Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 93
________________ ପ୍ରତିକ୍ରମଣ ୮୧ ଦାଦାଶ୍ରୀ : ନା, ସେ ସ୍ୱୀକାର କରନ୍ତି ନାହିଁ । ସେଥ‌ିପାଇଁ ରିଟର୍ଣ ୱିଥ୍ ଥ୍ୟାଙ୍କସ୍‌ ଡବଲ ହୋଇ ଆସିବ । ଏଣୁ ନିଜେ ନିଜପାଇଁ ବାରମ୍ବାର କ୍ଷମା ମାଗିଚାଲ । ଯେପର୍ଯ୍ୟନ୍ତ ସେ ଶବ୍ଦ ଆମକୁ ମନେ ପଡ଼େନାହିଁ, ସେପର୍ଯ୍ୟନ୍ତ ବାରମ୍ବାର କ୍ଷମା ମାଗିଚାଲ । ମହାବୀରଙ୍କ ଅବର୍ଣବାଦ କରିଥବ, ତେବେ ବାରମ୍ବାର କ୍ଷମା ମାଗିଚାଲିବ, ତେବେ ତୁରନ୍ତ ଧୋଇଯିବ, ବାସ୍। ତାଙ୍କ ପାଖରେ ପହଞ୍ଚେ ଅବଶ୍ୟ, କିନ୍ତୁ ସେ ସ୍ଵୀକାର କରନ୍ତି ନାହିଁ । ଛଡ଼ା ଯାଇଥିବା ତୀର ପହଞ୍ଚେ ଅବଶ୍ୟ, କିନ୍ତୁ ସେ ସ୍ୱୀକାର କରନ୍ତି ନାହିଁ । ୨୪. ଆଜୀବନ ପ୍ରବାହରେ ଡୁବୁଥିବା ମଣିଷକୁ କୂଳରେ ପହଞ୍ଚାଏ ଜ୍ଞାନ ପ୍ରଶ୍ନକର୍ତ୍ତା : ମନେ ପକାଇଲେ ପୂର୍ବର ଦୋଷ ଦେଖାଯାଇ ପାରିବ ? ଦାଦାଶ୍ରୀ : ବାସ୍ତବରେ ପୂର୍ବର ଦୋଷ ଉପଯୋଗ ଦ୍ଵାରା ହଁ ଦେଖାଯାଇ ପାରିବ, ମନେ ପକାଇଲେ ଦେଖାଯିବ ନାହିଁ । ମନେ ପକାଇବାରେ ତ ମୁଣ୍ଡ କୁଣ୍ଡେଇବାକୁ ପଡ଼େ । ଆବରଣ ଆସିଯାଏ ସେଥ‌ିପାଇଁ ମନେ ପକାଇବାକୁ ପଡ଼େ ନା ? ଯଦି କାହା ସହିତ ଝଝଟ୍ ହୋଇଯାଏ ତେବେ ତା’ର ପ୍ରତିକ୍ରମଣ କରିଲେ ସେ ବ୍ୟକ୍ତି (ଚିତ୍ତରେ) ହାଜର ହୋଇଯିବ ନିଶ୍ଚିତ, କେବଳ ସେହିଭଳି ଉପଯୋଗ ହିଁ ରଖୁବାର ଅଛି । ଆମ ମାର୍ଗରେ ମନେ ପକାଇବା ଭଳି କିଛି ବି ନାହିଁ । ମନେ ପକାଇବା ତ ‘ମେମୋରି’ ର ଅଧୀନରେ । ଯାହା ମନେ ପଡ଼େ ତାହା ପ୍ରତିକ୍ରମଣ କରାଇବା ପାଇଁ ମନେ ପଡ଼େ, ସଫା କରାଇବା ପାଇଁ । ‘ଏହି ସଂସାରର କୌଣସି ବି ବିନାଶୀ ଜିନିଷ ମୋତେ ଦରକାର ନାହିଁ? ଏପରି ତୁମେ ସ୍ଥିର କରିଛ ନା ? ତଥାପି କାହିଁକି ମନେ ପଡୁଛି ? ଏଣୁ ପ୍ରତିକ୍ରମଣ କର । ପ୍ରତିକ୍ରମଣ କରିବା ସତ୍ତ୍ବେ ବି ଯଦି ପୁଣି ମନେ ପଡ଼େ ତେବେ ଆମେ ବୁଝିବା ଯେ ଏବେ ବି ଏହି ଅଭିଯୋଗ ଅଛି ! ଏଣୁ ପୁଣି ପ୍ରତିକ୍ରମଣ କରିବାର ହିଁ ଅଛି । ମନେପଡ଼େ, ତାହା ରାଗ୍-ଦ୍ବେଷ କାରଣରୁ । ଯଦି ମନେ ପଡୁ ନଥାନ୍ତା ତେବେ ଅଡ଼ୁଆ ହୋଇ ପଡ଼ିଥିବା ସମସ୍ୟା ଭୁଲି ଯାଇଥାନ୍ତେ । ତୁମକୁ କାହିଁକି କେହି ଫରେନର୍ସ ମନେ ପଡ଼ୁ ନାହାନ୍ତି ଆଉ ମରିଥିବା ଲୋକେ କାହିଁକି ମନେ ପଡୁଛନ୍ତି ? ଏହା ହିସାବ ଅଟେ ଏବଂ ତାହା ରାଗ-ଦ୍ବେଷ କାରଣରୁ ଅଟେ । ତାହାର ପ୍ରତିକ୍ରମଣ କରିବା ଦ୍ଵାରା ଆସକ୍ତି ଖତମ ହୋଇଯିବ । ଇଚ୍ଛା ହୁଏ କାରଣ ତାହାର ପ୍ରତ୍ୟାଖ୍ୟାନ ହୋଇନାହିଁ ସେଥ‌ିପାଇଁ । ମନେ ପଡ଼େ କାରଣ ପ୍ରତିକ୍ରମଣ କରିନାହାନ୍ତି ସେଥ‌ିପାଇଁ । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ ମାଲିକି ଭାବର ହୁଏ ନା ?

Loading...

Page Navigation
1 ... 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112