Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 76
________________ ୬୪ ପ୍ରତିକ୍ରମଣ ନାହିଁ ।’ ସେତେବେଳେ ଯଦି ତୁମକୁ ଆଶୀର୍ବାଦ ଦେବାକୁ ମନ ହୁଏ ଯେ “ଓହୋହୋ ! ମୁଁ ଜାଣିଥିଲି ଯେ ଚନ୍ଦୁଭାଇଙ୍କର ଅକଲ ନାହିଁ କିନ୍ତୁ ଏହା ତ ସେ ମଧ୍ୟ ଜାଣିଛନ୍ତି’, ତେବେ ଜୁଦାପଣ( ନିଜେ ଚନ୍ଦୁଭାଇଙ୍କଠାରୁ ଅଲଗା) ରହିବ ! | । ଏହି ଚନ୍ଦୁଭାଇଙ୍କୁ ମୁଁ ପ୍ରତିଦିନ କହେ ଯେ ‘ଆସନ୍ତୁ ଚନ୍ଦୁଭାଇ, ଆସନ୍ତୁ ।” ଏବଂ ପୁଣି ଦିନେ କିଛି କହେ ନାହିଁ, ତାହାର କାରଣ କ’ଣ ? ତାଙ୍କୁ ବିଚାର ଆସିବ ଯେ ଆଜି ମୋତେ ଆଗକୁ ଡାକିଲେ ନାହିଁ । ମୁଁ ତା’କୁ ଚଢ଼ାଏ, ପକାଏ, ଚଢ଼ାଏ ଏବଂ ପକାଏ ଏହିପରି କରୁ କରୁ ସେ ଜ୍ଞାନ ପ୍ରାପ୍ତ କରେ । ଜ୍ଞାନ ପାଇବା ପାଇଁ ଅଟେ ଏସବୁ କ୍ରିୟା ମୋର । ମୋର ପ୍ରତ୍ୟେକ କ୍ରିୟା ଜ୍ଞାନ ପାଇବା ପାଇଁ ଅଟେ । ପ୍ରତ୍ୟେକଙ୍କ ସହିତ ଅଲଗା ଅଲଗା ରୁହେ, ତା’ର ପ୍ରକୃତି ଖାଲି ହୋଇଯିବା ହିଁ ଦରକାର ନା ! ପ୍ରକୃତି ତ ଖଲାସ କରିବାକୁ ହିଁ ପଡ଼ିବ । ପର ଜିନିଷ ଆମ ପାଖରେ କେବେ ପର୍ଯ୍ୟନ୍ତ ରହିବ ? ପ୍ରଶ୍ନକର୍ତ୍ତା : ସତ କଥା, ପ୍ରକୃତି ଖଲାସ କରିବା ବିନା ଛୁଟକାରା ହିଁ ନାହିଁ । ଦାଦାଶ୍ରୀ = ହଁ । ମୋର ତ ପ୍ରକୃତି( ବିଧାତା) ଖଲାସ କରିଦେଲା, ମୋର ତ ଜ୍ଞାନ ଦ୍ଵାରା ଖଲାସ ହେଲା । ଆଉ ତୁମର ତ ମୁଁ କାଢ଼ିବି ତେବେଯାଇ ନା, ନିମିତ୍ତ ଅଟେ ନା ! ! । ୧୯. ମିଛର ଅଭ୍ୟାସକୁ... । ପ୍ରଶ୍ନକର୍ତ୍ତା : ଆମେ ଯଦି ମିଛ କହିବୁ ତେବେ ତାହା ମଧ୍ୟ କର୍ମ ବନ୍ଧାହେଲା କୁହାଯିବ ନା ? । ଦାଦାଶ୍ରୀ : ବିଲକୁଲ ! କିନ୍ତୁ ମିଛ କହୁଛି, ତାହା ଅପେକ୍ଷା ମିଛ କହିବାର ଭାବ କରୁଛି, ତାହା ଭାରୀ କର୍ମ କୁହାଯିବ । ମିଛ କହିବା ତାହା ତ କର୍ମଫଳ ଅଟେ । କିନ୍ତୁ ମିଛ କହିବାର ଭାବ, ମିଛ କହିବାର ଆମର ନିଶ୍ଚୟ, ତାହା କର୍ମବନ୍ଧନ କରାଏ । ତୁମକୁ ବୁଝାପଡ଼ିଲା ? ଏହି ବାକ୍ୟ ତୁମର କିଛି ହେଳ୍ପ କରିବ ? କ’ଣ ହେଳ୍ପ କରିବ ? ପ୍ରଶ୍ନକ : ମିଛ କହିବା ବନ୍ଦ କରିବା ଉଚିତ । । ଦାଦାଶ୍ରୀ : ନା, ମିଛ କହିବାର ଅଭିପ୍ରାୟ ହିଁ ଛାଡ଼ିଦେବା ଉଚିତ । ଆଉ ମିଛ କହି ହୋଇଯାଏ ତେବେ ପଶ୍ଚାତାପ କରିବା ଉଚିତ ଯେ ‘କ’ଣ କରିବି ? ! ଏପରି ମିଛ କହିବା ଉଚିତ ନୁହେଁ ।” କିନ୍ତୁ ମିଛ କହିବା ବନ୍ଦ ହେବନାହିଁ, କିନ୍ତୁ ସେ ଅଭିପ୍ରାୟ ବନ୍ଦ ହୋଇଯିବ । ଏବେ ଆଜିଠାରୁ ମିଛ କହିବି ନାହିଁ, ମିଛ କହିବା ତାହା ମହାପାପ ଅଟେ, ମହା ଦୁଃଖଦାୟୀ ଅଟେ, ମିଛ କହିବା ତାହା ହିଁ ବନ୍ଧନ ଅଟେ ।’

Loading...

Page Navigation
1 ... 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112