Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
। ପ୍ରତିକ୍ରମଣ ତ ତୁମକୁ ବହୁତ କରିବା ଉଚିତ । ତୁମ ସର୍କଲରେ ଯଦି ପଚାଶଶହେ ବ୍ୟକ୍ତି ଥିବେ, ଯେଉଁମାନଙ୍କୁ ତୁମେ ହଇରାଣ କରିଥିବ, ଖାଲି ସମୟରେ ବସି
ସେ ସମସ୍ତଙ୍କର ଏକ-ଏକ ଘଣ୍ଟା, ଜଣ-ଜଣକୁ ମନେ ପକାଇ-ପକାଇ ପ୍ରତିକ୍ରମଣ କରିବ । ଯେତେ ଜଣଙ୍କୁ ହଇରାଣ କରିଛି, ତାହା ପୁଣି ଧୋଇବାକୁ ତ ପଡ଼ିବ ନା ? ପରେ ଜ୍ଞାନ ପ୍ରକଟ ହେବ ।
। ପୁଣି, ଏହି ଜନ୍ମ, ଗତ ଜନ୍ମ, ଗତ ସଂଖ୍ୟାତ ଜନ୍ମ, ଗତ ଅସଂଖ୍ୟାତ ଜନ୍ମରେ, ଗତ ଅନନ୍ତ ଜନ୍ମରେ ଦାଦା ଭଗବାନଙ୍କ ସାକ୍ଷୀରେ, କୌଣସି ବି ଧର୍ମର ସାଧୁ-ଆଚାର୍ଯ୍ୟ ମାନଙ୍କର ଯେଉଁ-ଯେଉଁ ଅଶାତନା, ବିରାଧନା କରିଥିବି ଅଥବା କରାଇଥିବା
ତେବେ ତାହା ପାଇଁ କ୍ଷମା ମାଗୁଛି । ଦାଦା ଭଗବାନଙ୍କ ସାକ୍ଷୀରେ କ୍ଷମା ମାଗୁଛି । କିତମାତ୍ର ଅପରାଧ ନ ହେଉ ଏପରି ଶକ୍ତି ଦିଅନ୍ତୁ । ଏହିପରି ସବୁ ଧର୍ମର କରିବ ।
। ଆରେ, ସେ ସମୟରେ ଅଜ୍ଞାନ ଦଶାରେ ମୋ ଅହଂକାର ବହୁତ ଭାରୀ ଥିଲା, ‘ ଅମକ ଏମିତି ଅଟେ, ସେମିତି ଅଟେ’ ସେତେବେଳେ ତିରସ୍କାର, ତିରସ୍କାର, ତିରସ୍କାର ହିଁ ତିରସ୍କାର.... ଏବଂ କାହାର ପ୍ରଶଂସା ବି କରୁଥିଲି । ଗୋଟେ ପଟେ ଜଣଙ୍କର ପ୍ରଶଂସା କରୁଥିଲି ଏବଂ ଅନ୍ୟର ତିରସ୍କାର କରୁଥିଲି । ପୁଣି ୧୯୫୮ ରେ ଜ୍ଞାନ ହେଲା ସେବେଠୁ ‘ଏ. ଏମ. ପଟେଲ’ ଙ୍କୁ କହିଦେଲି ଯେ, “ଏ ଯେଉଁ ତିରସ୍କାର କରିଛି, ଏବେ ସେ ସବୁକୁ ସାବୁନ ଲଗାଇ ଧୋଇଦିଅ’, ସେତେବେଳେ ପ୍ରତ୍ୟେକଙ୍କୁ ମନେ ପକାଇ-ପକାଇ ବାରମ୍ବାର ସବୁ ଧୋଇଚାଲିଲି । ଏପଟ ପଡ଼ୋଶୀ, ସେପଟ ପଡ଼ୋଶୀ, ଏପଟ କୁଟୁମ୍ବ ଲୋକ, ମାମୁଁ, ଗୋଷା, ସମସ୍ତଙ୍କ ସହିତ ତିରସ୍କାର ହୋଇଥିଲା, ସେ ସମସ୍ତଙ୍କର ଧୋଇ ଦେଲି ।
ପ୍ରଶ୍ନକର୍ତ୍ତା : ମନରେ ପ୍ରତିକ୍ରମଣ କରିଥିଲେ, ସାମ୍ନ-ସାମୀ ନୁହେଁ ?
ଦାଦାଶ୍ରୀ : ମୁଁ ଅମ୍ବାଲାଲ ପଟେଲଙ୍କୁ କହିଲି ଯେ ଏହା ତୁମେ ଓଲଟା କାମ କରିଛି, ସେ ସବୁ ମୋତେ ଦେଖାଯାଉଛି । ଏବେ ତ ସେ ସବୁ ଓଲଟା କରିଥିବା କାମକୁ ଧୋଇଦିଅ !? ଏହା ଦ୍ଵାରା ସେ କ’ଣ କରିବା ଆରମ୍ଭ କଲେ ? ‘କିପରି ଧୋଇବି ?’ ସେତେବେଳେ ମୁଁ ବୁଝାଇଲି ଯେ ସେମାନଙ୍କୁ ମନେ ପକାଅ । ନଗୀନଦାସକୁ ଗାଳି ଦେଇଛି ଏବଂ ସାରା ଜୀବନ ଡରେଇଛି, ତିରସ୍କାର କରିଛି, ସେ ସବୁର ପୁରା ବର୍ତ୍ତନ କରି, ଏବଂ ‘ହେ ନଗୀନଦାସର ମନ-ବଚନ-କାୟାର ଯୋଗ, ଦ୍ରବ୍ୟକର୍ମ ଭାବକର୍ମ-ନୋକର୍ମରୁ ଭିନ୍ନ ପ୍ରକଟ ଶୁଦ୍ଧିମ୍ବା ଭଗବାନ ! ନଗୀନଦାସର ଶୁଦ୍ଧିମ୍ବା ଭଗବାନ ! ନଗୀନଦାସକୁ ବାରମ୍ବାର କ୍ଷମା ମାଗୁଛି, ଦାଦା ଭଗବାନଙ୍କ ସାକ୍ଷୀରେ କ୍ଷମା ମାଗୁଛି ।

Page Navigation
1 ... 95 96 97 98 99 100 101 102 103 104 105 106 107 108 109 110 111 112