Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 65
________________ ପ୍ରତିକ୍ରମଣ ୫୩ ବିଲକୁଲ ବି ଜଣା ପଡ଼େ ନାହିଁ, ଏମିତି ଚାଲିଯାଏ । ପୁଣି କିଛି ସମୟ ପରେ ଜଣାପଡ଼େ, ଏହାର ଅର୍ଥ ଏପରି ଯେ ଯେତେବେଳେ ହେଲା ସେହି ସମୟରେ ମଧ୍ୟ ‘ଜାଣିଥିଲା’ । ପ୍ରଶ୍ନକର୍ତ୍ତା : ଆମ ଅଫିସରେ ତିନି-ଚାରିଜଣ ସେକ୍ରେଟରୀ ଅଛନ୍ତି । ତାଙ୍କୁ ଯଦି କୁହେ ଯେ ଏପରି କରିବାର ଅଛି, ଥରେ, ଦୁଇଥର, ଚାରିଥର, ପାଞ୍ଚଥର କହିବା ପରେ ମଧ୍ୟ ସେହିକୁ ସେହି ଭୁଲ କରନ୍ତି, ତେବେ ପୁଣି ରାଗ ଆସିଯାଏ, ତେବେ ତାହା ପାଇଁ କ’ଣ କରିବୁ ? ଦାଦାଶ୍ରୀ : ତୁମେ ତ ଶୁଦ୍ଧାମ୍ବା ହୋଇଗଲ । ଏବେ ତୁମକୁ ରାଗ କେଉଁଠି ଆସୁଛି ? ରାଗ ତ ଚନ୍ଦୁଭାଇଙ୍କୁ ଆସୁଛି । ସେ ଚନ୍ଦୁଭାଇଙ୍କୁ ପୁଣି ଆମେ କହିବା, ‘ଏବେ ତ ଦାଦାଜୀ ମିଳିଛନ୍ତି, ରାଗିବା ଟିକିଏ କମ କର ନା !’ ପ୍ରଶ୍ନକର୍ତ୍ତା : କିନ୍ତୁ ସେ ସେକ୍ରେଟରୀ ମାନଙ୍କର କିଛି ଇମ୍ପୁଭମେଣ୍ଟ ହେଉନାହିଁ, ତେବେ କ’ଣ କରିବୁ ତାହା ପାଇଁ ? ସେକ୍ରେଟରୀଙ୍କୁ କିଛି ତ କହିବାକୁ ପଡ଼ିବ ନା, ନହେଲେ ସେମାନେ ତ ସେମିତିକୁ ସେମିତି ଭୁଲ କରିଚାଲିବେ, ସେମାନେ ଠିକ୍‌ରେ କାମ କରୁନାହାନ୍ତି । ଦାଦାଶ୍ରୀ : ତାହା ତ ଆମେ ଚନ୍ଦୁଭାଇଙ୍କୁ କହିବା, ‘ତାଙ୍କୁ ଟିକିଏ ଗାଳି କର, ସମଭାବରେ ନିକାଲ କରି ଗାଳିକର ।’ ଏମିତି ହିଁ ନାଟକୀୟ ରୂପେ ଗାଳି କରିବ ଯେ ଏମିତି ସବୁ କରିବ ତେବେ ତୁମ ଚାକିରୀ କେମିତି ରହିବ, ଏପରି ସବୁ କହିବ । ପ୍ରଶ୍ନକର୍ତ୍ତା : କିନ୍ତୁ ସେହି ସମୟରେ ତା’ଙ୍କୁ ଦୁଃଖ ହେବ ଏବଂ ଆପଣ କହିଲେ ଯେ ଅନ୍ୟକୁ ଦୁଃଖ ଦେବ ନାହିଁ । ଦାଦାଶ୍ରୀ : ଦୁଃଖ ହେବନାହିଁ । କାରଣ ଯେବେ ଆମେ ନାଟକୀୟ ରୂପରେ କହିବା ତେବେ ତାଙ୍କୁ ଦୁଃଖ ହେବ ନାହିଁ, କେବଳ ତାଙ୍କ ମନରେ ଜାଗୃତି ଆସିବ, ତାଙ୍କ ନିଶ୍ଚୟ ବଦଳିବ । ତୁମେ ଦୁଃଖ ଦେଉନାହଁ । ଦୁଃଖ ତ କେବେ ହେବ ? ଯଦି ଆମ ହେତୁ ଦୁଃଖ ଦେବାର ଥବ ଯେ ତାଙ୍କୁ ସିଧା କରିଦେବି, ତେବେ ତାଙ୍କୁ ଦୁଃଖ ଉତ୍ପନ୍ନ ହେବ । ରାଗର ଜ୍ଞାତା-ଦ୍ରଷ୍ଟା ରହିଲ ଅର୍ଥାତ ରାଗ ସଫା ହୋଇ ଚାଲିଗଲା । ସେ ପରମାଣୁ ଶୁଦ୍ଧ ହୋଇ ଚାଲିଗଲା । ସେତିକି ହିଁ ତୁମର କର୍ତ୍ତବ୍ୟ ।

Loading...

Page Navigation
1 ... 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112