Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 77
________________ ପ୍ରତିକ୍ରମଣ ଏପରି ଅଭିପ୍ରାୟ ଯଦି ତୁମର ହୋଇଗଲା ତେବେ ମିଛ କହିବା ସମ୍ବନ୍ଧିତ ସମସ୍ତ ପାପ ତୁମର ବନ୍ଦ ହୋଇଯିବ । ‘ରିଲେଟିଭ ଧର୍ମ କିପରି ହେବା ଉଚିତ ଯେ ମିଛ କହିଦେଲ ତେବେ କୁହ, କିନ୍ତୁ ତାହାର ପ୍ରତିକ୍ରମଣ କର । ୨୦. ଜାଗୃତି, ବାଣୀ ବାହାରେ ସେତେବେଳେ... । ମନର ଏତେ ଅସୁବିଧା ନାହିଁ, ବାଣୀର ଅସୁବିଧା ଅଛି । କାରଣ ମନ ତ ଗୁପ୍ତ ରୀତିରେ ଚାଲୁଥାଏ, କିନ୍ତୁ ବାଣୀ ତ ସାମ୍ବାବାଲାର ଛାତିରେ ଘା କରେ । ଏଣୁ ଏହି ବାଣୀ ଦ୍ବାରା ଯେଉଁ ଯେଉଁ ଲୋକଙ୍କୁ ଦୁଃଖ ହୋଇଥିବ ସେ ସମସ୍ତଙ୍କର କ୍ଷମା ମାଗୁଛି । ଏହିପରି ପ୍ରତିକ୍ରମଣ କରିପାର । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ ଦ୍ବାରା ବାଣୀର ସମସ୍ତ ଦୋଷ କ୍ଷମା ହୋଇଯିବ ନା ? । ଦାଦାଶ୍ରୀ : ଦୋଷର ଅସ୍ତିତ୍ବ ରହିବ, କିନ୍ତୁ ଜଳି ଯାଇଥିବା ଦଉଡ଼ି ସମାନ ରହିବ । ଅର୍ଥାତ ଆସନ୍ତା ଜନ୍ମରେ ହାତ ଲଗାଇବା ମାତ୍ରେ ସବୁ ଉଡ଼ିଯିବ, ପ୍ରତିକ୍ରମଣ ଦ୍ଵାରା । ସେଥିରୁ ରସ ସବୁ ଉଡ଼ିଯିବ । । କର୍ଭାର ଆଧାର ରହିବ ତେବେ କର୍ମବନ୍ଧନ ହେବ । ଏବେ ତୁମେ କର୍ତ୍ତା ନୁହଁ, ଏବେ ପୂର୍ବ କର୍ମ ଯାହା ଥିଲା ସେସବୁ ଫଳ ଦେଇ ଚାଲିଯିବେ । ନୂଆ କର୍ମବନ୍ଧନ ହେବ ନାହିଁ । ପ୍ରଶ୍ନକର୍ତ୍ତା : ମଣିଷ ଆକୁଳିତ ହୋଇ କୁହେ, ତେବେ କ’ଣ ତାହା ଅତିକ୍ରମଣ ହେଲା ନାହିଁ ? ଦାଦାଶ୍ରୀ : ଅତିକ୍ରମଣ ହିଁ କୁହାଯିବ । ପ୍ରଶ୍ନକର୍ତ୍ତା : କାହାକୁ ଦୁଃଖ ହେବା ପରି ବାଣୀ ବାହାରିଗଲା ଏବଂ ପ୍ରତିକ୍ରମଣ ନ କଲୁ ତେବେ କ'ଣ ହେବ ? ଦାଦାଶ୍ରୀ : ଏପରି ବାଣୀ ବାହାରିଗଲା, ତେବେ ତାହାଦ୍ୱାରା ତ ସାମ୍ବାବାଲାକୁ ଆଘାତ ଲାଗିବ । ଅର୍ଥାତ ତା’କୁ ଦୁଃଖ ହେବ । ସାବାଲାକୁ ଦୁଃଖ ହେଉ ଏହା ଆମକୁ କିପରି ଭଲ ଲାଗିବ ? ପ୍ରଶ୍ନକର୍ତ୍ତା : ତାହାଦ୍ବାରା ବନ୍ଧନ ହେବ ?

Loading...

Page Navigation
1 ... 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112