Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୪୯
ପ୍ରତିକ୍ରମଣ ଅଧ୍ବକ ପଶ୍ଚାତାପ କରେ ତେବେ ତାହା ଧର୍ମଧାନ ହୋଇଯାଏ । ଥରେ ପଶ୍ଚାତାପ କରିଲେ ଆଧାନ ହୋଇଯିବ ଏବଂ ବାରମ୍ବାର ପଶ୍ଚାତାପ କରିଲେ ଧର୍ମଧାନ ହୋଇଯିବା ଅର୍ଥାତ କ୍ରିୟା ତାହାକୁ ତାହା, କିନ୍ତୁ ଧାନ ବଦଳି ଚାଲେ । | ପ୍ରଶ୍ନକର୍ତ୍ତା : ‘ଆମେ’ ନିଜେ ଅଲଗା ରହି ପ୍ରତିକ୍ରମଣ କରାଇବୁ ତେବେ ତାହା କ’ଣ ହେଲା କୁହାଯିବ ?
। ଦାଦାଶ୍ରୀ : ଏପରି ଅଟେ ଯେ, ଆମେ ଶୁଦ୍ଧିମ୍ବା ହୋଇଗଲେ, କିନ୍ତୁ ଏହି ପୁଦଗଲ୍ ଯାହା ପୁରଣ ଗଳନ ହୁଏ) ର ଛୁଟକାରା ହେବା ଦରକାର ନା ? ଯେପର୍ଯ୍ୟନ୍ତ ତା’ ପାଖରୁ ପ୍ରତିକ୍ରମଣ ନ କରାଇବା ସେପର୍ଯ୍ୟନ୍ତ ଛୁଟକାରା ହେବନାହିଁ । ଅର୍ଥାତ ଯେପର୍ଯ୍ୟନ୍ତ ପୁଗଲ୍ କୁ ଧର୍ମଧାନରେ ନରଖୁବା ସେପର୍ଯ୍ୟନ୍ତ ଛୁଟକାରା ହେବନାହିଁ । କାରଣ ପୁଦଗଲ୍ କୁ ଶୁକ୍ଳଧାନ ହୋଇ ପାରିବ ନାହିଁ । ଏଣୁ ପୁଦଗଲ୍ କୁ ଧର୍ମଧାନରେ ରଖ । ଅତଃ ବାରମ୍ବାର ପ୍ରତିକ୍ରମଣ କରାଇବ । ଯେତେଥର ଆଧାନ ହେବ, ସେତେଥର ପ୍ରତିକ୍ରମଣ କରାଇବ ।
ଆଧାନ ହେବା ତାହା ପୂର୍ବର ଅଜ୍ଞାନତା ଅଟେ ସେଥିପାଇଁ ହୋଇଯାଏ । ତେବେ ‘ଆମେ’ ତା’ପାଖରୁ ପ୍ରତିକ୍ରମଣ କରାଇବା ।
ପ୍ରଶ୍ନକର୍ତ୍ତା : ଅନ୍ୟର ଦୋଷ ଦେଖୁବା ଦ୍ଵାରା ଆନ-ଭୌଦ୍ରଧାନ ହୁଏ ?
ଦାଦାଶ୍ରୀ : ହଁ, ଭିତରେ ଯଦି ସେ ଅନ୍ୟର ଦୋଷ ଦେବାର ମାଲ ଭରି ଆଣିଥିବ, ତେବେ ଏପରି ଦେଖେ। ତଥାପି ସେ ନିଜେ ଦୋଷରେ ଆସେ ନାହିଁ । ତା’କୁ ପ୍ରତିକ୍ରମଣ କରିବା ଉଚିତ ଯେ ଏପରି କାହିଁକି ହେଉଛି ? ଏପରି ନହେବା ଉଚିତ । ବାସ୍ ଏତିକି । ତାହା ତ ଯେମିତି ମାଲ ଭରା ହୋଇଥିବ, ସବୁ ସେମିତି ହିଁ ବାହାରିବ । ତାହାକୁ ମୁଁ ସାଧାରଣ ଭାଷାରେ ‘ଭରାହୁଆ ମାଲ’ କହେ ।
ଏବେ ରାତି ସାଢ଼େ ଏଗାରଟା ବେଳେ ଦଶ-ବାରିଜଣ ଲୋକ ଆସନ୍ତି ଏବଂ ‘ଚନ୍ଦୁଭାଇ ଅଛନ୍ତି କି ?’ ଏପରି କହି ଡାକନ୍ତି । ତେବେ ତୁମେ କ’ଣ କହିବ ? ତୁମ ଗାଁରୁ ଆସିଥିବେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦୁଇଜଣ ତୁମ ଜଣାଶୁଣା ହୋଇଥିବେ ଆଉ ବାକିସବୁ ଲୋକ ତାଙ୍କ ଜଣାଶୁଣା ହୋଇଥିବେ । ରାତି ସାଢ଼େ ଏଗାରଟା ବେଳେ ଯଦି ସେମାନେ ଡାକନ୍ତି ତେବେ କ’ଣ କହିବ ସେମାନଙ୍କୁ ? କବାଟ ଖୋଲିବ ନା ଖୋଲିବ ନାହିଁ ?
ପ୍ରଶ୍ନକର୍ତ୍ତା : ହଁ, ଖୋଲିବି ।

Page Navigation
1 ... 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112