Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୭
ପ୍ରତିକ୍ରମଣ
। ଦାଦାତ୍ରୀ : ନା, ଏପରି ନୁହେଁ । ତାହାକୁ ପାପ କହନ୍ତି ନାହିଁ । ଯଦି ସାମ୍ବାବାଲାକୁ ଦୁଃଖ ହୋଇଗଲା ତେବେ ତାହା ପାପ । କୌଣସି ବି ଜୀବକୁ, ସେ ପୁଣି ମନୁଷ୍ୟ ହେଉ ଅବା ପଶୁପକ୍ଷୀ ହେଉ ଅବା ଗଛ ହେଉ । ଗଛରୁ ଯଦି ବିନା କାରଣରେ ଏମିତି ପତ୍ର ଛିଡ଼େଇ ଚାଲିବା ତେବେ ତା’କୁ ବି ଦୁଃଖ ହୁଏ, ଅତଃ ତାହା ପାପ କୁହାଯାଏ ।
। ଆଉ ଯଦି ଆଜ୍ଞାର ପାଳନ ନହେଲା, ତାହାଦ୍ଵାରା ତ ତୁମକୁ କ୍ଷତି ହେବ । ତୁମକୁ ନିଜକୁ ହିଁ କ୍ଷତି ହେବ । ପାପକର୍ମ ତ ତାହାକୁ କୁହାଯାଏ ଯେ ଯେବେ କାହାକୁ ଦୁଃଖ ହୋଇଯାଏ । ଅର୍ଥାତ କିଞ୍ଚତମାତ୍ର ଦୁଃଖ ନହେଉ ଏପରି ରହିବା ଉଚିତ ।
। ଆମେ ପ୍ରତିକ୍ରମଣ କରିବା ତେବେ ବହୁତ ଭଲ । ଆମ କପଡ଼ା ସଫା ହୋଇଯିବ ନା ? ଆମ କପଡ଼ାରେ ମଇଳା କାହିଁକି ରହିବାକୁ ଦେବା ? ଦାଦା ଏପରି ରାସ୍ତା ଦେଖାଇଛନ୍ତି ତେବେ କାହିଁକି ସଫା ନ କରିଦେବା ? !
କାହାକୁ ଆମଦ୍ଵାରା ଯଦି କିଞ୍ଚତମାତ୍ର ବି ଦୁଃଖ ହୋଇଯାଏ ତେବେ ବୁଝିବା ଯେ ଭୁଲ ଆମର । ଆମ ଭିତରର ପରିଣାମ ବିଚଳିତ ହୁଏ ଅର୍ଥାତ ଭୁଲ ଆମର ଅଟେ, ଏପରି ବୁଝିଯିବ । ସାମ୍ବାବାଲା ବ୍ୟକ୍ତି ଭୋଗୁଅଛି, ଏଣୁ ପ୍ରତ୍ୟକ୍ଷ ରୂପେ ତା’ର ଭୁଲ ତ ଅଛି କିନ୍ତୁ ଆମେ ନିମିତ୍ତ ହୋଇଗଲେ, ଆମେ ତା’କୁ ଗାଳିକଲେ ତେଣୁ ଆମର ମଧ୍ୟ ଭୁଲ । କାହିଁକି ଦାଦାଙ୍କୁ ଭୋଗବଟା (ସୁଖ-ଦୁଃଖର ପ୍ରଭାବ) ଆସୁନାହିଁ ? କାରଣ ତାଙ୍କର ଗୋଟିଏ ବି ଭୁଲ ରହିନାହିଁ । ଆମ ଭୁଲରୁ ସାମ୍ବାବାଲାକୁ କିଛି ବି ପ୍ରଭାବ(ଦୁଃଖ) ହୋଇଯାଏ, ଯଦି କିଛି ଉଧାରି ହୋଇଯାଏ ତେବେ ତୁରନ୍ତ ମନରେ କ୍ଷମାମାଗି ଜମା କରିନେବ । ଆମର ଭୁଲ ହୋଇଯାଏ ତେବେ ଉଧାର ହୁଏ କିନ୍ତୁ ତୁରନ୍ତ କ୍ୟାଶ-ନଗଦ ପ୍ରତିକ୍ରମଣ କରିନେବ । ଆଉ ଯଦି କାହା କାରଣରୁ ଆମଦ୍ୱାରା ଭୁଲ ହୋଇଯାଏ। ତେବେ ମଧ୍ୟ ଆମେ ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ କରିନେବା । ମନ ବଚନ-କାୟାରୁ ପ୍ରତ୍ୟକ୍ଷ ଦାଦା ଭଗବାନଙ୍କ ସାକ୍ଷୀରେ କ୍ଷମା ମାଗିଚାଲିବା ।
ପ୍ରଶ୍ନକର୍ତ୍ତା : କ୍ରମିକର ପ୍ରତିକ୍ରମଣ କରୁଥିଲି, ସେତେବେଳେ ମୁଣ୍ଡରେ କିଛି ପଶୁ ନଥିଲା ଆଉ ଏବେ ଏହା କରୁଛି ତେବେ ହାଲକା ଫୁଲକା ଲାଗୁଛି ।
ଦାଦାଶ୍ରୀ : କିନ୍ତୁ ତାହା ତ ପ୍ରତିକ୍ରମଣ ହିଁ ନୁହେଁ ! ସେସବୁ ତ ତୁମେ ଅବୁଝାମିରୁ ସୃଷ୍ଟି କରିଥିବା ପ୍ରତିକ୍ରମଣ ଅଟେ ! ପ୍ରତିକ୍ରମଣ ଅର୍ଥାତ ତୁରନ୍ତ ଦୋଷ କମ ହେବା ଦରକାର । ତାହା ପ୍ରତିକ୍ରମଣ କୁହାଯାଏ । ଆମେ ଓଲଟା ଯାଇଥିଲେ, ସେଠାରୁ ପଛକୁ ଫେରି ଆସିଲେ, ତାହାକୁ ପ୍ରତିକ୍ରମଣ କୁହାଯାଏ । ଏ ତ ପଛକୁ ବୁଲି ନାହାନ୍ତି

Page Navigation
1 ... 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112