Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୫୦
କହିବ ?
ପ୍ରତିକ୍ରମଣ
ଦାଦାଶ୍ରୀ : ଆଉ ପୁଣି କ’ଣ କହିବ ସେମାନଙ୍କୁ ? ଫେରିଯାଅ, ଏପରି
ପ୍ରଶ୍ନକର୍ତ୍ତା : ନା, ନା, ଫେରିଯାଅ, ଏପରି କିପରି କହିହେବ ?
ଦାଦାଶ୍ରୀ : ତେବେ କ’ଣ କହିବ ?
ପ୍ରଶ୍ନକର୍ତ୍ତା : ଭିତରକୁ ଡାକିବି ମୁଁ। ‘ଆସନ୍ତୁ ଭିତରକୁ’ ।
ଦାଦାଶ୍ରୀ : ‘ ଆସନ୍ତୁ, ବସନ୍ତୁ, ବସନ୍ତୁ’ । ଆମ ସଂସ୍କାର ଅଟେ ନା ? ସେଥିପାଇଁ ‘ ଆସନ୍ତୁ, ବସନ୍ତୁ’ କହିବା, ସମସ୍ତଙ୍କୁ ସୋଫାସେଟ୍ରେ ବସାଇବା । ସୋଫାରେ ଯଦି ପିଲା ଶୋଇ ଯାଇଥୁବ ତେବେ ସଙ୍ଗେ ସଙ୍ଗେ ଉଠେଇ ନେବା ଏବଂ ସୋଫାରେ ସେମାନଙ୍କୁ ବସାଇବା । କିନ୍ତୁ ମନରେ ଏପରି ହୁଏ ଯେ ‘ଏହି ସମୟରେ କେଉଁଠୁ ଆସିଗଲେ ଏମାନେ ? !’
ଏବେ ଏହା ଆର୍ତିଧ୍ୟାନ ନୁହେଁ, ରୌଦ୍ରଧାନ ଅଟେ । ସାମ୍ଭାବ୍ୟକ୍ତି ପ୍ରତି ଏପରି ଭାବ ବିଗାଡ଼ିବା, ଆର୍ତଧ୍ୟାନ ତ ନିଜେ ନିଜର ହିଁ ଦୁଃଖ ଭୋଗିବା । ଏହା ତ ଅନ୍ୟ ଉପରେ ‘ବ୍ଲେମ’ (ଆରୋପ) ଲଗାଇଲେ ଯେ, ‘ଏ ସମୟରେ କେଉଁଠୁ ଆସିଗଲେ ?’ ତଥାପି ଆମେ ଏବେ କ’ଣ କହିବା ? ଆମ ସଂସ୍କାର ତ ଛାଡ଼ିବ ନାହିଁ ନା ? ଧୀରେ କୁହେ ଯେ, ‘ଅଳ୍ପ... ଅଳ୍ପ... ଅଳ୍ପ...’ ଆରେ କିନ୍ତୁ କ’ଣ ? ତେବେ କହେ, ‘ ଅଳ୍ପ ଚା...’ ସେତେବେଳେ ସେ ଏମିତି ଖୋଲାଖୋଲି କହିବା ବାଲା ଥାଆନ୍ତି, ସେମାନେ କହିବେ, ‘ଚନ୍ଦୁଭାଇ, ଏହି ସମୟରେ ଚା ରହିବାକୁ ଦିଅ, ଏବେ ଖୁଡ଼ିଡାଲମା ବନେଇ ଦେବ ତେବେ ବହୁତ ହୋଇଗଲା ।’ ଏବେ ଦେଖ ତୁମ ଘରବାଲୀର ହାଲତ । ରୋଷେଇ ଘରେ କ’ଣ ହୋଇଯିବ ?
ଏବେ ଭଗବାନଙ୍କ ଆଜ୍ଞା କ’ଣ ? ଯାହାକୁ ମୋକ୍ଷରେ ଯିବାର ଅଛି ତା’କୁ କ’ଣ କରିବା ଉଚିତ ? ଏହି ସମୟରେ କେଉଁଠୁ ଆସିଗଲେ, ଏପରି ଭାବ ଆସି ହିଁ ଯିବ ମଣିଷକୁ । ଏବେ ଏହା ଦୁଷମକାଳର ଚାପ ଅଟେ, ବାତାବରଣ ଏପରି ଅଟେ, ଅତଃ ତା’କୁ ଏପରି ବିଚାର ଆସିଯିବ । କେହି ଖାଦାନୀ ହୋଇଥବ ତା’କୁ ମଧ୍ୟ ଆସିଯିବ ।
ଏବେ ତୁ ଭିତରେ କାହିଁକି ଏପରି ଚିତ୍ରିତ କରୁଛୁ ? ବାହାରେ ଭଲ କରେ ଏବଂ ଭିତରେ ଓଲଟା ଚିତ୍ରିତ କରେ । ଅର୍ଥାତ ଆମେ ଏ ଯେଉଁ ଭଲ ଭାବରେ ଡାକୁଛେ ତାହା ପୂର୍ବଜନ୍ମର ଫଳ ଏବଂ ଏ ନୂଆ ଆସନ୍ତା ଜନ୍ମ ପାଇଁ ବାନ୍ଧୁଛେ ।

Page Navigation
1 ... 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112