Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
ପ୍ରଶ୍ନକର୍ତ୍ତା : ଦାଦା, ଜ୍ଞାନ ପ୍ରାପ୍ତିର ପୂର୍ବରୁ ଏହି ଜନ୍ମର ଯେଉଁ ପର୍ଯ୍ୟାୟ ବାନ୍ଧିହୋଇ ସାରିଛି, ତାହାର ନିରାକରଣ କିପରି ହେବ ?
ଦାଦାଶ୍ରୀ : ଯେପର୍ଯ୍ୟନ୍ତ ବଞ୍ଚ, ସେପର୍ଯ୍ୟନ୍ତ ପଶ୍ଚାତାପ କରି ତାହାକୁ ଧୋଇଦେବା । କିନ୍ତୁ ସେ କିଛି ଥାଏ, ତାହା ପୁରା ନିରାକରଣ ହେବ ନାହିଁ, ମାତ୍ର ଢିଲା ତ ହୋଇଯିବ ନିଶ୍ଚିତ । ଢିଲା ହେବା ଦ୍ବାରା ଆସନ୍ତା ଜନ୍ମରେ ହାତ ଲଗାଇବା ମାତ୍ରେ ତୁରନ୍ତ ଗଣ୍ଡି ଫିଟିଯିବ ।
। ପ୍ରଶ୍ନକର୍ତ୍ତା : ଆପଣଙ୍କ ଜ୍ଞାନ ପ୍ରାପ୍ତ ହେବା ପୂର୍ବରୁ ନର୍କର ବନ୍ଧୁ ପଡ଼ି ଯାଇଥିବ ତେବେ ନର୍କରେ ଯିବାକୁ ପଡ଼ିବ ?
ଦାଦାଶ୍ରୀ : ଏପରି ଅଟେ, ଏହି ଜ୍ଞାନ ହିଁ ଏପରି ଯେ ସବୁ ପାପ ଭଦ୍ରୀଭୂତ ହୋଇଯାଏ, ବନ୍ଧୁ ଛୁଟିଯାଏ । କେହି ଯଦି ନର୍କରେ ଯିବାକୁ ଥିବ, କିନ୍ତୁ ଯେପର୍ଯ୍ୟନ୍ତ ଜୀବିତ ଅଛି ସେତିକି ସମୟ ଭିତରେ ଯଦି ସେ ପ୍ରତିକ୍ରମଣ କରେ, ତେବେ ତା’ର ଧୋଇଯିବ । ଚିଠି ପୋଷ୍ଟରେ ପକାଇବା ପୂର୍ବରୁ ଯଦି ତୁମେ ଲେଖିଦେବ ଯେ ଉପରୋକ୍ତ ବାକ୍ୟ ଲେଖୁବା ସମୟରେ ମନର ଠିକଣା ନଥିଲା ତେବେ ତାହା ଉଡ଼ିଯିବ ।
ପ୍ରଶ୍ନକର୍ଷା : ପ୍ରାୟଶ୍ଚିତ ଦ୍ବାରା ବନ୍ଧୁ ଛୁଟିଯିବ ?
ଦାଦାଶ୍ରୀ : ହଁ, ଛୁଟିଯାଏ । କିଛି ପ୍ରକାରର ହିଁ ବନ୍ଧୁ ଥାଏ, ସେ କର୍ମ ପ୍ରାୟଶ୍ଚିତ କରିବା ଦ୍ଵାରା ମଜଭୁତ ଗଣ୍ଡିରୁ ଢିଲା ହୋଇଯିବ । ଆମ ପ୍ରତିକ୍ରମଣରେ ବହୁତ ଶକ୍ତି ଅଛି । ଦାଦାଙ୍କୁ ହାଜର ରଖ୍ କରିବ ତେବେ କାମ ହୋଇଯିବ । । କର୍ମର ଧକ୍କାରୁ ଯେତେ ଜନ୍ମ ହେବାକୁ ଥିବ ତାହା ହେବ, କଦାଚିତ ଏକଦୁଇ ଜନ୍ମ, ମାତ୍ର ତାହା ପରେ ସୀମନ୍ଧର ସ୍ଵାମୀଙ୍କ ପାଖକୁ ହିଁ ଯିବାକୁ ପଡ଼ିବ । ଏଠାକାର ଧକ୍କା, ପୂର୍ବର ବନ୍ଧା ହୋଇସାରିଥିବା ହିସାବ ଅନୁସାରେ, କିଛି ଚିକିଣା ହୋଇ ଯାଇଥିବ, ତାହା ପୁରା ହୋଇଯିବ । ସେଥିରେ କୌଣସି ଚାରା ହିଁ ନାହିଁ ! ଏହା ତ ରଘା ସୁନାରିର ତରାଜୁ ଅଟେ । ନ୍ୟାୟ, ଜବରଦସ୍ତ ନ୍ୟାୟ ! ଶୁଦ୍ଧ ନ୍ୟାୟ ! ପ୍ୟାର୍ ନ୍ୟାୟ ! ସେଥିରେ ଚଳେ ନାହିଁ ପୋଲମପାଲ୍ ।
ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରିବା ଦ୍ଵାରା କର୍ମର ଧକ୍କା କମ୍ ହୋଇଯାଏ ?
ଦାଦାଶ୍ରୀ : କମ୍ ହୁଏ ନା ! ଏବଂ ଜଲଦୀ ନିବେଡ଼ା( ସମାଧାନ ପୂର୍ବକ ଅନ୍ତ) ଆସିଯାଏ ।

Page Navigation
1 ... 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112