SearchBrowseAboutContactDonate
Page Preview
Page 91
Loading...
Download File
Download File
Page Text
________________ ପ୍ରତିକ୍ରମଣ ୭୯ ଅଛି । ତାହାର ପ୍ରତିକ୍ରମଣ ଦରକାର ନାହିଁ । ପ୍ରତିକ୍ରମଣ ତ ଯଦି ଆମ ତୀର କାହାକୁ ବାଜିଯାଏ ସେତେବେଳେ କରିବାକୁ ପଡ଼େ । । ତୁମେ ଏଠି ସଙ୍ଗକୁ ଆସିଲ ଏବଂ ଏଠି କିଛି ଲୋକ ଛିଡ଼ା ହୋଇଥିବେ, ସେତେବେଳେ ଯଦି ମନରେ ହୁଏ ଯେ ଏମାନେ ସବୁ କାହିଁକି ଛିଡ଼ା ହୋଇଛନ୍ତି ? ଏହିପରି ମନରେ ଭାବ ବିଗିଡ଼ି ଯାଏ, ସେହି ଭୁଲ ପାଇଁ ତାହାର ତୁରନ୍ତ ପ୍ରତିକ୍ରମଣ କରିବାକୁ ପଡ଼ିବ । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କର୍ମଫଳର କରାଯାଏ ନା ସୂକ୍ଷ୍ମର ? ଦାଦାଶ୍ରୀ : ସୂକ୍ଷ୍ମର । ପ୍ରଶ୍ନକର୍ତ୍ତା : ବିଚାରର ନା ଭାବର ? ଦାଦାଶ୍ରୀ : ଭାବର । ବିଚାର ପଛରେ ଭାବ ଥାଏ । ଅତିକ୍ରମଣ ହେଲା ତେବେ ତାହାର ପ୍ରତିକ୍ରମଣ ନିଶ୍ଚିତ କରିବା ଉଚିତ । ଅତିକ୍ରମଣ ତ ମନରେ ଯଦି ଖରାପ ବିଚାର ଆସେ, ଏ ଭଉଣୀ ପାଇଁ ଖରାପ ବିଚାର ଆସିଲା, ସେତେବେଳେ ‘ବିଚାର ଭଲ ହେବା ଉଚିତ’, ଏପରି କହି ତାହା ବଦଳାଇ ଦେବା । ମନରେ ଯଦି ଏପରି ଲାଗେ ଯେ ଇଏ ଅଯୋଗ୍ୟ ଅଟେ, ତେବେ ଏ ବିଚାର କାହିକି ଆସିଲା ? ଆମକୁ ତା’ର ଯୋଗ୍ୟତା-ଅଯୋଗ୍ୟତା ଦେଖୁବାର ରାଇଟ୍( ଅଧୁକାର) ନାହିଁ । ଆଉ ଅସ୍ପଷ୍ଟ ରୂପରେ କହିବାକୁ ଥିବ ତେବେ କହିବ ଯେ ‘ସବୁ ଭଲ ଅଟନ୍ତି’, ଭଲ ଅଟନ୍ତି କହିବ ତେବେ କର୍ମଦୋଷ ଲାଗିବ ନାହିଁ, କିନ୍ତୁ ଯଦି ଅଯୋଗ୍ୟ କହିବ ତେବେ ତାହା ଅତିକ୍ରମଣ କୁହାଯିବ, ସେଥିପାଇଁ ତାହାର ପ୍ରତିକ୍ରମଣ ଅବଶ୍ୟ କରିବାକୁ ହେବ । । ନାପସନ୍ଦ ଜିନିଷ ସଫା ମନରେ ସହନ ହୋଇପାରିବ, ତେବେଯାଇ ବୀତରୋଗ ହେବା । ପ୍ରଶ୍ନକର୍ତ୍ତା : ସଫା ମନ ଅର୍ଥାତ କ’ଣ ? ଦାଦାଶ୍ରୀ : ସଫା ମନ ଅର୍ଥାତ ସାମ୍ବାବାଲା ପାଇଁ ଖରାପ ବିଚାର ନ ଆସେ, ତାହା । ମାନେ କ’ଣ ଯେ ନିମିତ୍ତକୁ କାମୁଡ଼େ ନାହିଁ । ଯଦିବି ସାମ୍ବାବାଲା ପ୍ରତି ଖରାପ ବିଚାର ଆସେ ତେବେ ତୁରନ୍ତ ପ୍ରତିକ୍ରମଣ କରେ ଏବଂ ତାହାକୁ ଧୋଇଦିଏ । | ପ୍ରଶ୍ନକର୍ତ୍ତା : ମନ ସଫା ହୋଇଯାଏ ତାହା ତ ଅନ୍ତିମ ଷ୍ଟେର କଥା ଅଟେ । ନା ? ଆଉ ଯେପର୍ଯ୍ୟନ୍ତ ସଫା ନ ହୋଇଛି, ସେପର୍ଯ୍ୟନ୍ତ ପ୍ରତିକ୍ରମଣ କରିବାକୁ ପଡ଼ିବ ନା ?
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy