Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 82
________________ ପ୍ରତିକ୍ରମଣ : ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରିବା ପରେ ଆମ ବାଣୀ ବହୁତ ଭଲ ହୋଇଯିବ, ଏହି ଜନ୍ମରେ ? ଦାଦାଶ୍ରୀ : ତାହା ପରେ ତ କିଛି ଅଲଗା ପ୍ରକାରର ହେବ । ମୋ ବାଣୀ ସବୁଠାରୁ ଉଚ୍ଚ ପ୍ରକାରର ବାହାରୁଛି ତାହାର କାରଣ ପ୍ରତିକ୍ରମଣ ହିଁ ଅଟେ ଏବଂ ନିର୍ବିବାଦୀ ଅଟେ ତାହାର କାରଣ ମଧ୍ୟ ପ୍ରତିକ୍ରମଣ ହିଁ ଅଟେ । ନଚେତ ବିବାଦ ହିଁ ହୁଏ । ସର୍ବତ୍ର ବିବାଦୀ ବାଣୀ ହିଁ ଥାଏ । ବ୍ୟବହାର ଶୁଦ୍ଧି ବିନା ବ୍ୟାଦବାଦ ବାଣୀ ବାହାରିବ ହିଁ ନାହିଁ । ପ୍ରଥମେ ବ୍ୟବହାର ଶୁଦ୍ଧି ହେବା ଦରକାର । ୨୧. ଯାଏ ପ୍ରକୃତି ଦୋଷ ଏହିପରି... ଏହି ସତ୍‌ସଙ୍ଗର ପଏଜନ୍ ପିଇବା ଭଲ କିନ୍ତୁ ବାହାରର ଅମୃତ ପିଇବା ଠିକ୍ ନୁହେଁ । କାରଣ ଏ ପଏଜନ୍ ପ୍ରତିକ୍ରମଣବାଲା ଅଟେ । ମୁଁ ଜହରର ସମସ୍ତ ପିଆଲା ପିଇ ମହାଦେବଜୀ ହୋଇଛି । ପ୍ରଶ୍ନକର୍ତ୍ତା : ଆପଣଙ୍କ ପାଖକୁ ଆସିବା ପାଇଁ ବହୁତ ଭାବୁଛି କିନ୍ତୁ ଆସିପାରୁ ନାହିଁ । ଦାଦାଶ୍ରୀ : ତୁମ ହାତରେ କ’ଣ ସଭା ଅଛି ? ଆସିବା ପାଇଁ ଭାବୁଛି, କିନ୍ତୁ ଆସି ପାରୁନାହିଁ ତେବେ ସେଥ‌ିପାଇଁ ମନରେ ଦୁଃଖ ରହିବା ଉଚିତ । ଆମେ ଚନ୍ଦୁଭାଇଙ୍କୁ କହିବା ଯେ ଚନ୍ଦୁଭାଇ ପ୍ରତିକ୍ରମଣ କର, ଜଲଦୀ ରାସ୍ତା ବାହାରିବ । ଯାଇହେଉନାହିଁ ଏଣୁ ପ୍ରତିକ୍ରମଣ କର । ପ୍ରତ୍ୟାଖ୍ୟାନ କର । ଏପରି ଭୁଲ-ଭାଲ ହୋଇଛି ଏଣୁ ଏବେ ଆଉ ଭୁଲ-ଭାଲ କରିବି ନାହିଁ । ଆଉ ଏବେ ଯେଉଁ ଭାବ ଆସୁଛି ସେ ଭାବ କାହିଁକି ବେଶୀ ଆସୁଛି ? ଭାବ ଆସିବାର କାରଣ ଏହା ଯେ କମିଙ୍ଗ୍ ଇଭେଣ୍ଟସ୍ କାସ୍ଟ ଦେୟର ସ୍ୟାଡୋଜ୍ ବିଫୋର୍ । ଅର୍ଥାତ ଏସବୁ କଥା ହେବାକୁ ଅଛି । ପ୍ରଶ୍ନକର୍ତ୍ତା : ଚିନ୍ତା ହୋଇଯାଏ । ତାହାର ପ୍ରତିକ୍ରମଣ କିପରି କରିବା ଉଚିତ ? ଦାଦାଶ୍ରୀ : ‘ମୋ ଅହଂକାର କାରଣରୁ ଚିନ୍ତା ହେଉଛି । ମୁଁ କ’ଣ ତାହାର କର୍ତ୍ତା ? ଏଣୁ ଦାଦା ଭଗବାନ ! କ୍ଷମା କରନ୍ତୁ ।’ ଏପରି କିଛି କରିବାକୁ ତ ପଡ଼ିବ ନା ? ତାହା ବିନା ଚଳିବ କି ? ପ୍ରଶ୍ନକର୍ତ୍ତା : ‘ବହୁତ ଥଣ୍ଡା ହେଉଛି, ବହୁତ ଥଣ୍ଡା ହେଉଛି’ ଯଦି ଆମେ

Loading...

Page Navigation
1 ... 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112