Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
୧୫. ଭାବ ଅହିଂସାର ମାର୍ଗରେ... ପ୍ରଶ୍ନକର୍ତ୍ତା : ମୋକ୍ଷରେ ଯିବା ପୂର୍ବରୁ, ଯଦି କୌଣସି ବି ଜୀବ ସହିତ ନେବା-ଦେବା ଥିବ ତେବେ ଯଦି ଆମେ ତା’ର ପ୍ରତିକ୍ରମଣ କରିଚାଲିବୁ ତେବେ ସେ ଆମକୁ ମୁକ୍ତ କରିଦେବ ?
ଦାଦାଶ୍ରୀ : ହିଁ । । ପ୍ରଶ୍ନକର୍ତ୍ତା : କିନ୍ତୁ କ’ଣ କହିବୁ ?
ଦାଦାଶ୍ରୀ : ଯେଉଁ ଯେଉଁ ଜୀବଙ୍କୁ ମୋ ଦ୍ଵାରା ଯଦି କିଛି ବି ଦୁଃଖ ହୋଇଥିବ, ସେ ସମସ୍ତେ ମୋତେ କ୍ଷମା କର ।
ପ୍ରଶ୍ନକର୍ତ୍ତା : ପ୍ରତ୍ୟେକ ଜୀବ ? ଦାଦାଶ୍ରୀ : ପ୍ରତ୍ୟେକ ଜୀବ । ପ୍ରଶ୍ନକର୍ତ୍ତା : ସେଥିରେ ପୁଣି ବାୟୁକାୟ, ତେଉକାୟ ସବୁ ଜୀବ ଆସିଯିବେ ? ଦାଦାଶ୍ରୀ : ସେ ସବୁ କହିଲ, ସେଥିପାଇଁ ସେଥିରେ ସବୁ ଆସିଯିବେ ।
ପ୍ରଶ୍ନକର୍ତ୍ତା : ଅଜାଣତରେ କୌଣସି ଜୀବର ହିଂସା ହୋଇଯାଏ ତେବେ କ’ଣ କରିବୁ ?
ଦାଦାଶ୍ରୀ : ଅଜାଣତରେ ହିଂସା ହୋଇଯାଏ କିନ୍ତୁ ଜଣା ପଡ଼ିବା ପରେ ତୁରନ୍ତ ଆମକୁ ପଶ୍ଚାତାପ ହେବା ଉଚିତ ଯେ ଏପରି ନ ହେଉ । ପୁଣି ଏପରି ନହେଉ, ସେଥିପାଇଁ ଜାଗୃତି ରଖୁବ, ଏପରି ନିଜର ଉଦ୍ଦେଶ୍ୟ ରଖୁବ । ଭଗବାନ କହିଥିଲେ, କାହାକୁ ମାରିବାର ନାହିଁ ଏପରି ଦୃଢ଼ ଭାବ ରଖୁବ । କୌଣସି ଜୀବକୁ ସାମାନ୍ୟ ମଧ୍ୟ ଦୁଃଖ ଦେବାର ନାହିଁ, ଏପରି ପ୍ରତ୍ୟେକ ଦିନ ପାଞ୍ଚଥର ଭାବନା କରିବ । ‘ମନବଚନ-କାୟାରୁ କୌଣସି ବି ଜୀବକୁ କିଞ୍ଚତମାତ୍ର ଦୁଃଖ ନ ହେଉ’ ସକାଳେ ଏହିପରି ପାଞ୍ଚଥର କହି ସଂସାରୀ ପ୍ରକ୍ରିୟା ଚାଲୁକରିବ, ତେବେ ଦାୟିତ୍ବ କମ ହୋଇଯିବ । କାରଣ ଭାବ କରିବାର ଅଧିକାର ଅଛି, କ୍ରିୟା ନିଜ ସଭାରେ ନାହିଁ ।
ପ୍ରଶ୍ନକର୍ତ୍ତା : ଭୁଲରେ ହୋଇଯାଇଥିବ, ତେବେ ମଧ୍ୟ ପାପ ଲାଗିବ ନା ? । ଦାଦାଶ୍ରୀ : ଭୁଲରେ ନିଆଁରେ ହାତ ରଖ୍ ଦେଇଥିବ ତେବେ କ’ଣ ହେବ ? ପ୍ରଶ୍ନକର୍ତ୍ତା : ଜଳିଯିବ । ଦାଦାଶ୍ରୀ : ଛୋଟ ପିଲା ଜଳିବ ନାହିଁ ?

Page Navigation
1 ... 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112