Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 48
________________ ୩୬ ପ୍ରତିକ୍ରମଣ ତ ସେ ତୁମକୁ ଖୋଜି ଖୋଜି ଆସି ଏଠି ପହଞ୍ଚିଯିବ । ତୁମ ଅତିକ୍ରମଣ ଦୋଷରୁ ହିଁ ଏ ସବୁ ଅଟକି ରହିଛି । | ପ୍ରଶ୍ନକର୍ତ୍ତା : ଏଥିରେ କେବେ ଆମକୁ ଦୁଃଖ ହୋଇଯାଏ ଯେ ମୁଁ ଏତେ କିଛି କରୁଛି ତଥାପି ଇଏ ମୋର ଅପମାନ କରୁଛି ? । ଦାଦାଶ୍ରୀ : ଆମକୁ ତାହାର ପ୍ରତିକ୍ରମଣ କରିବା ଉଚିତ । ଏହା ତ ବ୍ୟବହାର ଅଟେ । ଏଥିରେ ସବୁ ପ୍ରକାରର ଲୋକ ଥାଆନ୍ତି । ଯେଉଁମାନେ ମୋକ୍ଷରେ ଯିବାକୁ ଦିଅନ୍ତି ନାହିଁ । ପ୍ରଶ୍ନକର୍ତ୍ତା : ଆମକୁ କାହିଁକି ପ୍ରତିକ୍ରମଣ କରିବା ଉଚିତ ? ଦାଦାଶ୍ରୀ : ପ୍ରତିକ୍ରମଣ ଏଥପାଇଁ କରିବା ଉଚିତ ଯେ ଏଥିରେ ମୋ କର୍ମର ଉଦୟ ଥିଲା ଏବଂ ତୁମକୁ (ସାମ୍ବାବାଲାକୁ) ଏପରି କର୍ମ ବାନ୍ଧିବାକୁ ପଡ଼ିଲା । ସେଥିପାଇଁ ପ୍ରତିକ୍ରମଣ କରୁଛି ଏବଂ ଆଉ ଏପରି କରିବି ନାହିଁ ଯାହାଦ୍ଵାରା ଅନ୍ୟ କାହାକୁ ମୋ ନିମିତ୍ତରୁ କର୍ମ ବାନ୍ଧିବାକୁ ପଡ଼ିବ ! । ଜଗତ ଏପରି ନୁହେଁ ଯେ କାହାକୁ ମୋକ୍ଷରେ ଯିବାକୁ ଦେବ । ସବୁ ଦିଗରୁ ଆଙ୍କୁଡ଼ି ଏମିତି ଟାଣି ହିଁ ଦେବେ । ଯଦି ଆମେ ପ୍ରତିକ୍ରମଣ କରିବା ତେବେ ଆଙ୍କୁଡ଼ି ଖସିଯିବ । ସେଥିପାଇଁ ମହାବୀର ଭଗବାନ ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ, ଏ ତିନି ଜିନିଷ ଗୋଟିଏ ଶବ୍ଦରେ ଦେଇଛନ୍ତି । ଅନ୍ୟ କୌଣସି ରାସ୍ତା ହିଁ ନାହିଁ । ଏବେ କେହି ନିଜେ ପ୍ରତିକ୍ରମଣ କେବେ କରିପାରିବ ? ନିଜକୁ ଜାଗୃତି ଥିବ ତେବେ, ଜ୍ଞାନୀପୁରୁଷଙ୍କ ପାଖରୁ ଜ୍ଞାନ ପ୍ରାପ୍ତ ହୋଇଯାଏ, ତେବେ ଏହି ଜାଗୃତି ଉତ୍ପନ୍ନ ହେବ । ଆମେ ତ ପ୍ରତିକ୍ରମଣ କରିନେବା, ଅର୍ଥାତ ଆମେ ଉତ୍ତରଦାୟିତ୍ବରୁ ବଞ୍ଚଗଲେ । ପ୍ରଶ୍ନକର୍ତ୍ତା : କେଉଁ ବ୍ୟକ୍ତି ଉପରୁ ଆମର ବିଶ୍ବାସ ଉଠିଯାଇଥିବ, ସେ ଆମ ସହ ବିଶ୍ବାସଘାତ କରିଥିବ ଏବଂ ଆମର ବିଶ୍ବାସ ଉଠି ଯାଇଥିବ । ସେହି ବିଶ୍ବାସକୁ ପୁନଃ ସ୍ଥାପିତ କରିବା ପାଇଁ କ’ଣ କରିବା ଉଚିତ ? । ଦାଦାଶ୍ରୀ : ତା’ପାଇଁ ଯାହା ବି ଖରାପ ବିଚାର କରିଥିବ, ସେସବୁ ପାଇଁ ପଶ୍ଚାତାପ କରିବା ଉଚିତ । ବିଶ୍ଵାସ ଉଠିଯିବା ପରେ ଆମେ ଯାହା ବି ଖରାପ ବିଚାର କରିଥିବା, ତାହାର ପଶ୍ଚାତାପ କରିବାକୁ ହେବ, ପରେ ଠିକ ହୋଇଯିବ । ସେଥିପାଇଁ ପ୍ରତିକ୍ରମଣ କରିବାକୁ ହେବ ।

Loading...

Page Navigation
1 ... 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112