Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୬୮
ପ୍ରତିକ୍ରମଣ କପଡ଼ା ଉପରେ ଦାଗ ଲାଗିଯାଏ, ତେବେ ଧୋଇ ଦେଉଛି ନା ? ସେହିପରି ଏହା ମଧ୍ୟ କପଡ଼ା ଉପରେ ଲାଗିଥିବା ଦାଗ ଅଟେ ।
| ପ୍ରଶ୍ନକର୍ତ୍ତା : ବ୍ୟବହାରରେ କେହି ଭୁଲ କରୁଥିବ ତେବେ ତା’କୁ ସାମାନ୍ୟ ଗାଳି କରିବାକୁ ପଡ଼େ, ଏହାଦ୍ୱାରା ତା’କୁ ଦୁଃଖ ହୁଏ । ତେବେ ତାହାର ନିକାଲ୍ କିଭଳି କରିବା ଉଚିତ ?
। ଦାଦାଶ୍ରୀ : ବ୍ୟବହାରରେ ସାମାନ୍ୟ ଗାଳି କରିବାକୁ ପଡ଼େ, କିନ୍ତୁ ସେଥିରେ ଅହଂକାର ସହିତ ହୁଏ ସେଥିପାଇଁ ତାହାର ପ୍ରତିକ୍ରମଣ କରିବା ଉଚିତ ।
ପ୍ରଶ୍ନକର୍ତ୍ତା : ନ କହିବୁ ତେବେ ସେମାନେ ମୁଣ୍ଡରେ ଚଢ଼ିଯିବେ ?
ଦାଦାଶ୍ରୀ : କହିବାକୁ ତ ପଡ଼ିବ, କିନ୍ତୁ କହିବା ଆସିବା ଉଚିତ । କହିବା ଆସେନାହିଁ, ବ୍ୟବହାର ଆସେ ନାହିଁ, ସେଥିପାଇଁ ଅହଂକାର ସହିତ କହିଦିଅନ୍ତି । ସେଥିପାଇଁ ପରେ ତାହାର ପ୍ରତିକ୍ରମଣ କରିବାର ଅଛି । ତୁମେ ସାମ୍ବାବାଲାକୁ ଗାଳିକରିବ ତେବେ ତାହାଦ୍ଵାରା ତା’କୁ ଖରାପ ତ ଲାଗିବ, କିନ୍ତୁ ବାରମ୍ବାର ଯଦି ତାହାର ପ୍ରତିକ୍ରମଣ କରିବା ତେବେ ଛଅମାସ, ବାରମାସରେ ବାଣୀ ଏପରି ବାହାରିବ ଯେ ସାମ୍ବାବାଲାକୁ ମିଠା ଲାଗିବ ।
ଏବେ ମୁଁ ଯଦି କାହାର ଥଟ୍ଟା କରୁଛି, ତେବେ ତାହାର ବି ମୋତେ ପ୍ରତିକ୍ରମଣ କରିବାକୁ ପଡ଼େ । ମୋର ଏମିତି ଚଳିବ ନାହିଁ ।
ପ୍ରଶ୍ନକର୍ତ୍ତା : ତାହା ତ ମନୋରଞ୍ଜନ କୁହାଯାଏ । ଏପରି ତ ହେଉଥାଏ ।
ଦାଦାତ୍ରୀ : ନା, କିନ୍ତୁ ତଥାପି ମୋତେ ପ୍ରତିକ୍ରମଣ କରିବାକୁ ପଡ଼େ । ତୁମେ ନ କରିବ ତେବେ ଚଳିବ । କିନ୍ତୁ ମୋତେ ତ କରିବାକୁ ପଡ଼ିବ । ନହେଲେ
ମୋର ଏ ଜ୍ଞାନ, ଏ ‘ଟେପ୍ ରେକର୍ଡ଼ ବାଜୁଛି (ଯେଉଁ ବାଣୀ ବାହାରୁଛି) ନା, ତାହା ପୁଣି ଅସ୍ପଷ୍ଟ ବାହାରିବ ।
ନହେଲେ, ମୁଁ ତ ସବୁ ପ୍ରକାରର ଥଟ୍ଟା କରିଥିଲି । ସର୍ବଦା, ସବୁ ପ୍ରକାରର ଥଟ୍ଟା କିଏ କରିପାରେ ? ବହୁତ ଟାଇଟ୍ ବ୍ରେନ (ଶକ୍ତିଶାଳୀ ମସ୍ତିଷ୍କ) ହୋଇଥିବ, ସେ କରେ । ମୁଁ ତ ମଣ୍ଡିରେ ଆସି ସମସ୍ତଙ୍କର ଥଟ୍ଟା କରୁଥିଲି । ଭଲ ଭଲ ଲୋକଙ୍କର, ବଡ଼ ବଡ଼ ଓକିଲଙ୍କର, ଡକ୍ଟରଙ୍କର ପରିହାସ କରୁଥିଲି । ଏବେ, ସେ ସମସ୍ତ ଅହଂକାର ତ ଭୁଲ ହିଁ ଥିଲା ନା ! ତାହା ମୋ ବୁଦ୍ଧିର ଦୁରୂପଯୋଗ ହେଲା ନା ! ପରିହାସ କରିବା ତାହା ବୁଦ୍ଧିର ସଙ୍କେତ ଅଟେ ।

Page Navigation
1 ... 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112