Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ପ୍ରତିକ୍ରମଣ ପ୍ରଶ୍ନକର୍ତ୍ତା : ଯାହାକୁ କ୍ଷମା ମାଗିବାର ଅଛି, ସେହି ବ୍ୟକ୍ତିର ଯଦି ଦେହବିଲୟ ହୋଇ ଯାଇଥିବ, ତେବେ ପ୍ରତିକ୍ରମଣ କିପରି କରିବୁ ?
। ଦାଦାଶ୍ରୀ : ଦେହବିଲୟ ହୋଇ ଯାଇଥିବ, ତଥାପି ଯଦି ତା’ର ଫଟୋ ଥିବ, ତା’ର ଚେହେରା ମନେ ଥିବ, ତେବେ କରିପାରିବା । ଚେହେରା ଟିକିଏ-ବି ମନେ ନଥିବ ଆଉ ନାଁ ଜଣା ଥିବ, ତେବେ ନାଁ ନେଇ ମଧ୍ୟ କରିପାରିବା, ତେବେ ସବୁ ତା’କୁ ପହଞ୍ଚି ଯିବ ।
୨୩. ମନ ଯେତେବେଳେ ଉଦଣ୍ଡ ମଚାଏ...
ମହାମ୍ବାମାନଙ୍କୁ ଭାବ-ଅଭାବ ହୁଏ କିନ୍ତୁ ତାହା ନିକାଲୀ କର୍ମ ଅଟେ, ଭାବକର୍ମ ନୁହେଁ । କ୍ରୋଧ-ମାନ-ମାୟା-ଲୋଭ-ରାର୍-ଜ୍ୟେଷ ଏବଂ ଭାବାଭାବ, ଏ ସବୁ ନିକାଲୀ କର୍ମ ଅଟେ । ସେ ସବୁର ସମଭାବରେ ନିକାଲ କରିବାର ଅଛି । ଏହି ସବୁ କର୍ମ ପ୍ରତିକ୍ରମଣ ସହିତ ନିକାଲ ହେବ, ଏମିତି ଖାଲିରେ ନିକାଲ ହେବ ନାହିଁ । | ପ୍ରଶ୍ନକର୍ତ୍ତା : ଯଦି କେହି ଆମର ଅପମାନ କରିଦିଏ ତେବେ ସେତେବେଳେ ମନର ପ୍ରତିକାର ଚାଲୁ ରହେ, ବାଣୀର ପ୍ରତିକାର କଦାଚିତ ନ ବି ହୁଏ ।
। ଦାଦାଶ୍ରୀ : ଆମକୁ ତ ସେଥିରେ ଅସୁବିଧା ନାହିଁ ଯେ ସେହି ସମୟରେ କ’ଣ ହେଲା । ଆରେ, ଦେହ ଦ୍ଵାରା ବି ପ୍ରତିକାର ହୋଇଯାଏ, ତଥାପି ଯେତିକିଯେତିକି ଶକ୍ତି ଥାଏ, ସେହି ଅନୁସାରେ ବ୍ୟବହାର ହୁଏ । ଯାହାର ସମ୍ପୂର୍ଣ୍ଣ ଶକ୍ତି ଉତ୍ପନ୍ନ ହୋଇସାରିଥିବ, ତା’ର ମନର ପ୍ରତିକାର ବି ବନ୍ଦ ହୋଇଯାଏ । ତଥାପି ମୁଁ କ’ଣ କହେ? ମନର ପ୍ରତିକାର ଚାଲୁ ରହେ, ବାଣୀ ଦ୍ବାରା ପ୍ରତିକାର ହୋଇଯାଏ, ଆରେ ! ଦେହ ଦ୍ଵାରା ବି ପ୍ରତିକାର ହୋଇଯାଏ, ତେବେ ତିନି ପ୍ରକାରର ନିର୍ବଳତା ଉତ୍ପନ୍ନ ହେଲା, ତେବେ ସେଠି ତିନି ପ୍ରକାରର ପ୍ରତିକ୍ରମଣ କରିବାକୁ ପଡ଼ିବ ।
ପ୍ରଶ୍ନକର୍ତ୍ତା : ବିଚାରର ପ୍ରତିକ୍ରମଣ କରିବାକୁ ପଡ଼େ ?
ଦାଦାଶ୍ରୀ : ବିଚାରକୁ ଦେବାର ଅଛି । ତାହାର ପ୍ରତିକ୍ରମଣ ଦରକାର ନାହିଁ । ଯଦି କାହାପ୍ରତି ବହୁତ ଖରାପ ବିଚାର ହେବ ତେବେ ତାହାର ପ୍ରତିକ୍ରମଣ କରିବାକୁ ହେବ । କିନ୍ତୁ କାହାର କ୍ଷତି କରିବାଭଳି ଯଦି ହୋଇଥିବ ତେବେଯାଇ । ଖାଲି ଏମିତି ଆସେ, କିଛି ବି ଆସେ, ଗାଈର, ମଇଁଷୀର, ସବୁ ପ୍ରକାରର ବିଚାର ଆସେ, ସେ ସବୁ ତ ଜ୍ଞାନ ହାଜର ରଖ୍ ଦେଖୁବାଦ୍ଵାରା ଉଡ଼ିଯିବେ । ତାହା କେବଳ ଦେଖୁବାର

Page Navigation
1 ... 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112