Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୫୮
ପ୍ରତିକ୍ରମଣ କରିବୁ । ତୁ ଯେଉଁ ଭୁଲ କରୁଛୁ ସେଥିପାଇଁ ମୋତେ ଅସୁବିଧା ନାହିଁ । କିନ୍ତୁ ସେଥିପାଇଁ ତୁ ଏହିପରି ପ୍ରତିକ୍ରମଣ କର ।
। ପ୍ରଶ୍ନକର୍ତ୍ତା : ଆପଣ ସେହି ବାକ୍ୟ କହିଥିଲେ ନା ଯେ ‘ମନ-ବଚନକାୟାରୁ କୌଣସି ବି ଜୀବକୁ ଦୁଃଖ ନହେଉ ।’ ସକାଳେ ଯଦି ଏତିକି କହିବୁ ତେବେ ଚଳିବ ନା ନାହିଁ ? । ଦାଦାଶ୍ରୀ : ତାହା ପାଞ୍ଚଥର କହିବ, କିନ୍ତୁ ତାହା ଏହିପରି କହିବା ଉଚିତ ଯେ ପଇସା ଗଣିବା ସମୟରେ ଯେପରି ସ୍ଥିତି ଥାଏ, ସେହିପରି କରିବା ଉଚିତ । ଟଙ୍କା ଗଣିବା ସମୟରେ ଚିତ୍ତ ଯେପରି ଥାଏ, ଅନ୍ତଃକରଣ ଯେପରି ଥାଏ, କହିବା ସମୟରେ ସେହିପରି ରଖୁବାକୁ ପଡ଼ିବ ।
। ୧୬. ଦୁଃଖଦାୟୀ, ବୈରର ଅସୁଲି | ପ୍ରଶ୍ନକର୍ତ୍ତା : ଆମେ ଯଦି ପ୍ରତିକ୍ରମଣ ନକରିବୁ ତେବେ ପୁଣି କେବେ ସାମ୍ବାବାଲା ପାଖକୁ ସୁଝିବା ପାଇଁ ଯିବାକୁ ପଡ଼ିବ ନା ?
ଦାଦାତ୍ରୀ : ନା, ତାହା ସୁଝିବାର ନାହିଁ । ଆମେ ବାନ୍ଧିହୋଇ ରହିବା । ସାମ୍ବାବାଲା ସହ ଆମର କିଛି ନେବା-ଦେବା ନାହିଁ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଆମକୁ ସୁଝିବାକୁ ପଡ଼ିବ ନା ?
। ଦାଦାଶ୍ରୀ : ଅତଃ ଆମେ ହିଁ ବାନ୍ଧିହୋଇ ଅଛେ, ସେଥିପାଇଁ ଆମକୁ ପ୍ରତିକ୍ରମଣ କରିବା ଉଚିତ । ପ୍ରତିକ୍ରମଣ ଦ୍ବାରା ଧୋଇଯିବ । ସେଥିପାଇଁ ତ ତୁମକୁ ହତିୟାର ଦେଇଛି ନା, ପ୍ରତିକ୍ରମଣ ।
| ପ୍ରଶ୍ନକର୍ତ୍ତା : ଆମେ ପ୍ରତିକ୍ରମଣ କରିବୁ ଏବଂ ବୈର ଛାଡ଼ିଦେବୁ କିନ୍ତୁ ସାମ୍ଭାବ୍ୟକ୍ତି ବୈର ରଖେ ତେବେ ?
। ଦାଦାଶ୍ରୀ : ଭଗବାନ ମହାବୀରଙ୍କ ଉପରେ ବହୁତ ସାରା ଲୋକ ରାଗ କରୁଥିଲେ ଏବଂ ଦୈଷ କରୁଥିଲେ, ସେଥିରେ ମହାବୀରଙ୍କୁ କ’ଣ ? ବୀତରାଗଙ୍କୁ କିଛି ବି ସ୍ପର୍ଶ କରେ ନାହିଁ । ବୀତରାଗ ଅର୍ଥାତ ଶରୀରରେ ତେଲ ଲଗାଇବା ବିନା ବାହାରେ ବୁଲନ୍ତି ଏବଂ ବାକି ସବୁ ତେଲ ଲଗାଇ ବୁଲନ୍ତି । ତେଲବାଲା ଉପରେ ଧୂଳି ଲାଗିଯାଏ । | ପ୍ରଶ୍ନକର୍ତ୍ତା : ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଯେଉଁ ବୈର ବାନ୍ଧିହୁଏ, ରାଗ-ଦ୍ବେଷ ହୁଏ, ଏବେ ସେଥିରେ ମୁଁ ନିଜେ ପ୍ରତିକ୍ରମଣ କରି ମୁକ୍ତ ହୋଇଯିବି, କିନ୍ତୁ ଅନ୍ୟ ଜଣକ

Page Navigation
1 ... 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112