Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 86
________________ ୭୪ ପ୍ରତିକ୍ରମଣ । ପ୍ରଶ୍ନକର୍ତ୍ତା : ତାହା ତ ତିନି-ଚାରି-ପାଞ୍ଚ ଥର ଡେଇଁବ । ଦାଦାଶ୍ରୀ : ଅର୍ଥାତ ଆମ ହାତରୁ ପୁଣି ନେଚର୍ ହାତକୁ ଗଲା । ଏବେ ନେଚର୍ ଯେତେବେଳେ ବନ୍ଦ କରିବ ସେତେବେଳେ । ତେବେ ଏପରି ଅଟେ ଏ ସବୁ । ଆମର ଯେଉଁ ଭୁଲ ଅଛି, ତାହା ନେଚର ହାତକୁ ଚାଲିଯାଏ ! ! | ପ୍ରଶ୍ନକର୍ତ୍ତା : ନେଚର ହାତକୁ ଗଲା, ତେବେ ପୁଣି ପ୍ରତିକ୍ରମଣ କରିବା ଦ୍ଵାରା କ’ଣ ଫାଇଦା ହୁଏ ? ଦାଦାଶ୍ରୀ : ବହୁତ ପ୍ରଭାବ ପଡ଼େ । ପ୍ରତିକ୍ରମଣ ଦ୍ଵାରା ତ ସାମ୍ବାବାଲା ଉପରେ ଏତେ ଅଧ୍ବକ ପ୍ରଭାବ ପଡ଼େ ଯେ ଯଦି ଗୋଟିଏ ଘଣ୍ଟା ଜଣେ ବ୍ୟକ୍ତିର ପ୍ରତିକ୍ରମଣ କରିବ ତେବେ ସେ ବ୍ୟକ୍ତି ଭିତରେ କିଛି ନୂଆ ପ୍ରକାରର, ବହୁତ ଜବରଦସ୍ତ (ଅସାଧାରଣ) ପରିବର୍ତ୍ତନ ହେବ । ପ୍ରତିକ୍ରମଣ କରିବାବାଲା ଏହି ଜ୍ଞାନ ପ୍ରାପ୍ତ କରିଥିବା ଦରକାର । ଶୁଦ୍ଧ ହୋଇଥିବା ଦରକାର, ‘ମୁଁ ଶୁଦ୍ଧମ୍ବା ଅଟେ? ଏପରି ଦୃଷ୍ଟିବାଲା । ତେବେ ତା’ ପ୍ରତିକ୍ରମଣର ବହୁତ ପ୍ରଭାବ ପଡ଼ିବ । ପ୍ରତିକ୍ରମଣ ତ ଆମର ସବୁଠୁ ବଡ଼ ହତିୟାର ଅଟେ । । ଯଦି ଜ୍ଞାନ ନ ନେଇଥିବ ତେବେ ପ୍ରକୃତି ପୁରାଦିନ ଓଲଟା ହିଁ ଚାଲୁଥାଏ ଯେବେକି ଏବେ ତ ସିଧା ହିଁ ଚାଲେ । ତୁ ସାମ୍ବାବାଲାକୁ ଶୁଣେଇ ଦେବୁ କିନ୍ତୁ ଭିତରେ କହିବୁ ଯେ, ‘ନା, ନା, ଏପରି କରିବା ଉଚିତ ନୁହେଁ । ଶୁଣେଇ ଦେବାର ବିଚାର ଆସିଲା ତାହାର ପ୍ରତିକ୍ରମଣ କର ।’ ଆଉ ଜ୍ଞାନ ନେବା ପୂର୍ବରୁ ତ ଶୁଣେଇ ଦେଉଥିଲା ଏବଂ ଉପରୁ କହୁଥିଲା ଯେ ‘ଆହୁରି ଶୁଣେଇବାର ଥିଲା ।’ । । ମନୁଷ୍ୟର ସ୍ୱଭାବ କିପରି ଯେ ଯେପରି ପ୍ରକୃତି, ନିଜେ ସେହିପରି ହିଁ ହୋଇଯାଏ । ଯେବେ ପ୍ରକୃତିରେ ସୁଧାର ହୁଏ ନାହିଁ ସେତେବେଳେ କହିବ, ‘ଛାଡ଼ ନା’ ! ଆରେ, ବାହାରେ ସୁଧାର ହେଉନାହିଁ ତେବେ କିଛି ଅସୁବିଧା ନାହିଁ, ତୁ ଆମର ଭିତରେ ସୁଧାର ! ପରେ ଆମର ରେସ୍ପନ୍ସିବିଲିଟୀ ନାହିଁ ! ଏତିକି ହେଉଛି ଏହି ‘ସାଇନ୍ସ’ ! ! ! ବାହାରେ ଯାହାବି ହେଉ ତାହାର ରେସ୍ପନ୍ସିବିଲିଟୀ ହିଁ ନାହିଁ । ଏତିକି ଯଦି ବୁଝିନିଏ ତେବେ ରାସ୍ତା ବାହାରିଯିବ । । ୨୨. ନିକାଲ, ଚିକଣି ଫାଇଙ୍କର ଅନେକ ଲୋକ ମୋତେ କୁହନ୍ତି ଯେ, “ଦାଦାଜୀ, ସମଭାବରେ ନିକାଲ କରିବାକୁ ଯାଉଛି କିନ୍ତୁ ହେଉନାହିଁ !’ ସେତେବେଳେ ମୁଁ କହେ, ଆରେ ଭାଇ, ନିକାଲ

Loading...

Page Navigation
1 ... 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112