Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 72
________________ ୬୦ ପ୍ରତିକ୍ରମଣ ତା’ର ଚୋରି ଦେଖୁଥ‌ିବା ଏବଂ ସେ ଆସି ଆମ ଗୋଡ଼ ଧରି ପକାଏ ତେବେ କ’ଣ ଆମକୁ ତା’ ଉପରେ ବିଶ୍ଵାସ ରଖୁବା ଉଚିତ ? ନା, ଚୋରି କରିବାବାଲାକୁ ଆମେ କ୍ଷମା କରିଦେବା ଯେ ତୁ ଯା, ତୋତେ ଛାଡ଼ିଦେଲି । ମୋ ମନରେ ତୋ ପାଇଁ କିଛି ନାହିଁ, କିନ୍ତୁ ତା’ ଉପରେ ବିଶ୍ଵାସ ରଖ୍ ପାରିବା ନାହିଁ ଏବଂ ପୁଣି ତା’ର ସଙ୍ଗ ମଧ୍ଯ ରଖପାରିବା ନାହିଁ । ଏହା ସତ୍ତ୍ବେ ସଙ୍ଗ ରଖୁଲ ଏବଂ ପୁଣି ବିଶ୍ବାସ ରଖୁବ ନାହିଁ ତେବେ ତାହା ମଧ୍ୟ ଦୋଷ । ବାସ୍ତବରେ ସଙ୍ଗ ରଖୁବ ନାହିଁ ଆଉ ରଖୁବ ତେବେ ତାହା ପାଇଁ ପୂର୍ବଗ୍ରହ ନରହିବା ଉଚିତ । ଯାହା ହେବ ତାହା ଠିକ ଏପରି ରଖୁବା ଉଚିତ । ପ୍ରଶ୍ନକର୍ତ୍ତା : ତଥାପି ଓଲଟା ଅଭିପ୍ରାୟ ହୋଇଯାଏ ତେବେ କ’ଣ କରିବା : ଉଚିତ ? ଦାଦାଶ୍ରୀ : ହୋଇଯାଏ ତେବେ କ୍ଷମା ମାଗିନେବ । ଯାହା ପ୍ରତି ଓଲଟା ଅଭିପ୍ରାୟ ହୋଇଯାଇଥବ, ତା’ପାଖରୁ କ୍ଷମା ମାଗିନେବ । ପ୍ରଶ୍ନକର୍ତ୍ତା : ଭଲ ଅଭିପ୍ରାୟ ଦେବା ଉଚିତ ନା ନାହିଁ ? ଦାଦାଶ୍ରୀ : କିଛି ବି ଅଭିପ୍ରାୟ ଦେବ ନାହିଁ । ଆଉ ଯଦି ଦେଇ ଦିଆଯାଏ ତେବେ ତାହାକୁ ଆମେ ଧୋଇଦେବା । ଧୋଇବାର ସାଧନ ଅଛି ତୁମ ପାଖରେ, ଆଲୋଚନା–ପ୍ରତିକ୍ରମଣ-ପ୍ରତ୍ୟାଖ୍ୟାନର ‘ଅମୋଘ ଅସ୍ତ୍ର’ । ପ୍ରଶ୍ନକର୍ତ୍ତା : ଗାଢ଼ ଅଭିପ୍ରାୟ କିପରି ବାହାର କରିବୁ ? ଦାଦାଶ୍ରୀ : ଯେବେଠୁ ସ୍ଥିର କଲ ଯେ ବାହାର କରିବାର ଅଛି ସେବେଠୁ ବାହାରିବାକୁ ଲାଗେ । ଯଦି ବହୁତ ଗାଢ଼ ହୋଇଥ‌ିବ ସେସବୁକୁ ପ୍ରତିଦିନ ଦୁଇ-ଦୁଇ ଘଣ୍ଟା ଉଖାଡ଼ି ଚାଲିବା ତେବେ ତାହା ଖଲାସ ହୁଏ । ଆତ୍ମା ପ୍ରାପ୍ତି ପରେ ପୁରୁଷାର୍ଥ ଧର୍ମ ପ୍ରାପ୍ତ ହେଲା କୁହାଯାଏ ଏବଂ ପୁରୁଷାର୍ଥ ଧର୍ମ ପରାକ୍ରମ ପର୍ଯ୍ୟନ୍ତ ପହଞ୍ଚି ପାରେ, ଯାହା କୌଣସି ବି ଅଟକଣ୍ (ଯାହା ବନ୍ଧନରୂପ ହୋଇଯାଏ, ଆଗକୁ ବଢ଼ିବାକୁ ନ ଦିଏ) କୁ ଉପାଡ଼ି ଫିଙ୍ଗି ଦେଇପାରେ । କିନ୍ତୁ ଥରେ ବୁଝିନେବା ଉଚିତ ଯେ ଏହି କାରଣରୁ ଏହା ଉତ୍ପନ୍ନ ହୋଇଛି, ପୁଣି ତାହାର ପ୍ରତିକ୍ରମଣ କରିବ । ଅଭିପ୍ରାୟ ନ ପଡ଼ିଯାଉ, କେବଳ ଏତିକି ହିଁ ଦେଖିବା ଉଚିତ । ସବୁଠୁ ବେଶୀ ସମ୍ଭାଳିବାର ଅଛି ଅଭିପ୍ରାୟ ପାଇଁ । ଅନ୍ୟ କିଛି ଅସୁବିଧା ନାହିଁ । କାହାକୁ ଦେଖୁବା ପୂର୍ବରୁ ହିଁ ଅଭିପ୍ରାୟ ପଡ଼ିଯାଏ, ଏହି ସଂସାର ଜାଗୃତି ଏତେ ଅଧ‌ିକ ଅଟେ ଯେ ଅଭିପ୍ରାୟ ପଡ଼ିଯାଏ । ଅତଃ ଅଭିପ୍ରାୟ ପଡ଼ିବା ମାତ୍ରେ ତାହାକୁ ଧୋଇଦେବ । ଅଭିପ୍ରାୟ

Loading...

Page Navigation
1 ... 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112