Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
୩୫
ସହବାସ ପସନ୍ଦ ନଥୁବ ତେବେ ପୁଣି କ’ଣ ହୁଏ ? ତା’କୁ ବହୁତ ଦୋଷୀ ଦେଖୁବା ଦ୍ଵାରା, ଯଦି କୌଣସି ପୁରୁଷକୁ ସ୍ତ୍ରୀ ପସନ୍ଦ ନଥୁବ ତେବେ ତା’ର ବହୁତ ଦୋଷ ଦେଖୁଥାଏ, ତେବେ ପୁଣି ତିରସ୍କାର ହୋଇଯାଏ । ତେଣୁ ଭୟ ଲାଗେ । ଯାହା ପ୍ରତି ଆମକୁ ତିରସ୍କାର ହେବ ତାହାର ଆମକୁ ଭୟ ଲାଗେ । ତା’କୁ ଦେଖିବା ମାତ୍ରେ ବ୍ୟାକୁଳତା (ଭୟ) ହେବାକୁ ଲାଗେ ତେବେ ବୁଝିବ ଯେ ଏହା ତିରସ୍କାର ଅଟେ । ଏଣୁ ତିରସ୍କାର ଛାଡ଼ିବା ପାଇଁ ବାରମ୍ବାର କ୍ଷମା ମାଗିଚାଲ, ଦୁଇ ଦିନରେ ହିଁ ସେ ତିରସ୍କାର ବନ୍ଦ ହୋଇଯିବ । ପଛେ ତା’କୁ ଜଣା ନପଡୁ କିନ୍ତୁ ତୁମେ ଭିତରେ ଭିତରେ ତା’ ନାମ ନେଇ କ୍ଷମା ମାଗିଚାଲ । ଯାହା ପ୍ରତି ଯେଉଁ ଯେଉଁ ଦୋଷ କରିଥୁବ ତେବେ କହିବ, ‘ହେ ଭଗବାନ ! ମୁଁ କ୍ଷମା ମାଗୁଛି ।’ ଏହା ଦୋଷର ପରିଣାମ ଅଟେ, ତୁମେ କୌଣସି ବି ବ୍ୟକ୍ତି ପ୍ରତି ଯାହା ବି ଦୋଷ କରିଥବ, ତେବେ ଭିତରେ ତୁମେ କ୍ଷମା ମାଗିଚାଲ ଭଗବାନଙ୍କ ଠାରୁ, ତେବେ ସବୁ ଧୋଇଯିବ ।
ଏହା ତ ନାଟକ ଅଟେ । ନାଟକରେ ସ୍ତ୍ରୀ-ଛୁଆପିଲାଙ୍କୁ ସବୁଦିନ ପାଇଁ ନିଜର କରିନେବା କ’ଣ ଉଚିତ ହେବ ? ହଁ, ଯେପରି ନାଟକରେ କହନ୍ତି, ସେହିପରି କହିବାରେ ଅସୁବିଧା ନାହିଁ ଯେ ‘ ଇଏ ମୋ ବଡ଼ ପୁଅ, ଶତାୟୁ ।’ କିନ୍ତୁ ସବୁ ଉପରୁ-ଉପରୁ, ନାଟକୀୟ । ଏ ସମସ୍ତଙ୍କୁ ସତ ମାନିଲେ, ସେଥିପାଇଁ ପ୍ରତିକ୍ରମଣ କରିବାକୁ ପଡ଼ୁଛି । ଯଦି ସତ ମାନି ନଥାନ୍ତେ ତେବେ ପ୍ରତିକ୍ରମଣ କରିବାକୁ ପଡ଼ି ନଥାନ୍ତା । ଯେଉଁଠି ସତ୍ୟ ମନାଯାଇଛି, ସେଠି ରାଗ୍ ଏବଂ ଦ୍ବେଷ ଆରମ୍ଭ ହୋଇଯାଏ, ଏବଂ ପ୍ରତିକ୍ରମଣ ଦ୍ଵାରା ହିଁ ମୋକ୍ଷ ହୁଏ । ‘ଦାଦାଜୀ’ ଯେଉଁ ଦେଖାନ୍ତି, ସେହି ଆଲୋଚନା–ପ୍ରତିକ୍ରମଣପ୍ରତ୍ୟାଖ୍ୟାନ ଦ୍ଵାରା ମୋକ୍ଷ ହୁଏ।
କାହା ହାତରେ ହଇରାଣ କରିବାର ସତ୍ତା ମଧ୍ଯ ନାହିଁ ଏବଂ କାହା ହାତରେ ସହନ କରିବାର ସତ୍ତା ମଧ୍ୟ ନାହିଁ । ଏ ଯେଉଁ ସବୁ କାମ କରୁଛନ୍ତି, ସେମାନେ ସବୁ ତ ଖେଳଣା(କଣ୍ଢେଇ) ଅଟନ୍ତି । ତେବେ ପ୍ରତିକ୍ରମଣ କରିବା ଦ୍ଵାରା ଖେଳଣା ଆପେ ଆପେ ସିଧା ହୋଇଯିବେ ।
ନହେଲେ, କିଭଳି ବି ପାଗଳ ମଣିଷ ହେଉ କିନ୍ତୁ ଆମ ପ୍ରତିକ୍ରମଣ ଦ୍ଵାରା ସେ ସମଝଦାର ହୋଇପାରିବ ।
କେଉଁ ବ୍ୟକ୍ତି ସହ ତୁମର ଆଦୌ ପଡୁ ନଥବ, ତୁମେ ଯଦି ତା’ର ପୁରାଦିନ ପ୍ରତିକ୍ରମଣ କରିବ, ଦୁଇ-ଚାରି ଦିନ ପର୍ଯ୍ୟନ୍ତ କରିଚାଲିବ ତେବେ ପାଞ୍ଚଦିନ ବେଳକୁ

Page Navigation
1 ... 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112