Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 69
________________ ପ୍ରତିକ୍ରମଣ ତୁମେ ନୁହଁ ! ହିଂସା ହୋଇଗଲା ତାହାର ପଶ୍ଚାତାପ, ତାହାର ପ୍ରତିକ୍ରମଣ କରିବ, ପରେ ସବୁ ଦାୟିତ୍ବ ଚାଲିଗଲା । | ପ୍ରଶ୍ନକର୍ତ୍ତା : ଆପଣଙ୍କ ବହିରେ ପଢ଼ିଛି ଯେ, ‘ମନ-ବଚନ-କାୟାରୁ କୌଣସି ଜୀବକୁ କିଞ୍ଚିତ ମାତ୍ର ଦୁଃଖ ନହେଉ କିନ୍ତୁ ଆମେ ତ ଚାଷୀ, ଏଣୁ ଯେତେବେଳେ ତମାଖୁ ଫସଲ ବୁଣୁ, ସେତେବେଳେ ଆମକୁ ପ୍ରତ୍ୟେକ ଚାରାର ଅଗ୍ରଭାବ, ଅର୍ଥାତ ତାହାର ବେକ ଭାଙ୍ଗିବାକୁ ହିଁ ପଡ଼େ । ତେବେ ଏହାଦ୍ଵାରା ତା’କୁ ଦୁଃଖ ତ ହେଲା ନା ? ତାହାର ପାପ ତ ଲାଗିବ ନିଶ୍ଚିତ ନା ? ଏହିପରି ଲକ୍ଷଲକ୍ଷ ଚାରାର ବେକ ମୋଡ଼ି ଦେଉ । ତେବେ ଏହି ପାପର ନିବାରଣ କିପରି କରିବୁ ? | ଦାଦାଶ୍ରୀ : ତାହା ତ ଭିତରେ ମନରେ ଏପରି ହେବା ଉଚିତ ଯେ ଏପରି ବ୍ୟବସାୟ ମୋ ଭାଗରେ କେଉଁଠୁ ଆସିଲା ? ବାସ୍ ଏତିକି । ଚାରାର ଅଗ୍ରଭାଗ ବାହାର କରିଦେବ କିନ୍ତୁ ମନରେ ପଶ୍ଚାତାପ ହେବା ଉଚିତ ଯେ ‘ଏପରି ବ୍ୟବସାୟ ମୋ ଭାଗରେ କେଉଁଠୁ ଆସିଲା । ଏପରି କରିବା ଉଚିତ ନୁହେଁ, ଏପରି ମନରେ ହେବା ଉଚିତ, ବାସ୍ । । ପ୍ରଶ୍ନକର୍ତ୍ତା : କିନ୍ତୁ ଏଥିରେ ପାପ ତ ହେବ ନା ? ଦାଦାଶ୍ରୀ : ତାହା ତ ହେବ । ତାହା ତୁମକୁ ଦେଖୁବାର ନାହିଁ । ଯାହା ହୋଇଚାଲିଛି, ସେ ପାପକୁ ଦେଖୁବାର ନାହିଁ । ଏହା ନ ହେବା ଉଚିତ', ଏପରି ତୁମକୁ ସ୍ଥିର କରିବାର ଅଛି, ନିଶ୍ଚୟ କରିବା ଉଚିତ । ଏହି ବ୍ୟବସାୟ କାହିଁକି ମିଳିଲା ? ଅନ୍ୟ ଭଲ କାମ ଯଦି ମିଳିଥାନ୍ତା ତେବେ ଆମେ ଏପରି କରି ନଥାନ୍ତେ । ଆଗରୁ ପଶ୍ଚାତାପ ହେଉନଥିଲା । ଯେପର୍ଯ୍ୟନ୍ତ ଏହା ଜାଣି ନଥିଲେ, ସେପର୍ଯ୍ୟନ୍ତ ପଶ୍ଚାତାପ ହେଉନଥିଲା । ଖୁସି ହୋଇ ଚାରାକୁ ଉପାଡ଼ି ଫୋପାଡ଼ି ଦେଉଥିଲେ । ତୁମକୁ ବୁଝା ପଡୁଛି ? ମୋ କହିବା ଅନୁସାରେ କରିବ ନା, ତୁମର ସବୁ ଦାୟିତ୍ବ ମୋର । ଚାରା ଉପାଡ଼ି ଫୋପାଡ଼ି ଦିଅ, ସେଥିରେ ଅସୁବିଧା ନାହିଁ, ପଶ୍ଚାତାପ ହେବା ଉଚିତ ଯେ ଏହା ମୋ ଭାଗରେ କେଉଁଠୁ ଆସିଲା ? । ଚାଷବାସରେ ଜୀବଜନ୍ତୁ ମରନ୍ତି, ତାହାର ଦୋଷ ତ ଲାଗିବ ନା । ସେଥିପାଇଁ ଚାଷବାସବାଲାଙ୍କୁ ପ୍ରତିଦିନ ପାଞ୍ଚଦଶ ମିନିଟ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ଉଚିତ ଯେ ‘ଏ ଦୋଷ ହେଲା ସେଥିପାଇଁ କ୍ଷମା ମାଗୁଛି ।’ ଚାଷୀକୁ କହେ ଯେ ତୁ ଏହି ବ୍ୟବସାୟ କରୁଛୁ ସେଥିରେ ଜୀବ ମରୁଛନ୍ତି, ସେଥିପାଇଁ ଏହିପରି ପ୍ରତିକ୍ରମଣ

Loading...

Page Navigation
1 ... 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112