Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୯୨
ପ୍ରତିକ୍ରମଣ ଦାଦାଶ୍ରୀ : ସମସ୍ତଙ୍କ ସାମ୍ନାରେ କାନ୍ଦୁଥିଲେ ଏବଂ ନିଜ ପତ୍ନୀର ଗୋଡ଼ ଧରି କ୍ଷମା ମାଗୁଥିଲେ । ଔରଙ୍ଗାବାଦରେ ତୁମେ ଆସିଥିବ, ସେଠି ଏପରି ଦେଖୁଥିଲ ?
। ପ୍ରଶ୍ନକର୍ତ୍ତା : ଅନ୍ୟ କେଉଁଠି ବି ଦେଖୁନାହିଁ ସେପରି ଦୃଶ୍ୟ !
ଦାଦାଶ୍ରୀ : ହୋଇପାରିବ ହିଁ ନାହିଁ ନା ! ଆଉ ଏପରି ଅକ୍ରମ ବିଜ୍ଞାନ ହୋଇପାରିବ ନାହିଁ, ଏପରି ପ୍ରତିକ୍ରମଣ ହୋଇପାରିବ ନାହିଁ, ଏପରି କିଛି ବି ହୋଇପାରିବ ନାହିଁ ।
ପ୍ରଶ୍ନକର୍ତ୍ତା : ଏପରି ‘ଦାଦାଜୀ’ ବି ହୋଇପାରିବେ ନାହିଁ ! ଦାଦାଶ୍ରୀ : ହିଁ । ଏପରି ‘ଦାଦାଜୀ’ ବି ହୋଇପାରିବେ ନାହିଁ ।
ପ୍ରକୃତ ଆଲୋଚନା କରି ହିଁ ନାହାନ୍ତି କେହି । ତାହା ହିଁ ମୋକ୍ଷରେ ଯିବାର ବାଧକ ଅଟେ । ଦୋଷ ହୋଇଗଲା, ସେଥିରେ ଅସୁବିଧା ନାହିଁ । ଯଦି ପ୍ରକୃତ ଆଲୋଚନା ହୁଏ ତେବେ କୌଣସି ଅସୁବିଧା ନାହିଁ । ଏବଂ ଆଲୋଚନା ଗଜବ ପୁରୁଷଙ୍କ ପାଖରେ କରିବା ଉଚିତ । ଜୀବନରେ କେଉଁଠି ନିଜ ଦୋଷର ଆଲୋଚନା କରିଛି ? କାହା ପାଖରେ ଆଲୋଚନା କରିବ ? ଏବଂ ଆଲୋଚନା କରିବା ବିନା ଚାରା ନାହିଁ ।
ଯେପର୍ଯ୍ୟନ୍ତ ଆଲୋଚନା ନ କରିବ ତେବେ ଏହାକୁ କ୍ଷମା କିଏ କରାଇବ ? ଜ୍ଞାନୀପୁରୁଷ ଯାହା ଇଚ୍ଛା ତାହା କରି ପାରିବେ କାରଣ ସେ କର୍ତ୍ତା ନୁହଁନ୍ତି, ସେଥିପାଇଁ । ଯଦି କର୍ତ୍ତା ହୋଇଥାନ୍ତେ ତେବେ ତାଙ୍କୁ ମଧ୍ୟ କର୍ମବନ୍ଧନ ହୋଇଥାନ୍ତା । କିନ୍ତୁ କର୍ତ୍ତା ନୁହଁନ୍ତି, ସେଥିପାଇଁ ଯାହା ଇଚ୍ଛା ତାହା କରିପାରନ୍ତି ।
| ଆମକୁ ସେଠି ଗୁରୁଙ୍କ ପାଖରେ ଆଲୋଚନା କରିବା ଉଚିତ । କିନ୍ତୁ ଅନ୍ତିମ ଗୁରୁ ହେଉଛନ୍ତି ଏ ‘ଦାଦା ଭଗବାନ’ । ମୁଁ ତ ତୁମକୁ ରାସ୍ତା ବତାଇ ଦେଲି । ଅନ୍ତିମ ଗୁରୁ ବତାଇ ଦେଲି । ସେ ତୁମକୁ ଉତ୍ତର ଦେଇ ଚାଲିବେ ଏବଂ ସେଥିପାଇଁ ତ ସେ ଦାଦା ଭଗବାନ’ ଅଟନ୍ତି । ଯେପର୍ଯ୍ୟନ୍ତ ସେ ପ୍ରତ୍ୟକ୍ଷ ନ ହୁଅନ୍ତି, ସେପର୍ଯ୍ୟନ୍ତ ‘ ଏହି’ ଦାଦା ଭଗବାନଙ୍କୁ ଭଜିବାକୁ ହେବ । ସେ ପ୍ରତ୍ୟକ୍ଷ ମିଳିଯିବା ପରେ ଆପେ ଆପେ ଧୀରେ ଧୀରେ ପୁଣି ସେ ମେସିନ୍ ଚାଲିବା ଆରମ୍ଭ ହୋଇଯିବ । ଏଣୁ ପରେ ସେ ନିଜେ ‘ଦାଦା ଭଗବାନ ହୋଇଯିବ ।
। ଜ୍ଞାନୀପୁରୁଷଙ୍କ ପାଖରେ ଦୋଷ ଢାଙ୍କିବ ତେବେ ଖତମ ହୋଇଗଲା । ଲୋକ ଖୋଲା କରିବା ପାଇଁ ହିଁ ତ ପ୍ରତିକ୍ରମଣ କରନ୍ତି । ସେ ଭାଇ ସବୁ ନେଇ ଆସିଲେ ନା ? ଓଲଟା ସେ ଖୋଲା କରିଦେଲା ଜ୍ଞାନୀଙ୍କ ପାଖରେ ! ସେଠି କେହି

Page Navigation
1 ... 102 103 104 105 106 107 108 109 110 111 112