Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 66
________________ 8४ ପ୍ରତିକ୍ରମଣ ପ୍ରଶ୍ନକର୍ତ୍ତା : କ୍ରୋଧ କରିବା ପରେ ଯଦି ପ୍ରତିକ୍ରମଣ କରିବୁ ତେବେ ତାହା ପୁରୁଷାର୍ଥ କୁହାଯିବ ନା ପରାକ୍ରମ ? ଦାଦାଶ୍ରୀ : ତାହା ପୁରୁଷାର୍ଥ କୁହାଯିବ, ପରାକ୍ରମ କୁହାଯିବ ନାହିଁ । ପ୍ରଶ୍ନକର୍ତ୍ତା : ତେବେ ପୁଣି ପରାକ୍ରମ କାହାକୁ କହିବା ? ଦାଦାଶ୍ରୀ : ପରାକ୍ରମ ତ ଏହି ପୁରୁଷାର୍ଥଠୁ ବି ଉପରେ । ଆଉ ଏହା ପରାକ୍ରମ ନୁହେଁ । ଏ ତ ଜଳାପୋଡ଼ା ହେଉଥିବ, ସେଥିରେ ଔଷଧ ଲଗାଇବା, ସେଥିରେ ପରାକ୍ରମ କେଉଁଠୁ ଆସିଲା ? ଏସବୁକୁ ଜାଣେ ଏବଂ ସେ ଜାଣିବା ବାଲାକୁ ଜାଣେ ତାହାର ନାମ ପରାକ୍ରମ । ଆଉ ପ୍ରତିକ୍ରମଣ କରିବା ତାହା ପୁରୁଷାର୍ଥ କୁହାଯାଏ । ଅନ୍ତରେ ଏହି ପ୍ରତିକ୍ରମଣ କରୁ କରୁ ଶବ୍ଦର ସମସ୍ତ ଜଞ୍ଜାଳ କମ ହୋଇଚାଲିବ । ସବୁ କମ ହୋଇଚାଲିବ ଆପେ ଆପେ । ନିୟମାନୁସାରେ ସବୁ କମ ହୋଇଚାଲିବ । ପ୍ରାକୃତିକ ରୂପେ ସବୁ ବନ୍ଦ ହୋଇଯିବ । ପ୍ରଥମେ ଅହଂକାର ଯିବ, ପରେ ବାକିସବୁ ଯିବେ । ସବୁ ଚାଲିଯିବେ ନିଜ-ନିଜ ଘରକୁ । ଏବଂ ଭିତରେ ଶାନ୍ତି ଅଛି, ଏବେ ଭିତରେ ଶାନ୍ତି ଅଛି ନା ? ପ୍ରତିକ୍ରମଣ ଦ୍ଵାରା ସବୁ କର୍ମ ଉଡ଼ିଯାଏ । କର୍ଭାର ଅନୁପସ୍ଥିତି ଅଛି, ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ଉଡ଼ିଯାଏ । କର୍ଭାର ଅନୁପସ୍ଥିତିରେ ଏହି ଫଳ ଆମେ ଭୋଗୁଅଛେ । କର୍ଭାର ଅନୁପସ୍ଥିତିରେ ଆମେ ଭୋକ୍ତା ହେଉଛି, ସେଥିପାଇଁ ଏହା ଉଡ଼ିଯାଏ । ଆଉ ଏ ସଂସାରର ଲୋକେ କର୍ଭାର ଉପସ୍ଥିତିରେ ଭୋକ୍ତା ଅଟନ୍ତି । ସେଥିପାଇଁ ପ୍ରତିକ୍ରମଣ କରିବା ପରେ ମଧ୍ୟ ତା’ର କର୍ମ ଟିକିଏ ଢିଲା ହୋଇଯିବ କିନ୍ତୁ ଖତମ ହେବନାହିଁ । ଫଳ ନଦେଇ ରହିବ ନାହିଁ ଆଉ ତୁମର ତ ସେ କର୍ମ ପୁରା ଉଡ଼ିଯାଏ । । କାହାର ଦୋଷ ନ ଦେଖାଯାଏ ତେବେ ବୁଝିବ ଯେ ସର୍ବବିରତୀ ପଦ ଅଟେ, ସଂସାରରେ ରହିବା ପରେ ମଧ୍ୟ ! ଏପରି ଏହି ‘ଅକ୍ରମ ବିଜ୍ଞାନ’ର ସର୍ବବିରତୀ ପଦ ଅଲଗା ପ୍ରକାର ଅଟେ । ସଂସାରରେ ବସି, ମୁଣ୍ଡରେ ତେଲ ଲଗାଇ ମଧ୍ୟ, କାନରେ ସେଣ୍ଟେଡ଼ ତୁଳା ପୁରାଇ ବୁଲୁଥିବ, କିନ୍ତୁ ତଥାପି ତା’କୁ କାହାର ଦୋଷ ଦେଖାଯାଏ ନାହିଁ । ଯିଏ ବୀତଦେଷ (ଦୈଷ ରହିତ) ହୋଇଗଲା, ସେ ଏକାବତାରୀ କୁହାଯାଏ । ବୀତଦ୍ବେଷରେ ଯିଏ କଳା ରହିଥିବ, ତାଙ୍କର ଦୁଇ-ଚାରି ଜନ୍ମ ହେବ ।

Loading...

Page Navigation
1 ... 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112