Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 92
________________ ୮o। ପ୍ରତିକ୍ରମଣ । ଦାଦାଶ୍ରୀ : ହିଁ । ଠିକ୍ କଥା, କିନ୍ତୁ କିଛି ବାବଦରେ ସଫା ହୋଇ ଯାଇଥିବା ଏବଂ କିଛି ବାବଦରେ ହୋଇନଥିବ, ସେ ସବୁ ସ୍ବପିଙ୍ଗ୍ ଅଟେ । ଯେଉଁଠି ସଫା ନ ହୋଇଥିବ ସେଠି ପ୍ରତିକ୍ରମଣ କରିବାକୁ ହେବ । | ଆମକୁ ଶୁଦ୍ଧମ୍ବାର ଖାତା ସଫା ରଖୁବାର ଅଛି । ଅତଃ ଚନ୍ଦୁଭାଇଙ୍କୁ ରାତିରେ କହିବା ଯେ ଯେଉଁ ଯେଉଁ ମାନଙ୍କର ଦୋଷ ଦେଖୁଛି, ସେମାନଙ୍କ ସହିତ ଖାତା ହିସାବ) ସଫା କରିଦିଅ । ମନର ଭାବ ବିଗିଡ଼ି ଯାଏ ତେବେ ପ୍ରତିକ୍ରମଣ ଦ୍ଵାରା ସବୁ ସ୍ଵଚ୍ଛ କରିନେବା ଉଚିତ, ଅନ୍ୟ କୌଣସି ଉପାୟ ନାହିଁ । ଇନକମ୍ବଳ୍ପ ବାଲା ବି ଦୋଷୀ ନ ଦେଖାଯାଏ ଏପରି ପ୍ରତିକ୍ରମଣ କରି ରାତିରେ ଶୋଇଯିବା । ପୁରା ଜଗତକୁ ନିନ୍ଦୋଷ ଦେଖୁ, ପରେ ଚନ୍ଦ୍ରଭାଇଙ୍କୁ ଶୋଇଯିବାକୁ କହିବା । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ ପ୍ରତ୍ୟକ୍ଷ ହେବା ଉଚିତ ନା ? । ଦାଦାଶ୍ରୀ : ପ୍ରତିକ୍ରମଣ ଯଦି ପରେ ବି ହୁଏ ତେବେ ମଧ୍ୟ ଅସୁବିଧା ନାହିଁ । ପ୍ରଶ୍ନକର୍ତ୍ତା : ମୁଁ ଯଦି ଆପଣଙ୍କର ଅବଜ୍ଞା କରିଥିବି ଅଶାତନା କରିଥିବା ତେବେ ମୋତେ ଆପଣଙ୍କ ସମ୍ମୁଖକୁ ଆସି ପ୍ରତିକ୍ରମଣ କରିବା ଉଚିତ ନା ? ଦାଦାଶ୍ରୀ : ଯଦି ସମ୍ମୁଖକୁ ଆସି କର ତେବେ ଭଲ କଥା। ତାହା ନହୋଇ ପାରେ ଏବଂ ପରେ କର ତେବେ ମଧ୍ୟ ସେହିପରି ହିଁ ଫଳ ମିଳିବ । । ମୁଁ କ’ଣ କହୁଛି, ତୁମକୁ ଦାଦାଙ୍କ ପାଇଁ ଏପରି ଓଲଟା ବିଚାର ଆସୁଛି, ଏଣୁ ତୁମେ ତାହାର ପ୍ରତିକ୍ରମଣ କରିଚାଲ ।’ କାହିଁକିନା ସେ ବିଚରାର କ’ଣ ଦୋଷ ? ବିରାଧକ ସ୍ଵଭାବ ଅଟେ । ଆଜିର ସବୁ ମନୁଷ୍ୟଙ୍କ ସ୍ଵଭାବ ହିଁ ବିରାଧିକ ଅଟେ । ଦୁଷମକାଳରେ ବିରାଧିକ ଜୀବ ହିଁ ଥାଆନ୍ତି । ଆରାଧକ ଜୀବ ସବୁ ଚାଲିଗଲେ । ଏ ବାକି ଜୀବ ଯେଉଁ ଅଛନ୍ତି, ସେମାନଙ୍କ ମଧ୍ୟରୁ ସୁଧାର ହୋଇପାରିବ, ଏମିତି ବି ଅନେକ ଜୀବ ଅଛନ୍ତି, ବହୁତ ମହାନ ଆମ୍ବା ସବୁ ଅଛନ୍ତି ଏବେ ବି ଏଥିରେ ! । ମୋ ପାଇଁ ଓଲଟା ବିଚାର ଆସେ ତେବେ ପ୍ରତିକ୍ରମଣ କରିନେବ । ମନ ତ ‘ଜ୍ଞାନୀପୁରୁଷ’ ଙ୍କ ପାଇଁ ବି ଓଲଟା ଭାବି ପାରେ । ମନ କ’ଣ କରି ନ ପାରେ ? ଜଳାହୁଆ ମନ ସାମ୍ବାବାଲାକୁ ଜଳାଏ । ଜଳାହୁଆ ମନ ତ ଭଗବାନ ମହାବୀରଙ୍କୁ ବି ଜଳେଇ ଦିଏ । । ପ୍ରଶ୍ନକର୍ତ୍ତା : ଯିଏ ଗଲେ ସେ କାହାର କିଛି ମଙ୍ଗଳ କରିପାରିବେ ନାହିଁ । ତେବେ ପୁଣି ମହାବୀରଙ୍କ ଅବବାଦ ତାଙ୍କ ପାଖରେ ପହଞ୍ଚି ?

Loading...

Page Navigation
1 ... 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112