Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 96
________________ ୮୪ ପ୍ରତିକ୍ରମଣ କାହିଁକିନା ଯେତେବେଳେ ପ୍ରତିକ୍ରମଣ କରନ୍ତି, ସେତେବେଳେ ଆମ୍ବାର ସମ୍ପୂର୍ଣ୍ଣ ଶୁଦ୍ଧ ଉପଯୋଗ ରହେ । ଅର୍ଥାତ ମଝିରେ କାହାର ଦଖଲ ହୁଏ ନାହିଁ । । ପ୍ରତିକ୍ରମଣ କିଏ କରେ ? ଚନ୍ଦୁଭାଇ କରନ୍ତି, କାହାର କରନ୍ତି ? ତେବେ କହିବା ଏହି କୁଟୁମ୍ବବାଲାଙ୍କୁ ମନେ ପକାଇ-ପକାଇ କରନ୍ତି । ଆମ୍ବା ଦେବାଲା ଅଟେ, ସେ କେବଳ ଦେଖୁଥାଏ । ଅନ୍ୟ କୌଣସି ଦଖଲ ହିଁ ନାହିଁ ସେଥିପାଇଁ ବହୁତ ଶୁଦ୍ଧ ଉପଯୋଗ ରହେ । । ପ୍ରତିକ୍ରମଣ ତ ଥରେ କରାଇଥିଲି, ମୋ ଉପସ୍ଥିତିରେ, ନିଜେ ମୁଁ ହିଁ କରାଇଥିଲି, ବହୁତ ବର୍ଷ ପୂର୍ବର କଥା କହୁଛି ଆଉ ତାହା ବିଷୟ ସମ୍ବନ୍ଧିତ କରାଇଥିଲି । ତେବେ ତାହା କରୁ କରୁ ସମସ୍ତେ ଏତେ ଗଭୀରତାକୁ ଚାଲିଗଲେ ଯେ, ପରେ ଘରକୁ ଯିବା ପରେ ମଧ୍ୟ ବନ୍ଦ ହେଉନଥିଲା । ଶୋଇବା ସମୟରେ ବି ବନ୍ଦ ହେଉନଥିଲା । ଖାଇବା ସମୟରେ ବି ବନ୍ଦ ହେଉନଥିଲା । ପୁଣି ମୋତେ ବନ୍ଦ କରିବାକୁ ପଡ଼ିଲା । ଷ୍ଟପ୍ କରିବାକୁ ପଡ଼ିଲା ! ଫଶିଯାଇଥିଲେ ସବୁ, ନୁହେଁ ? ! ମନକୁ ମନ ନିରନ୍ତର ପ୍ରତିକ୍ରମଣ, ରାତି-ଦିନ ଚାଲୁ ରହିଥାଏ । ଏବେ ପ୍ରତିକ୍ରମଣ କରିବା ପରେ, ‘ବନ୍ଦ କର, ଏବେ ଦୁଇ ଘଣ୍ଟା ହୋଇଗଲାଣି? ଏପରି କହିବା ପରେ ମଧ୍ୟ ଆପେ ଆପେ ପ୍ରତିକ୍ରମଣ ଚାଲୁରହିଥାଏ । ଯଦି ବନ୍ଦ କରିବାକୁ କହିବା ତଥାପି ବନ୍ଦ ହେଉନଥିଲା । ପୁରା ମେଶୀନାରୀ ଚାଲୁ ହୋଇଗଲା ସେଥିପାଇଁ ଭିତରେ ଚାଲି ହିଁ ଥାଏ । ‘ତୁମକୁ’ ‘ଚନ୍ଦୁଭାଇ’ଙ୍କୁ ଏତିକି କହିବାକୁ ପଡ଼ିବ ଯେ ପ୍ରତିକ୍ରମଣ କରିଚାଲ । ତୁମ ଘରର ସମସ୍ତ ସଦସ୍ୟଙ୍କ ସହିତ, ତୁମକୁ କିଛି ନା କିଛି ପୂର୍ବରୁ ଦୁଃଖ ହୋଇଥିବ, ତାହାର ତୁମକୁ ପ୍ରତିକ୍ରମଣ କରିବାର ଅଛି । ‘ସଂଖ୍ୟାତ୍ ଅବା ଅସଂଖ୍ୟାତ୍ ଜନ୍ମରେ ଯେଉଁ ରାଗ-ଦ୍ବେଷ, ବିଷୟ, କଷାୟର ଦୋଷ କରିଥିବି, ସେସବୁ ପାଇଁ କ୍ଷମା ମାଗୁଛି । ଏହିପରି ପ୍ରତିଦିନ ଜଣେ-ଜଣେ ବ୍ୟକ୍ତିଙ୍କର, ଏପରି ଘରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ମରଣ କରି କରି କରିବା ଉଚିତ । ପରେ ଆଖପାଖର, ଅଡ଼ୋଶୀ-ପଡ଼ୋଶୀଙ୍କୁ ସମସ୍ତଙ୍କୁ ନେଇ ଉପଯୋଗ ରଖ୍ ଏହା କରିଚାଲିବା ଉଚିତ । ତୁମେ ଯଦି କରିବା ତା’ ପରେ ଏହି ବୋଝ ହାଲୁକା ହୋଇଯିବ । ମନକୁ ମନ ହାଲୁକା ହେବ ନାହିଁ । ମୁଁ ସାରା ସଂସାର ସହ ଏହିପରି ନିବାରଣ କରିଥିଲି । ପ୍ରଥମେ ଏପରି ନିବାରଣ କରିଥିଲି, ସେଥିପାଇଁ ତ ଏ ଛୁଟକାରା ହେଲା । ଯେପର୍ଯ୍ୟନ୍ତ ତୁମ ମନରେ ମୋ ପାଇଁ ଦୋଷ ଅଛି, ସେପର୍ଯ୍ୟନ୍ତ ମୋତେ ଶାନ୍ତିରେ ରହିବାକୁ ଦେବ ନାହିଁ ! ଏଣୁ, ଆମେ ଯେବେ ଏପରି ପ୍ରତିକ୍ରମଣ କରନ୍ତି, ତେବେ ସେଠାରେ ଧୋଇଯାଏ ।

Loading...

Page Navigation
1 ... 94 95 96 97 98 99 100 101 102 103 104 105 106 107 108 109 110 111 112