Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୬୧
ପ୍ରତିକ୍ରମଣ ବାବଦରେ ବହୁତ ସାବଧାନ ରହିବାର ଆବଶ୍ୟକତା ଅଛି । ଅର୍ଥାତ ଅଭିପ୍ରାୟ ପଡ଼ିବ ନିଶ୍ଚିତ, କିନ୍ତୁ ତୁରନ୍ତ ଆମକୁ ଧୋଇଦେବା ଉଚିତ । ପ୍ରକୃତି ଅଭିପ୍ରାୟ ବାଣେ ଏବଂ ପ୍ରଜ୍ଞାଶକ୍ତି ଅଭିପ୍ରାୟ ଛଡ଼ାଉ ଥାଏ । ପ୍ରକୃତି ଅଭିପ୍ରାୟ ବାନ୍ଧିଚାଲିବ, କିଛି ସମୟ ପର୍ଯ୍ୟନ୍ତ ବାନ୍ଧିଚାଲିବ କିନ୍ତୁ ଆମେ ତାହାକୁ ଧୋଇଚାଲିବା । ଅଭିପ୍ରାୟ ପଡ଼ିଯାଇଛି, ତାହାର ଫଳସ୍ବରୂପ ତ ଏ ସବୁ ଝଝଟ୍ ହୋଇଛି ।
ପ୍ରଶ୍ନକର୍ତ୍ତା : ଅଭିପ୍ରାୟ ଯଦି ପଡ଼ିଯାଏ ତେବେ ତାହା ଛାଡ଼ିବୁ କିପରି ?
ଦାଦାଶ୍ରୀ : ଅଭିପ୍ରାୟ ଛାଡ଼ିବା ପାଇଁ ଆମକୁ କ’ଣ କରିବା ଉଚିତ ନା, ଏହି ବ୍ୟକ୍ତି ପାଇଁ ମୋର ଏପରି ଅଭିପ୍ରାୟ ପଡ଼ିଯାଇଛି, ଏହା ଠିକ୍ ନୁହେଁ, ମୁଁ ଏପରି କିପରି ମାନି ପାରିବି ?” ଏପରି କହିବା ଦ୍ଵାରା ଅଭିପ୍ରାୟ ଧୋଇଯିବ । ଆମେ ଜାହିର କରିବା ଯେ ଏହି ଅଭିପ୍ରାୟ ଠିକ୍ ନୁହେଁ, ଏ ଭାଇ ପାଇଁ କ’ଣ ଏପରି ଅଭିପ୍ରାୟ ରଖୁବା ଉଚିତ ? ଏହା ତୁମେ କେମିତି କରୁଛି ?' ଏହିପରି ସେ ଅଭିପ୍ରାୟକୁ ଭୁଲ ଦର୍ଶାଇଲ, ତେବେ ତାହା ଧୋଇଯିବ ।
ପ୍ରତିକ୍ରମଣ ନ କରିବ ତେବେ ତୁମ ଅଭିପ୍ରାୟ ରହିଲା, ମାନେ ତୁମେ ବନ୍ଧନରେ ରହିଲା । ଯେଉଁ ଦୋଷ ହେଲା ସେଥିରେ ତୁମ ଅଭିପ୍ରାୟ ରହିଲା । ଏହି ପ୍ରତିକ୍ରମଣ କରିବ ତେବେ ତୁମ ଅଭିପ୍ରାୟ ଭାଙ୍ଗିଗଲା । ଅଭିପ୍ରାୟରୁ ହିଁ ମନ ଉତ୍ପନ୍ନ ହୋଇଛି । ଦେଖ, ମୋତେ କୌଣସି ବି ବ୍ୟକ୍ତି ପ୍ରତି କିଛି ବି ଅଭିପ୍ରାୟ ନାହିଁ, କାହିଁକିନା ଥରେ ଦେଖିନେବା ପରେ ମୁଁ ଅଭିପ୍ରାୟ ବଦଳାଏ ନାହିଁ । କେହି ମଣିଷ ସଂଯୋଗାନୁସାରେ ଚୋରି କରେ ଏବଂ ମୁଁ ଦେଖେ ତେବେ ମଧ୍ୟ ମୁଁ ତାକୁ ଚୋର କହିବି ନାହିଁ, କାହିଁକିନା ସଂଯୋଗାନୁସାରେ ଅଟେ । ଜଗତର ଲୋକେ କ’ଣ କହନ୍ତି ନା ଯିଏ ଧରା ପଡ଼ିଗଲା ତା’କୁ ଚୋର କୁହନ୍ତି । ସଂଯୋଗାନୁସାରେ ଥିଲା ନା ସର୍ବଦା ଚୋର, ଲୋକେ ଏପରି କିଛି ଦେଖନ୍ତି ନାହିଁ । ମୁଁ ତ ଯିଏ ସର୍ବଦା ଚୋର ତା'କୁ ଚୋର କହେ । ଆଉ ସଂଯୋଗାନୁସାରେ ଯିଏ ଚୋର ତା’କୁ ମୁଁ ଚୋର କହେ ନାହିଁ । ଅର୍ଥାତ ମୁଁ ତ, ଯଦି ଗୋଟିଏ ଅଭିପ୍ରାୟ ବନିଯାଏ, ପୁଣି ଅଭିପ୍ରାୟ ବଦଳାଏ ହିଁ ନାହିଁ । କୌଣସି ବି ବ୍ୟକ୍ତି ପାଇଁ ମୁଁ ଆଜି ପର୍ଯ୍ୟନ୍ତ ଅଭିପ୍ରାୟ ବଦଳାଇ ନାହିଁ ।
। ଆମେ ଶୁଦ୍ଧ ହୋଇଗଲେ ଏବଂ ଚନ୍ଦୁଭାଇକୁ ଶୁଦ୍ଧ କରିବା ଏହା ଆମର କର୍ତ୍ତବ୍ୟ । ଏ ପୁଦ୍ରଗଲ କ’ଣ କହେ ଯେ ଭାଇ, ମୁଁ ଶୁଦ୍ଧ ହିଁ ଥିଲି । ତୁମେ ଭାବ କରି ମୋତେ ବିଗାଡିଛି ଏବଂ ଏହି ସ୍ଥିତି ଯାଏଁ ମୋତେ ବିଗାଡ଼ିଛି । ନହେଲେ ମୋ ଠାରେ ରକ୍ତ, ପୂଜ, ହାଡ଼ କିଛି ବି ନଥିଲା । ମୁଁ ଶୁଦ୍ଧ ଥିଲି, ତୁମେ ମୋତେ ବିଗାଡ଼ିଛି । ଏଣୁ

Page Navigation
1 ... 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112