Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 81
________________ ୬୯ ପ୍ରତିକ୍ରମଣ ପ୍ରଶ୍ନକର୍ତ୍ତା : ପରିହାସ କରିବାରେ କ’ଣ କ’ଣ ଜୋଖୁମ ଆସେ ? କେଉଁ ପ୍ରକାରର ଜୋସ୍ଟମ ଆସେ ? ଦାଦାଶ୍ରୀ : ଏପରି ଅଟେ, କାହାକୁ ଚଟକଣା ମାରିଥିବ ଏବଂ ତାହାଦ୍ୱାରା ଯେଉଁ ଜୋମ ଆସେ ତାହାଠାରୁ ଅନେକ ଗୁଣା ଜୋଖୁମ ପରିହାସ କରିବାରେ ଅଛି । ତା’ ବୁଦ୍ଧି ପହଞ୍ଚି ପାରିଲା ନାହିଁ, ସେଥିପାଇଁ ତୁମେ ତା’କୁ ତୁମ ବୁଦ୍ଧିର ଲାଇଟ୍ ଦ୍ଵାରା ନିଜ କବ୍‌ରେ କଲ । । ପ୍ରଶ୍ନକର୍ତ୍ତା : ଯାହାକୁ ନୂଆ ଟେପ୍ କରିବାର ନଥିବ, ତା’ପାଇଁ କେଉଁ ରାସ୍ତା ? ଦାଦାଶ୍ରୀ : କିଛି ବି ସ୍ପନ୍ଦନ ହେବାକୁ ଦେବ ନାହିଁ । ସବୁକିଛି ଦେଖୁ ଚାଲିବ । କିନ୍ତୁ ଏପରି ହୁଏ ନାହିଁ ନା ! ଇଏ ବି ମେଶିନ୍ ହିଁ ଅଟେ ଏବଂ ପରାଧୀନ ମଧ୍ୟ । ସେଥିପାଇଁ ମୁଁ ଅଲଗା ରାସ୍ତା ଦେଖାଏ ଯେ ଯଦି ଟେପ୍ ହୋଇଯାଏ ତେବେ ତୁରନ୍ତ ଧୋଇଦେବ ତେବେ ଚଳିବ । ଏ ପ୍ରତିକ୍ରମଣ ତ ଧୋଇବାର ସାଧନ ଅଟେ । ଏହାଦ୍ବାରା ଗୋଟେଅଧେ ଜନ୍ମରେ ପରିବର୍ତ୍ତନ ହେବାପରେ ସବୁ କହିବା ବନ୍ଦ ହୋଇଯିବ । | ପ୍ରଶ୍ନକର୍ତ୍ତା : ଶୁଦ୍ଧମ୍ବାର ଲକ୍ଷ୍ୟ ହେବାପରେ ନିରନ୍ତର ପ୍ରତିକ୍ରମଣ ଚାଲୁ ହିଁ ରହୁଛି । । ଦାଦାଶ୍ରୀ : ସେଥିପାଇଁ ତୁମର ଦାୟିତ୍ଵଭାର ରହେ ନାହିଁ । ଯାହା କୁହ ତାହାର ପ୍ରତିକ୍ରମଣ ହୋଇଯାଏ ଏଣୁ ଦାୟିତ୍ବ ରହିବ ନାହିଁ ନା ! କଡ଼ା କହିବ କିନ୍ତୁ ରାଗ-ଦ୍ବଷ ରହିତ କହିବ । କଡ଼ା କହି ହୋଇଯିବ ତେବେ ତୁରନ୍ତ ପ୍ରତିକ୍ରମଣ କରିନେବ । ମନ-ବଚନ-କାୟାର ଯୋଗ, ଭାବକର୍ମ-ଦ୍ରବ୍ୟକର୍ମ-ନୋକର୍ମ, ଚନ୍ଦୁଭାଇ ଏବଂ ଚନ୍ଦୁଭାଇ ନାମର ସର୍ବମାୟାରୁ ଭିନ୍ନ ଏପରି ଶୁଦ୍ଧାତ୍ମାଙ୍କୁ ସ୍ମରଣ କରି କହିବ, ‘ହେ ଶୁଦ୍ଧିମ୍ବା ଭଗବାନ ! ମୁଁ ବଡ଼ ପାଟିରେ କହିଦେଲି, ଭୁଲ ହୋଇଗଲା । ସେଥିପାଇଁ ତାହାର କ୍ଷମା ମାଗୁଛି । ଏବଂ ସେ ଭୁଲ ଏବେ ଆଉ କରିବି ନାହିଁ ଏପରି ନିଶ୍ଚୟ କରୁଛି । ଏପରି ଭୁଲ ନ କରିବା ପାଇଁ ଶକ୍ତି ଦିଅନ୍ତୁ । ଶୁଦ୍ଧାମ୍ବାଙ୍କୁ ସ୍ମରଣ କଲ ଅଥବା ଦାଦାଙ୍କୁ ସ୍ମରଣ କଲ ଏବଂ କହିଲ ଯେ, ଏ ଭୁଲ ହୋଇଗଲା ତାହା ଆଲୋଚନା ଏବଂ ସେହି ଭୁଲକୁ ଧୋଇଦେବା ତାହା ପ୍ରତିକ୍ରମଣ ଏବଂ ଏପରି ଭୁଲ ଆଉ କରିବି ନାହିଁ ଏପରି ନିଶ୍ଚୟ କରିବା, ତାହା ପ୍ରତ୍ୟାଖ୍ୟାନ ।

Loading...

Page Navigation
1 ... 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112