Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୪୦
ପ୍ରତିକ୍ରମଣ
ବୁଲାଇବି କିନ୍ତୁ ଗଛକୁ କିଛି ହେବାକୁ ଦେବିନାହିଁ । ମୋର ସିଦ୍ଧାନ୍ତ ଅଟେ ଏସବୁ। କାହାରିକୁ ପଡ଼ିବାକୁ ଦିଏ ନାହିଁ ।
ପ୍ରଶ୍ନକର୍ତ୍ତା : କେଉଁ ବ୍ୟକ୍ତି ଭୁଲ କରେ, ପରେ ଆମ ପାଖରେ କ୍ଷମା ମାଗେ, ତେବେ ଆମେ କ୍ଷମା କରିଦେଉ, ନ ମାଗିଲେ ମଧ୍ୟ ମନରେ କ୍ଷମା କରିଦେଉ, କିନ୍ତୁ ବାରମ୍ବାର ଯଦି ସେ ବ୍ୟକ୍ତି ଭୁଲ କରିଚାଲିବ ତେବେ ଆମକୁ କ’ଣ କରିବା ଉଚିତ ?
ଦାଦାଶ୍ରୀ : ପ୍ରେମର ସହ ବୁଝାଇବ, ଯେତିକି ବୁଝାଇ ହେବ ସେତିକି ବୁଝାଇବ । ଅନ୍ୟ କୌଣସି ଉପାୟ ନାହିଁ ଏବଂ ଆମ ହାତରେ ସତ୍ତା ନାହିଁ । ଏହି ଜଗତରେ କ୍ଷମା କରିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ଚାରା ହିଁ ନାହିଁ । ଯଦି ତୁମେ କ୍ଷମା ନ କରିବ ତେବେ ମାଡ଼ ଖାଇ କ୍ଷମା କରିବାକୁ ପଡ଼ିବ । ଉପାୟ ହିଁ ନାହିଁ । ଆମେ ତା’କୁ ଏପରି ବୁଝାଇବା ଉଚିତ ଯେ ସେ ବାରମ୍ବାର ଭୁଲ ନକରୁ । ଏହିପରି ଭାବ ପରିବର୍ତ୍ତନ କରିଦେବା, ତେବେ ବହୁତ ହୋଇଗଲା । ସେ ତା’ର ଭାବ ପରିବର୍ତ୍ତନ କରିଦିଏ ଯେ ଏବେ ଭୁଲ କରିବାର ନାହିଁ । ତଥାପି ଯଦି ହୋଇଯାଏ ତେବେ ତାହା
ଅଲଗା କଥା ।
ପୁଅକୁ ପରିବା ପାଇଁ ପଠାଇଲେ ଏବଂ ସେ ସେଥିରୁ ପଇସା କାଢ଼ିନେଲା ତେବେ ତାହା ଜାଣିବା ଦ୍ଵାରା କ’ଣ ଫାଇଦା ? ସେ ଯେମିତି ଅଟେ ତା’କୁ ସେମିତି ଚଳେଇ ନେବ, ତା’କୁ କ’ଣ ଫୋପାଡ଼ି ପାରିବା ? କ’ଣ ଆଉ ଗୋଟିଏ ନେବା ପାଇଁ ଯାଇପାରିବା ? ଆଉ ମିଳିବ ବି ନାହିଁ ନା ? କେହି ବିକିବେ ନାହିଁ ।
୧୦. ଘର୍ଷଣ ସାମ୍ନାରେ...
ପ୍ରଶ୍ନକର୍ତ୍ତା : କେବେ-କେମିତି ବେଶୀ ବଢ଼ି-ଚଢ଼ି ଯୁକ୍ତିତର୍କ ହୋଇଯାଏ, ଲମ୍ବା ବନ୍ଦ୍ ପଡ଼ିଯାଏ, ସେଥ୍ପାଇଁ ଦୁଇ-ଚାରିଥର ଅବା ତାହାଠୁ ବି ଅଧିକ ପ୍ରତିକ୍ରମଣ କରିବାକୁ ପଡ଼ିବ ନା ପୁଣି ଥରେ କରିଲେ ସବୁର ହୋଇଯିବ ?
ଦାଦାଶ୍ରୀ : ଯେତିକି ହୋଇ ପାରୁଛି ସେତିକି କର । ଏବଂ ପୁଣି ସାମୂହିକ କରିନେବ । ବହୁତ ପ୍ରତିକ୍ରମଣ ଯଦି ଏକାଠି ହୋଇଯାଏ ତେବେ ସାମୂହିକ ପ୍ରତିକ୍ରମଣ କରିନେବ ଯେ ‘ହେ ଦାଦା ଭଗବାନ ! ଏ ସବୁର ମୁଁ ଏକାସାଥୀରେ ପ୍ରତିକ୍ରମଣ କରୁଛି’ ପୁଣି ହୋଇଗଲା ।
ଯାହାର କାହା ସହିତ ଘର୍ଷଣ ହୁଏ ନାହିଁ, ତା’ର ତିନି ଜନ୍ମରେ ମୋକ୍ଷ ହେବ,

Page Navigation
1 ... 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112