Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 84
________________ 29 ପ୍ରତିକ୍ରମଣ ପ୍ରତିକ୍ରମଣ କରନ୍ତି, ସେ ଆମର ଦୋଷ ତ ଦେଖୁବ ନାହିଁ ବରଂ ତା’କୁ ଆମପ୍ରତି ସମ୍ମାନ ଉତ୍ପନ ହେବ । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରୁ ତେବେ ନୂଆ ‘ଚାର୍ଜ’ କରୁନାହୁଁ ? ଦାଦାଶ୍ରୀ : ଆତ୍ମା କର୍ଷା ହେବ ତେବେ କର୍ମବନ୍ଧନ ହେବ । ଆତ୍ମା ପ୍ରତିକ୍ରମଣ କରେ ନାହିଁ । ଚନ୍ଦୁଭାଇ କରେ ଏବଂ ତୁମେ ତା’ର ଜ୍ଞାତାଦ୍ରଷ୍ଟା ରୁହ । ନିଜ ସ୍ଵରୂପର ପ୍ରାପ୍ତି ପରେ ଉଚିତ ପ୍ରତିକ୍ରମଣ ହେବ । ପ୍ରତିକ୍ରମଣ କରିବାବାଲା ଦରକାର, ପ୍ରତିକ୍ରମଣ କରାଇବାବାଲା ଦରକାର । ଆମ ପ୍ରତିକ୍ରମଣ ଅର୍ଥାତ କ’ଣ ? ପୁଲୀ ଖୋଲିବା ସମୟରେ ଯେତେ ଖଣ୍ଡ ହେଲା ସେସବୁକୁ ଯୋଡ଼ି ଠିକ କରିଦେବା, ତାହା ହେଉଛି ଆମ ପ୍ରତିକ୍ରମଣ । ପ୍ରଶ୍ନକର୍ତ୍ତା : ନିଦରୁ ଉଠିବା ମାତ୍ରେ ପ୍ରତିକ୍ରମଣ ଆରମ୍ଭ ହୋଇଯାଉଛି । ଦାଦାଶ୍ରୀ : ଏହା ପ୍ରତିକ୍ରମଣ ଆତ୍ମା ହେଲା । ଶୁଦ୍ଧାତ୍ମା ତ ଅଛି କିନ୍ତୁ ଏ ପ୍ରତିଷ୍ଠିତ ଆତ୍ମା ‘ ପ୍ରତିକ୍ରମଣ ଆତ୍ମା’ ହୋଇଗଲା। ଲୋକଙ୍କର କଷାୟୀ ଆତ୍ମା ଅଟେ । ଏହି ୱର୍ଚ୍ଚରେ କେହି ଜଣେ ବି ଏପରି ନାହିଁ ଯିଏ ପ୍ରତିକ୍ରମଣ କରିପାରିବ । ଯେମିତି-ଯେମିତି ନଗଦ ପ୍ରତିକ୍ରମଣ ହୋଇଚାଲିବ, ସେମିତି- ସେମିତି ଶୁଦ୍ଧ ହୋଇଚାଲିବ । ଅତିକ୍ରମଣ ସାମ୍ନାରେ ଯଦି ଆମେ ନଗଦ ପ୍ରତିକ୍ରମଣ କରିବା ତେବେ ମନ ଏବଂ ବାଣୀ ଶୁଦ୍ଧ ହେବାକୁ ଲାଗିବ । ପ୍ରତିକ୍ରମଣ ଅର୍ଥାତ ବୀଜକୁ ଭାଜି ବୁଣିବା । ଆଲୋଚନା ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ ମାନେ ପ୍ରତିଦିନର ଲେଖାଜୋଖା (balance sheet) ବାହାର କରିବା । ଯେତିକି ଦୋଷ ଦେଖାଗଲା ସେତିକି କମାଇଲେ । ସେତିକି ପ୍ରତିକ୍ରମଣ କରିବାର ଅଛି। ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ ନ ହୁଏ, ତାହା ପ୍ରକୃତି ଦୋଷ ଅଟେ ନା ଅନ୍ତରାୟ କର୍ମ ? ଦାଦାଶ୍ରୀ : ତାହା ପ୍ରକୃତି ଦୋଷ ଅଟେ ଏବଂ ସେ ପ୍ରକୃତି ଦୋଷ ସବୁ ଜାଗାରେ ନଥାଏ । କିଛି ଜାଗାରେ ଦୋଷ ହୁଏ ଏବଂ କିଛି ଜାଗାରେ ହୁଏ ନାହିଁ । ପ୍ରକୃତି ଦୋଷରେ ପ୍ରତିକ୍ରମଣ ନ ହୁଏ, ତେବେ ସେଥିରେ ଅସୁବିଧା ନାହିଁ । ଆମକୁ ତ

Loading...

Page Navigation
1 ... 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112