Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 88
________________ ପ୍ରତିକ୍ରମଣ । ଦାଦାତ୍ରୀ : ନା, କମ ହେବ ନାହିଁ । ତୁମେ ପ୍ରତିକ୍ରମଣ କରିବ ତେବେ ହେବ । ଶୁଦ୍ଧିମ୍ବା ଦେଲେ ହେବନାହିଁ, କିନ୍ତୁ ପ୍ରତିକ୍ରମଣ କରିବ ତେବେ ହେବ । ପ୍ରଶ୍ନକର୍ତ୍ତା : ଆମେ ପ୍ରତିକ୍ରମଣ କରୁ ତେବେ ସେ ଆମ୍ବା ଉପରେ ପ୍ରଭାବ ହୁଏ ନା ନାହିଁ ? । ଦାଦାଶ୍ରୀ : ହୁଏ, ପ୍ରଭାବ ହୁଏ । ଶୁଦ୍ଧାମ୍ ଦେବା ଦ୍ବାରା ବି ଫାଇଦା ହୁଏ । କିନ୍ତୁ ତୁରନ୍ତ ଫାଇଦା ହୁଏ ନାହିଁ । ପରେ ଧୀରେ, ଧୀରେ, ଧୀରେ ! କାହିଁକିନା ଶୁଦ୍ଧିମ୍ବା ରୂପରେ କେହି ଦେଖୁ ହିଁ ନାହିଁ । ଭଲ ମଣିଷ ଏବଂ ଖରାପ ମଣିଷ ଏହି ରୂପରେ ହିଁ ଦେଖୁଛନ୍ତି । ଶୁଦ୍ଧିମ୍ବା ରୂପରେ କେହି ଦେଖୁନାହାନ୍ତି । । ଯଦି ବାଘର ପ୍ରତିକ୍ରମଣ କରିବା ତେବେ ବାଘ ବି ଆମ କହିବା ଅନୁସାରେ କାମ କରିବ । ବାଘ ଏବଂ ମନୁଷ୍ୟ ଭିତରେ କୌଣସି ଫରକ ନାହିଁ । ଫରକ ତୁମ ସ୍ପନ୍ଦନର ଅଟେ, ଯାହାର ପ୍ରଭାବ ତା’ ଉପରେ ପଡ଼େ । ଯେପର୍ଯ୍ୟନ୍ତ ବାଘ ହିଂସକ ଅଟେ, ତୁମ ମନରେ ଏପରି ଧାନ ରୁହେ, ସେପର୍ଯ୍ୟନ୍ତ ସେ ନିଜେ ହିଂସକ ହିଁ ରହିବ । ଏବଂ ବାଘ ଶୁଦ୍ଧିମ୍ବା ଅଟେ ଏପରି ଧାନ ରୁହେ ତେବେ ସେ ଶୁଦ୍ଧିମ୍ବା ହିଁ ଅଟେ ଏବଂ ଅହିଂସକ ରହିବ । ସବୁକିଛି ହୋଇପାରିବ, ଏପରି ଅଟେ । । ଥରେ ଆମ୍ବଗଛରେ ମାଙ୍କଡ଼ ଆସି ଆମ ଛିଡ଼େଇ ନେଇଯାନ୍ତି ତେବେ ପରିଣାମ କେଉଁ ପର୍ଯ୍ୟନ୍ତ ବିଗିଡ଼ି ଯାଏ ଯେ ଏ ଆମ୍ବ ଗଛ ଯଦି କାଟି ଦେଇଥାନ୍ତି ତେବେ ଭଲ ହୋଇଥାନ୍ତା, ଏପରି ଭାବି ନିଏ । ଏବେ ଭଗବାନଙ୍କ ସାକ୍ଷୀରେ ବାହାରିଥିବା ବାଣୀ କ’ଣ ବ୍ୟର୍ଥ ଯିବ ? ପରିଣାମ ନ ବିଗିଡ଼ିବ ତେବେ କିଛି ବି ହେବ ନାହିଁ । ସବୁକିଛି ଶାନ୍ତ ହୋଇଯିବ, ବନ୍ଦ ହୋଇଯିବ । ଏ ସବୁ ଆମର ହିଁ ପରିଣାମ ଅଟେ । ଆଜିଠାରୁ କାହାପାଇଁ ସ୍ପନ୍ଦନ ଦେବା, କିଞ୍ଚିତ ମାତ୍ର ବି କାହା ପାଇଁ ବିଚାର କରିବା ବନ୍ଦ କରିଦିଅ, ବିଚାର ଆସେ ତେବେ ପ୍ରତିକ୍ରମଣ କରି ଧୋଇଦେବ ତେବେ ପୁରା ଦିନ ବିନା କିଛି ସ୍ପନ୍ଦନରେ ବିତିବ ! ଏହିପରି ଦିନ ବିତିଲା ତେବେ ବହୁତ ହୋଇଗଲା, ଏହା ହିଁ ପୁରୁଷାର୍ଥ । । ଏହି ଜ୍ଞାନ ପ୍ରାପ୍ତି ପରେ ନୂଆ ପର୍ଯ୍ୟାୟ ଅଶୁଦ୍ଧ ହୁଏ ନାହିଁ, ପୁରୁଣା ପର୍ଯ୍ୟାୟ ସବୁକୁ ଶୁଦ୍ଧ କରିବାର ଅଛି ଏବଂ ସମତା ରଖୁବାର ଅଛି । ସମତା ଅର୍ଥାତ ବୀତରାଗତା । ନୂଆ ପର୍ଯ୍ୟାୟ ବିଗିଡିବ ନାହିଁ, ନୂଆ ପର୍ଯ୍ୟାୟ ଶୁଦ୍ଧ ହିଁ ରହିବ । ପୁରୁଣା ପର୍ଯ୍ୟାୟ ଅଶୁଦ୍ଧ ହୋଇଛି । ସେ ସବୁର ଶୁଦ୍ଧିକରଣ କରିବାର ଅଛି । ମୋ ଆଜ୍ଞାରେ ରହିବା ଦ୍ଵାରା ତାହାର ଶୁଦ୍ଧିକରଣ ହେବ ଏବଂ ସମତାରେ ରହିବାର ଅଛି ।

Loading...

Page Navigation
1 ... 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112