ ସମସ୍ତଙ୍କ ସାମ୍ନାରେ ସେଠି କାନ୍ଦୁଥିଲେ ! ! !

Page Navigation
1 ... 101 102 103 104 105 106 107 108 109 110 111 112