Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୯o।
ପ୍ରତିକ୍ରମଣ ମଶା ଘେରିନେବେ, ସାପ ଘେରିନେବେ, ସେତେବେଳେ ଯଦି ନିର୍ଭେଷ ଲାଗେ, ତେବେ ଠିକ । କିନ୍ତୁ ପ୍ରତୀତିରେ ଆମକୁ ରହିବା ଉଚିତ ଯେ ନିର୍ଭେଷ ଅଟେ । ଆମକୁ ଦୋଷୀ ଦେଖା ଯାଉଛନ୍ତି ତାହା ଆମର ଭୁଲ । ତାହାର ପ୍ରତିକ୍ରମଣ କରିବା ଉଚିତ । ମୋର ତ ପ୍ରତୀତିରେ ବି ନିଦୌଷ ଅଟେ ଏବଂ ବର୍ଭନ (ଆଚରଣ, ବ୍ୟବହାର)ରେ ବି ନଦୌଷ ଅଟେ । ତୋତେ ତ ଏବେ ପ୍ରତୀତିରେ ବି ଆସିନାହିଁ ଯେ ନିନ୍ଦୋଷ ଅଟେ, ତୋତେ ଏବେ ଦୋଷୀ ଲାଗୁଛନ୍ତି । କେହି କିଛି କରେ, ତେବେ ପରେ ତା’ର ପ୍ରତିକ୍ରମଣ କରୁଛୁ ଅର୍ଥାତ ଆରମ୍ଭରେ ତ ଦୋଷୀ ଲାଗୁଛନ୍ତି ।
ପ୍ରଶ୍ନକର୍ତ୍ତା : ଶୁଦ୍ଧ ଉପଯୋଗ ରହିବା ସମୟରେ ଅତିକ୍ରମଣ ହୁଏ ? ଦାଦାଶ୍ରୀ : ହୁଏ । ଅତିକ୍ରମଣ ବି ହୁଏ ଏବଂ ପ୍ରତିକ୍ରମଣ ବି ହୁଏ ।
ଆମକୁ ଏପରି ଲାଗିବ ଯେ ଏହା ତ ମୁଁ ଉପଯୋଗ ଭୁଲି ଓଲଟା ରାସ୍ତାରେ ଚାଲିଲି । ସେ ଉପଯୋଗ ଭୁଲିଲେ, ତାହା ପାଇଁ ପ୍ରତିକ୍ରମଣ କରିବାକୁ ପଡ଼ିବ । ଓଲଟା ରାସ୍ତା ଅର୍ଥାତ୍ ୱେଷ୍ଟ ଅଫ୍ ଟାଇମ୍ ଏଣ୍ଡ ଏନର୍ଜି । ତଥାପି ତାହାର ପ୍ରତିକ୍ରମଣ ନକରିବ ତେବେ ଚଳିବ । ସେଥିରେ ଏତେ ଅଧିକ କ୍ଷତି ନାହିଁ । ଏକ ଜନ୍ମ ଏବେ ବାକି ଅଛି, ସେଥିପାଇଁ ଲେଟ୍ ଗୋ କରିଛି କିନ୍ତୁ ଯାହାକୁ ଉପଯୋଗରେ ଅଧିକ ରହିବାର ଥିବା ତା’କୁ ଉପଯୋଗ ଭୁଲିଲେ ତାହାର ପ୍ରତିକ୍ରମଣ କରିବାକୁ ହେବ । ପ୍ରତିକ୍ରମଣ ଅର୍ଥାତ ପଛକୁ ଫେରିବା ! କେବେ ପଛକୁ ଫେରି ହିଁ ନାହାନ୍ତି ନା ! |
କୌଣସି ଜାଗାରେ ମୁଁ ବି ରଖେ ନାହିଁ । ଔରଙ୍ଗବାଦରେ ମୁଁ ଏପରି ବି ରଖେ ଯେ ଅନନ୍ତ ଜନ୍ମର ଦୋଷ ଧୋଇଯାଏ । ଏକ ଘଣ୍ଟାର ପ୍ରତିକ୍ରମଣ ବିରେ ତ ସମସ୍ତ ପ୍ରକାରର ଅହଂକାର ଭଗ୍ନୀଭୂତ ହୋଇଯାଏ ! ମୁଁ ସେଠି ଔରଙ୍ଗାବାଦରେ ତ ବାରମାସରେ ଥରେ ପ୍ରତିକ୍ରମଣ କରାଉଥିଲି । ସେତେବେଳେ ଦୁଇଶହ-ତିନିଶହ ଲୋକ କେବଳ କାନ୍ଦିଚାଲନ୍ତି ଏବଂ ସବୁ ରୋଗ ବାହାରି ଯାଏ । କାରଣ ପତି ତା’ ପତ୍ନୀର ଗୋଡ଼ ଧରି ସେଠାରେ କ୍ଷମା ମାଗେ । କେତେ ଜନ୍ମର ବନ୍ଧନ !, ସେଥିପାଇଁ କ୍ଷମା ମାଗନ୍ତି, ସେତେବେଳେ ବହୁତ କିଛି ସଫା ହୋଇଯାଏ ।
| ସେଠି ପ୍ରତିବର୍ଷ, ଏହା ପଛରେ ମୋତେ ବହୁତ ବଡ଼ ବିଧ କରିବାକୁ ପଡ଼େ, ସମସ୍ତଙ୍କ ମନ ଶୁଦ୍ଧ କରିବା ପାଇଁ, ଆମ୍ବା (ବ୍ୟବହାର ଆମ୍ବା) ଶୁଦ୍ଧ କରିବା ପାଇଁ, ବଡ଼ ବିଧ କରି, ପୁଣି ରଖ୍ ଦିଏ ଯେ ସମସ୍ତଙ୍କର ସଫା ହୋଇଯାଏ ସେହି ସମୟରେ । କମ୍ପିଟ କ୍ଲିୟର, ନିଜକୁ ଧାନ ବି ରହେ ନାହିଁ ଯେ ମୁଁ କ’ଣ ଲେଖୁଛି, କିନ୍ତୁ ସବୁ ସ୍ପଷ୍ଟ

Page Navigation
1 ... 100 101 102 103 104 105 106 107 108 109 110 111 112