Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 63
________________ ପ୍ରତିକ୍ରମଣ ୫୧ ଭିତରେ ‘ଏହି ସମୟରେ କେଉଁଠୁ ଆସିଗଲେ’ ଭାବି ଓଲଟା କର୍ମ ବାନ୍ଧୁଛେ । ଅତଃ ସେତେବେଳେ ଆମେ ଭଗବାନଙ୍କୁ କ୍ଷମା ମାଗି କହିବା ଯେ ‘ଭଗବାନ ମୋର ଭୁଲ ହୋଇଗଲା । ଏହି ବାତାବରଣର ଚାପରେ କହିଗଲି କିନ୍ତୁ ମୋର ଇଚ୍ଛା ଏପରି ନାହିଁ । ପଛେ ସେମାନେ ରୁହନ୍ତୁ ।’ ଏପରି କହି ତୁମେ ସଫା କରିଦିଅ, ଏହା ତୁମର ପୁରୁଷାର୍ଥ କୁହାଯିବ । ଏପରି ହେବ ତ ନିଶ୍ଚିତ, ଏପରି ତ ବଡ଼ ବଡ଼ ସଂଯମଧାରୀଙ୍କୁ ବି ହୋଇଯାଏ । ଏହି କାଳ ହିଁ ଏପରି ବିଚିତ୍ର ଅଟେ । କିନ୍ତୁ ଯଦି ତୁମେ ସଫା କରିଦେବ ତେବେ ତୁମକୁ ସେହିପରି ଫଳ ମିଳିବ । ପ୍ରଶ୍ନକର୍ତ୍ତା : ସାମାନ୍ୟତଃ ଏକ ଘଣ୍ଟାରେ ପାଞ୍ଚ-ପଚିଶ ଅତିକ୍ରମଣ ହୋଇଯାଏ । ଦାଦାଶ୍ରୀ : ତାହା ଏକ ସଙ୍ଗରେ କରିବ, ଏକ ସଙ୍ଗରେ ବି କରାଯାଇ ପାରେ । ସେସବୁ ପ୍ରତିକ୍ରମଣ ଏକ ସଙ୍ଗରେ କରୁଛି, କହିବ । ପ୍ରଶ୍ନକର୍ତ୍ତା : ତାହା କିପରି କରିବୁ ? କ’ଣ କହିବୁ ? ଦାଦାଶ୍ରୀ : ଏ ବହୁତ ଅତିକ୍ରମଣ ହୋଇଗଲା, ଏଣୁ ଏ ସବୁର ସାମୂହିକ ପ୍ରତିକ୍ରମଣ କରୁଛି । ଦୋଷ ସ୍ୱୀକାର କରି କହିବ ଯେ ଏହି ଦୋଷର ସାମୂହିକ ପ୍ରତିକ୍ରମଣ କରୁଛି, ତେବେ ସମାଧାନ ଆସିଯିବ । ଆଉ ତଥାପି ଯଦି ବାକି ରହିଯାଏ ତେବେ ତାହାକୁ ଧୋଇଦେବ । ପରେ ଧୋଇଦେବ । କିନ୍ତୁ ସେଠାରେ ବସି ରହିବ ନାହିଁ । ବସି ରହିଲେ ପୁରାକୁ ପୁରା ରହିଯିବ । ଦ୍ଵିବିଧାରେ ପଡ଼ିବାର ଆବଶ୍ୟକତା ନାହିଁ । ୧୪. ବାହାର କରନ୍ତି କଷାୟର ଗୁମ୍ଫାରୁ ପ୍ରଶ୍ନକର୍ତ୍ତା : କାହା ଉପରେ ବହୁତ କ୍ରୋଧ ଆସିଗଲା, ଏବଂ ପୁଣି ସବୁ କହିସାରିବା ପରେ ଚୁପ ହୋଇଗଲୁ । ପରେ ଏ ଯାହାସବୁ କହିଦେଲୁ ସେଥ‌ିପାଇଁ ହୃଦୟ ଯଦି ବାରମ୍ବାର ଜଳୁଥାଏ, ତେବେ ତା’ ପାଇଁ ଗୋଟିଏ ରୁ ଅଧ‌ିକ ପ୍ରତିକ୍ରମଣ କରିବାକୁ ହେବ ? ଦାଦାଶ୍ରୀ : ସେଥ‌ିରେ ଦୁଇ-ତିନିଥର ହୃଦୟର ସହିତ ପ୍ରତିକ୍ରମଣ କରିବ ଆଉ ଏକଦମ୍ ଭଲଭାବରେ ହୋଇଗଲା ତେବେ ପୂରା ହୋଇଗଲା । ‘ହେ ଦାଦା ଭଗବାନ ! ଭୟଙ୍କର ଅସୁବିଧା ଆସିଗଲା । ଅତ୍ୟଧିକ କ୍ରୋଧ ହୋଇଗଲା, ସାମ୍ନାବାଲାକୁ

Loading...

Page Navigation
1 ... 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112