Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 42
________________ ୩୦ ପ୍ରତିକ୍ରମଣ ସପ୍ତାହ ଶେଷରେ କର । ଏକ ସପ୍ତାହ ପରେ ସବୁ ସାଥିରେ କର । ସପ୍ତାହରେ ଯେତେ ଅତିକ୍ରମଣ ହୋଇଥିବ, ସେ ସବୁକୁ ଏକା ସାଥିରେ ହିସାବ କର । । ପ୍ରଶ୍ନକର୍ତ୍ତା : କିନ୍ତୁ ତାହା ତୁରନ୍ତ ହେବା ଉଚିତ ନା ? ଦାଦାଶ୍ରୀ : ଯଦି ତୁରନ୍ତ ହୋଇଯାଏ ତେବେ ତାହାପରି ତ କିଛି କଥା ହିଁ ନାହିଁ । ଆମର ଏଠି ତ ସବୁ ଲୋକ ବହୁତ କିଛି ‘ଶୁଟ୍ ଅନ୍ ସାଇଟ୍ ହିଁ କରୁଛନ୍ତି । ଦେଖୁବା ମାତ୍ରେ ଠାଏ, ଦେଖୁବା ମାତ୍ରେ ଠାଏ । । ପ୍ରଶ୍ନକ : ମୁଁ ଯେବେ କେବେ ଦାଦାଙ୍କ ନାମ ନେଉଛି ଅବା ଆରତୀ କରୁଛି, ତେବେ ମଧ୍ୟ ମନ ଅନ୍ୟତ୍ର ଭଟକି ଚାଲିଥାଏ । ପୁଣି ଆରତୀରେ ଅଲଗା କିଛି ଗାଏ । ପୁଣି ଅଲଗା ଫକ୍ତି ଗାଇ ଦିଏ । ପରେ ତନ୍ମୟକର ହୋଇଯାଏ । ଯେଉଁ ବିଚାର ଆସେ, ସେଥିରେ ତନ୍ମୟକର ହୋଇଯାଏ । ପୁଣି କିଛି ସମୟ ପରେ ଫେରିଆସେ । ଦାଦାଶ୍ରୀ : ସେହିଦିନ ପ୍ରତିକ୍ରମଣ କରିବ । ବିଚାର ଆସେ ତେବେ ସେଥିରେ ଅସୁବିଧା ନାହିଁ । ଯେବେ ବିଚାର ଆସେ, ତେବେ ଆମେ ‘ଚନ୍ଦୁଭାଇ’କୁ ଅଲଗା ଦେଖୁପାରିବା ଯେ ଚନ୍ଦୁଭାଇକୁ ବିଚାର ଆସୁଛି । ଯଦି ଏପରି ସବୁ ଦେଖୁପାରିବା ତେବେ ଆମେ ଏବଂ ସେ, ଦୁହେଁ ଅଲଗା ଅଟନ୍ତି । କିନ୍ତୁ ସେହି ସମୟରେ ଟିକିଏ ଢିଲା ପଡ଼ିଯାନ୍ତି । ପ୍ରଶ୍ନକର୍ତ୍ତା : ସେହି ସମୟରେ ଜାଗୃତି ହିଁ ରହେ ନାହିଁ । । ଦାଦାଶ୍ରୀ : ତେବେ ତାହାର ପ୍ରତିକ୍ରମଣ କରିନେବ ଯେ ଏହି ଜାଗୃତି ରହିଲା ନାହିଁ, ସେଥିପାଇଁ ପ୍ରତିକ୍ରମଣ କରୁଛି । ହେ ଦାଦା ଭଗବାନ ! କ୍ଷମା କରିବ । । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରିବା ବହୁତ ଡେରିରେ ମନେ ପଡ଼େ ଯେ, ଏହି ବ୍ୟକ୍ତିର ପ୍ରତିକ୍ରମଣ କରିବାର ଥିଲା । ଦାଦାଶ୍ରୀ : କିନ୍ତୁ ମନେ ତ ପଡୁଛି ନା ? ସସଙ୍ଗରେ ଆହୁରି ଅଧିକ ବସିବାର ଆବଶ୍ୟକତା ଅଛି । ସୂକ୍ଷ୍ମତାର ସହ ସବୁକିଛି ପଚାରି ନେବା ଉଚିତ । ଏହା ତ ବିଜ୍ଞାନ ଅଟେ । ସବୁକିଛି ପଚାରି ନେବାର ଆବଶ୍ୟକତା ଅଛି । ଦୋଷ ଦେଖାଯିବା କିଛି ସହଜ କଥା ନୁହେଁ ! ପୁଣି ମୁଁ ତ ଏକଦମ୍ ଅନାବୃତ କରିଦିଏ, କିନ୍ତୁ ଯଦି ତା’ର ଦୃଷ୍ଟି ଥିବ ଯେ ମୋତେ ଦେଖୁବାର ଅଛି ତେବେ ଦିଶି ଚାଲିବ । ଅର୍ଥାତ ନିଜକୁ ଖାଇବାର ଥାଳିରେ ହାତ ଉପରକୁ ତ କରିବାକୁ ପଡ଼ିବ ନା ?

Loading...

Page Navigation
1 ... 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112