Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧୦
ପ୍ରତିକ୍ରମଣ ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ ମହାବୀର ଭଗବାନଙ୍କ ସିଦ୍ଧାନ୍ତର ସାର ଅଟେ ଏବଂ ଅକ୍ରମ ମାର୍ଗରେ ‘ଜ୍ଞାନୀପୁରୁଷ’ ହିଁ ସାର ଅଟନ୍ତି, କେବଳ ଏତିକି ବୁଝିବାର ଆବଶ୍ୟକତା ଅଛି । ଆଜ୍ଞା ହଁ ଧର୍ମ ଏବଂ ଆଜ୍ଞା ହଁ ତପ । କିନ୍ତୁ ସେ ଦଖଲ ନ କରି ରହେ ନାହିଁ ନା ! ଅନାଦିରୁ ଖରାପ ଅଭ୍ୟାସ ଯଉ ପଡ଼ିଛି ।
୩. ନୁହେଁ ‘ତାହା’ ପ୍ରତିକ୍ରମଣ ମହାବୀରଙ୍କ
ପ୍ରଶ୍ନକର୍ତ୍ତା : ଅନାଦି କାଳରୁ ପ୍ରତିକ୍ରମଣ ତ କରିଆସିଛି, ତଥାପି ଛୁଟକାରା ତ ହେଲା ନାହିଁ ।
ଦାଦାଶ୍ରୀ : ପ୍ରକୃତ ପ୍ରତିକ୍ରମଣ କରିନାହାନ୍ତି । ପ୍ରକୃତ ପ୍ରତ୍ୟାଖ୍ୟାନ ଏବଂ ପ୍ରକୃତ ପ୍ରତିକ୍ରମଣ କରେ ତେବେ ତା’ର ବାଟ ଫିଟେ । ପ୍ରତିକ୍ରମଣ ଶୁଟ୍ ଅନ୍ ସାଇଟ୍ ହେବା ଉଚିତ । ଏବେ ଯଦି ମୋର ଗୋଟିଏ ଶବ୍ଦ ସାମାନ୍ୟ ତେଢ଼ା ବାହାରିଯାଏ, ତେବେ ମୋ ଦ୍ଵାରା ଭିତରେ ପ୍ରତିକ୍ରମଣ ହୋଇଯିବା ହିଁ ଉଚିତ । ତୁରନ୍ତ, ଅନ୍ ଦ ମୋମେଣ୍ଟ । ଏଥିରେ ଉଧାର ଚଳିବ ନାହିଁ । ଏହାକୁ ତ ବାସି ରହେବ ହିଁ ନାହିଁ । । ପ୍ରତିକ୍ରମଣ ଅର୍ଥାତ ପଶ୍ଚାତାପ କରିବା, ତେବେ କାହାର ପଶ୍ଚାତାପ କରୁଛ ?
ପ୍ରଶ୍ନକର୍ତ୍ତା : ପଶ୍ଚାତାପ କରିପାରୁ ନାହୁଁ, କ୍ରିୟାସବୁ କରିବାରେ ଲାଗିଛୁ ।
ଦାଦାଶ୍ରୀ : ପ୍ରତିକ୍ରମଣ ଅର୍ଥାତ୍ ପଛକୁ ଫେରିବା । ଯେଉଁ ପାପ କରିଥିବ, କ୍ରୋଧ କରିଥିବ, ତାହା ଉପରେ ପଶ୍ଚାତାପ କରିବା, ତାହାକୁ ପ୍ରତିକ୍ରମଣ କହନ୍ତି ।
। ପ୍ରତିକ୍ରମଣ କାହାକୁ କହିବା ଯେ ଯାହା କରିବା ଦ୍ବାରା ଦୋଷ କମ ହେଉଥିବ । ଯାହା କରିବା ଦ୍ବାରା ଦୋଷ ବଢ଼ିଚାଲେ, ତାହାକୁ ପ୍ରତିକ୍ରମଣ କିପରି କହିବା ? ଭଗବାନ ଏପରି କହିନଥିଲେ । ଭଗବାନ କୁହନ୍ତି, ଯେଉଁ ଭାଷା ବୁଝା ପଡୁଛି ସେହି ଭାଷାରେ ପ୍ରତିକ୍ରମଣ କର । ନିଜ ନିଜ ଭାଷାରେ ପ୍ରତିକ୍ରମଣ କରିନେବ । ନହେଲେ ଲୋକେ ପ୍ରତିକ୍ରମଣକୁ ବୁଝି ପାରିବେ ନାହିଁ । ଏହା ମାଗଧୀ ଭାଷାରେ ରଖାଯାଇଛି । ଏବେ ଏ ଲୋକେ ଗୁଜରାଟୀ ବି ବୁଝି ପାରୁନାହାନ୍ତି, ସେମାନଙ୍କୁ ମାଗଧୀରେ ପ୍ରତିକ୍ରମଣ କଲେ କ’ଣ ଫାଇଦା ହେବ ? ଏବଂ ସାଧୁ-ଆଚାର୍ଯ୍ୟ ବି ବୁଝୁନାହାନ୍ତି, ସେମାନଙ୍କ ଭିତରେ ବି ଦୋଷ କିଛି କମ ହୋଇନାହିଁ । ଅର୍ଥାତ ଏଥିରେ ଏଭଳି ପରିସ୍ଥିତି ହୋଇଯାଇଛି ।
ଭଗବାନ ମାଗଧୀ ଭାଷାରେ କେବଳ ନବକାର ମନ୍ତ୍ର ହିଁ ବୋଲିବାକୁ କହିଥିଲେ ଏବଂ ତାହା ବି ବୁଝିକରି ବୋଲିବ । ଅର୍ଥାତ କେବଳ ଏହି ନବକାର ମନ୍ତ୍ର ମାଗଧୀରେ ରଖୁବା ପରି ଅଟେ, କାରଣ ଭଗବାନଙ୍କ ଶବ୍ଦ ଅଟେ । ନହେଲେ ପ୍ରତିକ୍ରମଣରେ ତ

Page Navigation
1 ... 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112