Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
୭୫ କରିବାର ନାହିଁ ! ତୋତେ କେବଳ ସମଭାବରେ ନିକାଲ କରିବାର ଭାବ ରଖୁବାର ଅଛି । ସମଭାବରେ ନିକାଲ ହେଉ ଅବା ନହେଉ ତାହା ତୋ ଅଧୀନରେ ନାହିଁ । ତୁ ମୋ ଆଜ୍ଞାରେ ରହ ନା ! ତାହାଦ୍ବାରା ତୋର ବହୁତ କିଛି କାମ ହୋଇଯିବ ଆଉ ଯଦି ନ ହୁଏ ତେବେ ତାହା “ନେଚର୍’ର ଅଧୀନ ଅଟେ ।
। ସାମ୍ବାବାଲାର ଦୋଷ ଦେଖାଯିବା ବନ୍ଦ ହୋଇଯିବ, ତେବେ ସଂସାର ଛୁଟିଯିବ । ଆମକୁ ଗାଳିକରୁ, କ୍ଷତିକରୁ, ପିଟୁ ତଥାପି ଯଦି ଦୋଷ ନ ଦେଖାଯାଏ, ସେତେବେଳେ ସଂସାର ଛୁଟିବ । ନହେଲେ ସଂସାର ଛୁଟିବ ନାହିଁ ।
ଏବେ ସବୁ ଲୋକଙ୍କର ଦୋଷ ଦେଖାଯିବା ବନ୍ଦ ହୋଇଯାଇଛି ? | ପ୍ରଶ୍ନକର୍ତ୍ତା : ହଁ ଦାଦା । କେବେ ଯଦି ଦେଖାଯାଏ ତେବେ ପ୍ରତିକ୍ରମଣ କରିନେଉଛି ।
। ଦାଦାଶ୍ରୀ : ରାସ୍ତା ଏତିକି ଯେ ଦାଦାଙ୍କ ଆଜ୍ଞାରେ ରହିବାର ଅଛି । ଏପରି ନିଶ୍ଚୟ କରି ପରଦିନରୁ ଆରମ୍ଭ କରିଦେବା । ଏବଂ ଯେତିକି ଆଜ୍ଞାରେ ନ ରହିପାରିଲେ, ତାହାର ପ୍ରତିକ୍ରମଣ କରିବାର ଅଛି । ଏବଂ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ସନ୍ତୁଷ୍ଟ କରିବ, ସମଭାବରେ ନିକାଲ କରି । ତଥାପି ଘରର ସବୁ ଲୋକ ଯଦି ଡିଆଁକୁଦା କରନ୍ତି ତେବେ ଆମକୁ କେବଳ ଦେଖୁବାର ଅଛି । ଆମର ପୂର୍ବ ହିସାବ ଅଛି ସେଥିପାଇଁ ଡିଆଁକୁଦା କରିବେ । ଏହା ତ ଆଜି ସ୍ଥିର କଲେ । ଏଣୁ ଘରର ସମସ୍ତଙ୍କୁ ପ୍ରେମରେ ଜିତ । ତାହା ତ ପରେ ନିଜକୁ ମଧ୍ୟ ଖବର ପଡ଼ିବ ଯେ ଏବେ ସବୁ ଠିକଣାକୁ ଆସୁଛି । ତଥାପି, ଘର ଲୋକେ ଯେବେ ଅଭିପ୍ରାୟ ଦିଅନ୍ତି, ସେତେବେଳେ ମାନିବା ଯୋଗ୍ୟ । ଅଟେ । ଶେଷରେ ତ ଘର ଲୋକେ ତା’ ପକ୍ଷରେ ହିଁ ଅଟନ୍ତି ।
| ପ୍ରଶ୍ନକର୍ତ୍ତା : ଆମେ ଯେଉଁ ପ୍ରତିକ୍ରମଣ କରୁଛୁ ସେହି ପ୍ରତିକ୍ରମଣର ପରିଣାମ, ଏହି ମୂଳ ସିଦ୍ଧାନ୍ତ ଉପରେ ଆଧାରିତ ଯେ, ଆମେ ସାମ୍ବାବାଲାର ଶୁଦ୍ଧାତ୍ମାକୁ ଦେଖୁଛୁ, ତେବେ ତା’ ପ୍ରତି ଯେଉଁ ଭାବ ଅଛି, ଖରାପ ଭାବ ଅଛି, ତାହା କମିଯିବ ନା ?
। ଦାଦାଶ୍ରୀ : ଆମ ଖରାପ ଭାବ ନଷ୍ଟ ହେଇଯିବ । ଆମ ନିଜ ପାଇଁ ହିଁ ଅଟେ ଏ ସବୁ । ସାମ୍ବାବାଲା ସହ ନେବା-ଦେବା ନାହିଁ । ସାମ୍ବାବାଲାର ଶୁଦ୍ଧିମ୍ବା ଦେବାର ହେତୁ କେବଳ ଏତିକି ଯେ ଆମେ ଶୁଦ୍ଧ ଦଶାରେ, ଜାଗୃତ ଦଶାରେ ଅଛି ।
| ପ୍ରଶ୍ନକର୍ତ୍ତା : ତେବେ ତା’କୁ ଆମ ପ୍ରତି ଯେଉଁ ଖରାପ ଭାବ ଥିବ, ତାହା କମ ହୋଇଯିବ ନା ?

Page Navigation
1 ... 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112