Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 79
________________ ୬୭ ପ୍ରତିକ୍ରମଣ ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣର ପ୍ରଭାବ ନ ପଡ଼ିବାର କାରଣ କ’ଣ ? ଆମେ ପୁରା ଭାବରେ କଲୁ ନାହିଁ ନା ସାମ୍ଭାବ୍ୟକ୍ତିର ଆବରଣ ଅଛି ? ଦାଦାଶ୍ରୀ : ଆମକୁ ସାମ୍ଭାବ୍ୟକ୍ତିର ଦେଖୁବାର ନାହିଁ । ସେ ତ ପାଗଳ ବି ହୋଇପାରେ । ଆମ ନିମିତ୍ତରୁ ତା’କୁ ଦୁଃଖ ନହେବା ଉଚିତ, ବାସ୍ ! ପ୍ରଶ୍ନକର୍ତ୍ତା : ଅର୍ଥାତ କୌଣସି ବି ପ୍ରକାରେ ଯଦି ତା’କୁ ଦୁଃଖ ହୋଇଯାଏ ତେବେ ଆମେ ତାହାର ସମାଧାନ କରିବାର ପ୍ରୟାସ କରିବା ଉଚିତ । ଦାଦାଶ୍ରୀ : ଯଦି ତା’କୁ ଦୁଃଖ ହୋଇଯାଏ ତେବେ ସମାଧାନ ତ ଅବଶ୍ୟ କରିବା ଉଚିତ । ତାହା ଆମର ରେସ୍ପନ୍ସିବିଲିଟୀ ଅଟେ । ହଁ, ଦୁଃଖ ନହେଉ, ସେଥିପାଇଁ ତ ଆମ ଜୀବନ । ପ୍ରଶ୍ନକର୍ତ୍ତା : କିନ୍ତୁ ମାନି ନିଅନ୍ତୁ ଯେ ଏପରି କରିବା ପରେ ମଧ୍ୟ ସାମ୍ବାବାଲାକୁ ସମାଧାନ ହେଉ ନଥିବ, ତେବେ ପୁଣି ନିଜର ଦାୟିତ୍ୱ କେତେ ? ଦାଦାଶ୍ରୀ : ଯଦି ହୋଇପାରିବ ତେବେ ସାମ୍ନାସାମୀ ଯାଇ ଆରେ ନମ୍ରତା ଦେଖାଇବ । ତଥାପି ଏପରି କ୍ଷମା ମାଗିଲେ ଯଦି ଓଲଟା ଚାପୁଡ଼ା ମାରେ ତେବେ ବୁଝିନେବ ଯେ ଇଏ ନିଚ୍ଚ ବର୍ଗର ଅଟେ । ତଥାପି ନିକାଲ କରିବାର ଅଛି । କ୍ଷମା ମାଗିଲେ ଯଦି ଚାପୁଡ଼ା ମାରେ ତେବେ ବୁଝିବ ଯେ ଏହା ସହିତ ଭୁଲ ତ ହୋଇଛି, କିନ୍ତୁ ମଣିଷ ନିଚ୍ଚ ବର୍ଗର ଅଟେ, ଏଣୁ ନଇଁବା ବନ୍ଦ କରିଦିଅ । | ପ୍ରଶ୍ନକର୍ତ୍ତା : ହେତୁ ଭଲ ଥିବ ତେବେ ପୁଣି ପ୍ରତିକ୍ରମଣ କାହିଁକି କରିବା ଉଚିତ ? । ଦାଦାଶ୍ରୀ : ପ୍ରତିକ୍ରମଣ ତ କରିବାକୁ ପଡ଼ିବ, ତା’କୁ ଦୁଃଖ ହୁଏ ନା । ଆଉ ବ୍ୟବହାରରେ ଲୋକେ କହିବେ ଯେ “ଦେଖ ଏ ଭଉଣି ତା’ ସ୍ୱାମୀକୁ କେମିତି ଧମକଉଛି ।’ ପୁଣି ପ୍ରତିକ୍ରମଣ କରିବାକୁ ପଡ଼ିବ । ଯାହା ଆଖିରେ ଦେଖାଯାଏ ତାହାର ପ୍ରତିକ୍ରମଣ କରିବାର ଅଛି । ଭିତରେ ତୁମ ହେତୁ ସୁନା ପରି ଥାଉ କିନ୍ତୁ କେଉଁ କାମର ? ଚଳିବ ନାହିଁ ସେ ହେତୁ । ହେତୁ ବିଲକୁଲ ସୁନାପରି ହୋଇଥାଉ ତଥାପି ଆମକୁ ପ୍ରତିକ୍ରମଣ କରିବାକୁ ପଡ଼ିବ । ଭୁଲ ହେବା ମାତ୍ରେ ପ୍ରତିକ୍ରମଣ କରିବାକୁ ପଡ଼ିବ । ଏ ସବୁ ମହାମ୍ବାଙ୍କର ଇଚ୍ଛା, ଏବେ ଜଗତକଲ୍ୟାଣ କରିବାର ଭାବନା ହୋଇଛି । ହେତୁ ଭଲ କିନ୍ତୁ ତଥାପି ଚଳିବ ନାହିଁ । ପ୍ରତିକ୍ରମଣ ତ ପ୍ରଥମେ କରିବାକୁ ହେବ ।

Loading...

Page Navigation
1 ... 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112