Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 64
________________ ୫୨ ପ୍ରତିକ୍ରମଣ କେତେ ଦୁଃଖ ହେଲା ! ସେଥିପାଇଁ କ୍ଷମା ମାଗୁଛି । ଆପଣଙ୍କ ସାକ୍ଷୀରେ ଖୁବ୍ କ୍ଷମା ମାଗୁଛି ।” । ପ୍ରଶ୍ନକର୍ତ୍ତା : କାହା ସହିତ ଆବଶ୍ୟକତାଠାରୁ ଅଧିକ ବିବାଦ ହୋଇଯାଇଥିବ, ତେବେ ତାହାଦ୍ୱାରା ମନରେ ଦୂରତ୍ବ ବଢ଼ିଚାଲେ । ଆଉ କାହା ସହିତ କେବେ ଥରେଅଧେ ବିବାଦ ହୋଇ ଯାଇଥିବ, ତେବେ ସେଥିରେ ଦୁଇଚାରିଥର, ଏପରି ଅଧୁକ ଥର ପ୍ରତିକ୍ରମଣ କରିବାକୁ ହେବ ନା ଥରେ କଲେ ସବୁ ଆସିଯିବ ସେଥରେ ? । ଦାଦାଶ୍ରୀ : ଯେତିକି ହୋଇପାରୁଛି ସେତିକି କରିବା ଏବଂ ଶେଷରେ ସାମୂହିକ କରିଦେବା । ବହୁତ ସାରା ପ୍ରତିକ୍ରମଣ ଏକାଠି ହୋଇଯାଏ ତେବେ ସାମୁହିକ ପ୍ରତିକ୍ରମଣ କରିନେବା ଯେ ଏହି ସମସ୍ତ କର୍ମର ପ୍ରତିକ୍ରମଣ ମୋ ଦ୍ଵାରା ଅଲଗା ଅଲଗା ହୋଇପାରୁନାହିଁ । ଏ ସବୁର ସାଥୀରେ ପ୍ରତିକ୍ରମଣ କରୁଛି । ଆମକୁ ଦାଦା ଭଗବାନଙ୍କୁ କହିଦେବାର ଅଛି, ତାହା ପହଞ୍ଚି ଯିବ । । ପ୍ରଶ୍ନକର୍ତ୍ତା : ଆମେ ସାମ୍ଭାବ୍ୟକ୍ତି ଉପରେ କ୍ରୋଧ କଲୁ, ପରେ ତୁରନ୍ତ ଆମେ ପ୍ରତିକ୍ରମଣ କରିନେଲୁ, ତଥାପି ଆମ କ୍ରୋଧର ପ୍ରଭାବ ସାମ୍ଭାବ୍ୟକ୍ତି ଉପରୁ ତୁରନ୍ତ ଯିବା ନାହିଁ ନା ? । ଦାଦାଶ୍ରୀ : ତାହା ଯାଉ ବା ନଯାଉ, ତାହା ଆମକୁ ଦେଖୁବାର ନାହିଁ । ଆମକୁ ତ ନିଜ କପଡ଼ା ଧୋଇ ସ୍ୱଚ୍ଛ ରହିବାର ଅଛି । ତୁମକୁ ଭିତରେ ଭଲ ଲାଗୁନାହିଁ ତଥାପି ହୋଇଯାଉଛି ନା ? । ପ୍ରଶ୍ନକର୍ତ୍ତା : କ୍ରୋଧ ହୋଇଯାଉଛି । ଦାଦାଶ୍ରୀ : ଏଣୁ ଆମକୁ ତାହା ଦେଖୁବାର ନାହିଁ, ଆମକୁ ପ୍ରତିକ୍ରମଣ କରିବାର ଅଛି । ଆମକୁ କହିବାର ଅଛି ଯେ, ‘ଚନ୍ଦୁଭାଇ ପ୍ରତିକ୍ରମଣ କର ।’ ପରେ ସେ କପଡ଼ା ବିଗିଡ଼ିବା ମାତ୍ରେ ଧୋଇନେବ ! ବେଶୀ ଦ୍ବିବିଧାରେ ପଡ଼ିବାର ନାହିଁ । ନହେଲେ ପରେ ଆମର ପୁଣି ବିଗିଡ଼ିବ । । ପ୍ରଶ୍ନକର୍ତ୍ତା : ଏବେ ନିନ୍ଦା କଲା, ସେତେବେଳେ ପଛେ ତା’କୁ ଜାଗୃତି ନ ଥାଇପାରେ, ନିନ୍ଦା ହେଉ ଅଥବା ରାଗ ଆସୁ ସେହି ସମୟରେ ନିନ୍ଦା ହୋଇଯାଏ । ଦାଦାଶ୍ରୀ : ତାହାକୁ ହିଁ କଷାୟ କୁହାଯାଏ । କଷାୟ ଅର୍ଥାତ ଅନ୍ୟର ଅଙ୍କୁଶରେ ଆସିଗଲା । ସେହି ସମୟରେ ପଛେ ସେ କହୁ, କିନ୍ତୁ ତଥାପି ସେ ଜାଣିଥାଏ ଯେ “ଏହା ଭୁଲ ହେଉଅଛି’ । କେତେବେଳେ ଜଣା ପଡ଼େ ଏବଂ କେତେବେଳେ

Loading...

Page Navigation
1 ... 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112