Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
ଦାଦାଶ୍ରୀ : ଏହା ନିୟମର ବିରୁଦ୍ଧ କୁହାଯିବ ନା ? ନିୟମ ବିରୁଦ୍ଧ ନା ? ନିୟମର ବିରୁଦ୍ଧ ତ ନ ହେବା ହିଁ ଉଚିତ ନା ? ମୋ ଆଜ୍ଞାର ଯଦି ପାଳନ କର, ତାହା ଧର୍ମ କୁହାଯିବ । ଆଉ ପ୍ରତିକ୍ରମଣ କରିବାରେ କ୍ଷତି କ’ଣ ଆମକୁ ? କ୍ଷମା ମାଗିନିଅ ଏବଂ ଆଉ ଏପରି କରିବି ନାହିଁ, ଏପରି ଭାବ ମଧ୍ୟ ରଖୁବାର ଅଛି । ବାସ୍ କେବଳ ଏତିକି । ସଂକ୍ଷେପରେ କରିଦେବାର ଅଛି । ସେଥୁରେ ଭଗବାନ କ’ଣ କରିବେ ? ସେଥିରେ କେଉଁଠି ନ୍ୟାୟ ଦେଖୁବାକୁ ହୁଏ ? ଯଦି ବ୍ୟବହାରକୁ ବ୍ୟବହାର ବୁଝିଲା, ତେବେ ସେ ନ୍ୟାୟ ବୁଝିଗଲା! ପଡ଼ୋଶୀ କାହିଁକି ଓଲଟା କହିଗଲେ ? କାରଣ ଆମ ବ୍ୟବହାର ସେମିତି ଥୁଲା, ସେଥିପାଇଁ । ଆଉ ଆମ ଦ୍ବାରା ଯଦି ଓଲଟା ବାଣୀ ବାହାରିଯାଏ ତେବେ ତାହା ସାମ୍ନାବାଲାର ବ୍ୟବହାରର ଅଧୀନ ଅଟେ । କିନ୍ତୁ ଆମକୁ ତ ମୋକ୍ଷ ଦରକାର । ସେଥିପାଇଁ ତାହାର ପ୍ରତିକ୍ରମଣ କରିନେବା ଉଚିତ ।
୬୬
ପ୍ରଶ୍ନକର୍ତ୍ତା : ସାମ୍ନାବାଲା ଓଲଟା କୁହେ ସେତେବେଳେ ଆପଣଙ୍କ ଜ୍ଞାନ ଦ୍ଵାରା ସମାଧାନ ରହେ, କିନ୍ତୁ ମୁଖ୍ୟ ପ୍ରଶ୍ନ ଏହା ଯେ ଆମଦ୍ଵାରା ଯେବେ କଟୁବଚନ ବାହାରେ, ସେହି ସମୟରେ ଆମେ ‘ବାଣୀ ପର ଅଟେ ଏବଂ ପରାଧୀନ ଅଟେ’ ଏହି ବାକ୍ୟର ଆଧାର ନେଉ ତେବେ ଆମକୁ ଓଲଟା ଲାଇସେନ୍ସ ମିଳିଯାଏ ।
ଦାଦାଶ୍ରୀ : ଏହି ବାକ୍ୟର ଆଧାର ନେଇ ପାରିବା ହିଁ ନାହିଁ । ସେ ସମୟରେ ତୁମକୁ ପ୍ରତିକ୍ରମଣର ଆଧାର ଦେଇଛି । ସାମ୍ନାବାଲାକୁ ଦୁଃଖ ହେବାପରି କହି ଦେଇଥିବା ତେବେ ପ୍ରତିକ୍ରମଣ କରିନେବା ।
ଆଉ ଯେତେବେଳେ ସାମ୍ନାବାଲା କିଛି ବି କୁହେ, ସେତେବେଳେ ବାଣୀ ପର ଅଟେ ଏବଂ ପରାଧୀନ ଅଟେ, ତାହାକୁ ସ୍ଵୀକାର କଲ, ତେବେ ତୁମକୁ ସାମ୍ନାବାଲାର ଦୁଃଖ ରହିଲା ହିଁ ନାହିଁ ନା ?
ପ୍ରଶ୍ନକର୍ତ୍ତା : ପରମାର୍ଥ ହେତୁ ଅଳ୍ପ ମିଛ କୁହେ, ତେବେ ତାହାର ଦୋଷ
ଲାଗିବ ?
ଦାଦାଶ୍ରୀ : ପରମାର୍ଥ ଅର୍ଥାତ ଆମ୍ବା ପାଇଁ ଯାହା କିଛି ବି କରନ୍ତି, ତାହାର ଦୋଷ ଲାଗେ ନାହିଁ । ଏବଂ ଦେହ ପାଇଁ ଯାହା କିଛି ବି କରନ୍ତି, ଖରାପ କରନ୍ତି ତେବେ ଦୋଷ ଲାଗେ ଏବଂ ଭଲ କରନ୍ତି ତେବେ ଗୁଣ ଲାଗେ । ଆମ୍ବା ପାଇଁ ଯାହା କିଛି ବି କରାଯାଏ ସେଥୁରେ ଅସୁବିଧା ନାହିଁ । ହଁ, ଆତ୍ମହେତୁ ହୋଇଥବ, ତାହା ସମ୍ବନ୍ଧିତ ଯାହା–ଯାହା କାର୍ଯ୍ୟ ହୋଇଥବ, ସେଥିରେ କିଛି ଦୋଷ ନାହିଁ, ସାମ୍ନାବାଲାକୁ ଆମ ନିମତ୍ତରୁ ଦୁଃଖ ପହଞ୍ଚେ ତେବେ ଦୋଷ ଲାଗେ ।

Page Navigation
1 ... 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112